କଳା ଓ ସଂସ୍କୃତି ଧର୍ମ

କେବେ ତୁଳସୀ ବିବାହ ? ଜାଣନ୍ତୁ ତାରିଖ,ମୁହୂର୍ତ୍ତ ଏବଂ ବିବାହ ବିଧି

ତୁଳସୀ ବିବାହ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ। ତୁଳସୀ ବିବାହରେ ମାତା ତୁଳସୀଙ୍କ ବିବାହ ଭଗବାନ ଶାଲିଗ୍ରାମ ସହ କରାଯାଇଥାଏ। ବିଶ୍ବାସ ରହିଛି ଯେ ଯେଉଁ ବ୍ୟକ୍ତି ତୁଳସୀ ବିବାହର ଅନୁଷ୍ଠାନ କରିଥାନ୍ତି ସେମାନଙ୍କୁ କନ୍ୟାଦାନର ବରାବର ପୁଣ୍ୟ ଫଳ ମିଳିଥାଏ। ଆସନ୍ତୁ ଜାଣିବା ତୁଳସୀ ବିବାହର ତାରିଖ,ମୁହୂର୍ତ୍ତ ଏବଂ ଧାର୍ମିକ ମହତ୍ତ୍ବ –

ତୁଳସୀ ବିବାହ ପ୍ରତି ବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥି ଦିନ କରାଯାଇଥାଏ। ୨୦୨୦ମସିହାରେ ଏହି ଏକାଦଶୀ ତିଥି ନଭେମ୍ବର ୨୫ତାରିଖରେ ଆରମ୍ଭ ହେବ ଏବଂ ୨୬ତାରିଖରେ ସମାପ୍ତ ହେବ। ସେହିପରି ନଭେମ୍ଭର ୨୬ତାରିଖରେ ତୁଳସୀ ବିବାହ ଆୟୋଜନ କରାଯିବ। ନଭେମ୍ବର ୨୬ତାରିଖରେ ତୁଳସୀ ବିବାହର ଆୟୋଜନ କରାଯିବ। ଅନେକ ସ୍ଥାନରେ ଦ୍ବାଦଶୀ ଦିନ ମଧ୍ୟ ତୁଳସୀ ବିବାହ କରାଯାଇଥାଏ। କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥିକୁ ଦେବୋତ୍ଥାନ ଏକାଦଶୀ ମଧ୍ୟ କୁହାଯାଇଥାଏ।

୨୦୨୦ମସିହାରେ ତୁଳସୀ ବିବାହର ଶୁଭ ମୁହୂର୍ତ୍ତ

ଏକାଦଶୀ ତିଥି ପ୍ରାରମ୍ଭ-ନଭେମ୍ବର ୨୫,ସକାଳ ୨.୪୨ରୁ

ଏକାଦଶୀ ତିଥି ସମାପ୍ତ – ନଭେମ୍ବର ୨୬,ସକାଳ ୫.୧୦ଯାଏଁ

ଦ୍ବାଦଶୀ ତିଥି ପ୍ରାରମ୍ଭ – ନଭେମ୍ବର ୨୬,ସକାଳ ୫ଟା ବାଜି ୧୦ମିନିଟରୁ

ଦ୍ବାଦଶୀ ତିଥି ସମାପ୍ତ – ନଭେମ୍ବର ୨୭,ସକାଳ ୭ଟା ବାଜି ୪୬ମିନିଟ୍ ଯାଏଁ

ତୁଳସୀ ବିବାହର ପୂଜା ବିଧି :

ତୁଳସୀ ଗଛର ଚାରିପଟେ ମଣ୍ଡପ ବନାନ୍ତୁ।

ତୁଳସୀ ଗଛ ଉପରେ ଲାଲ ଓଢ଼ଣୀ ଚଢ଼ାନ୍ତୁ।

ତଳସୀ ଗଛରେ ଶୃଙ୍ଗାର ଜିନିଷ ଅର୍ପଣ କରନ୍ତୁ।

ଶ୍ରୀ ଗଣେଶଙ୍କ ପୂଜା ଏବଂ ଶାଳିଗ୍ରାମର ବିଧିବଦ୍ଧ ପୂଜା କରନ୍ତୁ।

ଭଗବାନ ଶାଳିଗ୍ରାମଙ୍କ ମୂର୍ତ୍ତିର ସିଂହାସନ ହାତରେ ନେଇ ତୁଳସୀଙ୍କ ୭ପରିକ୍ରମା କରନ୍ତୁ।

ଆରତୀ ପରେ ବିବାହ ମଙ୍ଗଳଗୀତ ସହ ବିବାହୋତ୍ସବ ପୂର୍ଣ୍ଣ କରାଯାଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ