ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କେବଳ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାର ଚମତ୍କାର ଫାଇଦା

ନୂଆଦିଲ୍ଲୀ ୧୯/୦୫: ମିଠା ଏବଂ ରସଯୁକ୍ତ ସ୍ୱାଦର ଲିଚୁକୁ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାଦିଷ୍ଟ ହେବା ସହିତ ପୋଷକ ତତ୍ତ୍ୱରେ ମଧ୍ୟ ଭରପୂର ଅଟେ ।ଏଥିରେ ଭିଟାମିନ୍ ଏ, ବି, ସି, କ୍ୟାଲସିୟମ୍, ଫାଇବର, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହା ସ୍ୱାସ୍ଥ୍ୟ ଏବଂ ସ୍କିନ୍ ପାଇଁ ଲାଭଦାୟକ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଲିଚୁର ଉପକାରିତା…

ହୃତପିଣ୍ଡକୁ ସୁସ୍ଥ ରଖିଥାଏ:

ଲିଚୁରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ତେଣୁ ହୃଦୟ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ ରହିଥାଏ।

ଇମ୍ୟୁନିଟି ବଢାଇଥାଏ:

ଲିଚୁରେ ଭିଟାମିନ୍ ସି, ରାଇବୋଫ୍ଲାଭିନ୍, ଫୋଲେଟ୍, ନିୟାସିନ୍ ଏବଂ ବିଟା କାରୋଟିନ୍ ଇତ୍ୟାଦି ଉପାଦାନ ରହିଥାଏ । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢିଥାଏ ।


ବ୍ଲଡପ୍ରେସର କଣ୍ଟ୍ରୋଲ୍ ହୋଇଥାଏ:

ଲିଚୁ ପୋଟାସିୟମ୍ ଏବଂ ସୋଡିୟମ୍ ଉପାଦାନରେ ଭରପୂର ।ଏହାର ଖାଇବା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ରକ୍ତଚାପ ରୋଗୀଙ୍କ ପାଇଁ ଲିଚୁ ଖାଇବା ଆବଶ୍ୟକ ।

ଓଜନ ହ୍ରାସ କରିଥାଏ:

ଲିଚୁରେ ଅଧିକ ଜଳ ଏବଂ ଫାଇବର ମାତ୍ରା ଅଧିକ ଏବଂ କମ୍ କ୍ୟାଲୋରୀ କମ୍ ହୋଇଥାଏ । ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଆଖି ରହିଥାଏ ସୁସ୍ଥ:

ଏଥିରେ ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ଫାଇଟୋକେମିକାଲ୍ ଇତ୍ୟାଦି ଗୁଣ ରହିଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ନେପ୍ଲାଷ୍ଟିକ୍ ଗୁଣ ମଧ୍ୟ ରହିଥାଏ । ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧିରେ ସାହାଯ୍ୟ ମିଳିଥାଏ । ଏଥି ସହିତ, ଲିଚୁ ଆଖିର ଅସ୍ପଷ୍ଟତା ଏବଂ ମୋତିଆବିନ୍ଦୁ ସମସ୍ୟାରୁ ରକ୍ଷା କରିଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ