ରାଜ୍ୟ ସ୍ପେଶାଲ ରିପୋର୍ଟ

କେବେ ବାଂଲାଦେଶ ଫେରିବେ ତିନି ଉଦ୍ଧାର ମତ୍ସ୍ୟଜୀବୀ?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜଗତସିଂହପୁର : ଜୀବନ ବଞ୍ଚାଇବା ପାଇଁ ଗଭୀର ସମୁଦ୍ର ଜଳରାଶିରେ ୫ ଦିନ କାଳ ପହଁରୁଥିବା ବେଳେ ପାରାଦୀପ ନିକଟରେ ଉଦ୍ଧାର କରାଯାଇଥିବା ୩ ଜଣ ମତ୍ସ୍ୟଜୀବୀ ମହମ୍ମଦ ନାଜିର୍‌, ମହମ୍ମଦ ମିରାଜ୍‌ ଓ ମହମ୍ମଦ ମୋଫିଜ୍ ଏବେ ବି ଘରକୁ ଫେରି ପାରି ନାହାନ୍ତି। ଅଠରବାଙ୍କୀ ଛକରେ ଥିବା ଏକ ସ୍ବତନ୍ତ୍ର କେନ୍ଦ୍ରରେ ସେମାନେ ରହୁଛନ୍ତି। ସେମାନଙ୍କ ଘର ଲୋକ ସେପଟେ ଚିନ୍ତାରେ ଅଛନ୍ତି। ସେମାନଙ୍କ ସମ୍ପର୍କରେ ଜାଣିବା ପାଇଁ ଗତବର୍ଷ ନଭେମ୍ବର ମାସରେ ମୁମ୍ବାଇର ଜଣେ ଫଳ ବ୍ୟବସାୟୀ ପାରାଦୀପରେ ପହଞ୍ଚି ଏହି ତିନି ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରି ଫେରିଯାଇଥିଲେ।

ଅନ୍ୟପଟେ ଏହି ୩ ଜଣଙ୍କୁ ନିଜ ଦେଶକୁ ଫେରାଇ ନେବାପାଇଁ ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁ ଚରଣ ଧୀର ଏକାଧିକ ବାର ଚିଠି ଲେଖୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ। ବର୍ଷାଧିକ କାଳ ଏହି ମତ୍ସ୍ୟଜୀବୀମାନେ ଏଠାରେ ରହିଥିବାରୁ ସେମାନଙ୍କ ପରିବାର ବହୁତ ବ୍ୟସ୍ତ ହୋଇପଡ଼ୁଛନ୍ତି। ସେମାନଙ୍କ ପାଖରେ ଭିସା, ପାସପୋର୍ଟ ନଥିବାରୁ ଜିଲ୍ଲା ପ୍ରଶାସନ କିଛି ମାମଲା ରୁଜୁ କରିଛି କି? ସେମାନେ ସୁସ୍ଥ ଅଛନ୍ତି ନା ବେଶୀ କିଛି ସମସ୍ୟା ସୃଷ୍ଟି ହୋଇଛି, ଏହା ଜାଣିବା ପାଇଁ ସେମାନେ ବ୍ୟଗ୍ର। ଏଣୁ ସେମାନେ ଫଳ ଦୋକାନୀ ରାଜୀବଙ୍କୁ ପାରାଦୀପ ପଠାଇ ଘଟଣା ସମ୍ପର୍କରେ ବୁଝିଥିଲେ। ତେବେ ଜିଲ୍ଲା ପ୍ରଶାସନ ସେମାନଙ୍କ ନାଁରେ କିଛି ମାମଲା ରୁଜୁ କରି ନଥିବାରୁ ସେମାନେ ଏକପ୍ରକାର ଆଶ୍ବସ୍ତ ଅଛନ୍ତି। ତଥାପି ଏହି ମତ୍ସ୍ୟଜୀବୀମାନଙ୍କ ଫେରିବା ବାଟକୁ ସେମାନେ ଚାହିଁ ରହିଛନ୍ତି।

ଓଡ଼ିଶାରେ ଉଦ୍ଧାର ହେଉଥିବା କିମ୍ବା ଗିରଫ ହେଉଥିବା ମତ୍ସ୍ୟଜୀବୀମାନଙ୍କୁ ନିଜ ଘରକୁ ପଠାଇବା କାଠିକାର ପାଠ ହେଉଛି। ‌ଉଭୟ ଦେଶର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଯୋଗାଯୋଗରେ ସମସ୍ୟା ଓ ଅନ୍ୟାନ୍ୟ ପ୍ରମାଣପତ୍ର ଯୋଗାଡ଼ କରିପାରୁ ନଥିବାରୁ ଏହି ବାଂଲାଦେଶୀ ମତ୍ସ୍ୟଜୀବୀମାନେ ଘରକୁ ଫେରିବା ମୁସ୍କିଲ୍‌ ହେଉଛି। ନାଉଗାଁ ଜରାନିବାସରେ ୧୦ ବର୍ଷରୁ ଅଧିକ ହେବ ମିର୍ଜା ନୁର ବନ୍ଦି ଜୀବନ କଟାଉଥିଲେ। ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କିଛିଦିନ ତଳେ ତାଙ୍କର ଫେରିବା ସମ୍ଭବ ହୋଇଛି। ଏଣୁ ତୁରନ୍ତ ଏହି ତିନି ଜଣ ଯେମିତି ଘରକୁ ଫେରିବେ ଏ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ପ୍ରକାଶ ଥାଉ କି, ଗତବର୍ଷ ଅକ୍ଟୋବାର ୨୧ ତାରିଖ ଦିନ ୧୮ ଜଣ ମତ୍ସ୍ୟଜୀବୀ ଏକ ମାଛ ଧରା ଟ୍ରଲରରେ ସମୁଦ୍ରକୁ ଆସିଥିଲେ। ଏହା ପରଦିନ ସାମୁଦ୍ରିକ ବାତ୍ୟା ସିତରଙ୍ଗ ପ୍ରଭାବ ଆରମ୍ଭ ହୋଇଯାଇଥିଲା। ଗଭୀର ସମୁଦ୍ରରେ ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ, ଏହି ମାଛ ଧରା ଟ୍ରଲରରେ ଏକ ବଡ଼ ଢ଼େଉ ଜୋରରେ ମାଡ଼ ହୋଇଥିଲା। ଜୀବନ ବଞ୍ଚାଇବାକୁ ଯାଇ ଏହି ଟ୍ରଲରରେ ଥିବା ୨୦ ଜଣ ଯାକ ସମୁଦ୍ରକୁ ଡେଇଁ ପହଁରିବାକୁ ଲାଗିଥିଲା। ପାରାଦୀପ ନିକଟ ଗଭୀର ସମୁଦ୍ରରେ ୮ ନଟିକାଲ ମାଇଲ ଦୂରରେ ଭାସୁଥିବା ବେଳେ ଏହି ତିନି ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।