ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘କେବଳ ତଥ୍ୟ ପାଇଁ ସାମ୍ବାଦିକଙ୍କ ଫୋନ୍ ପୁଲିସ ଜବତ କରିପାରିବନି’

ତିରୁଅନନ୍ତପୁରମ୍ : ନିକଟରେ କେରଳ ହାଇକୋର୍ଟ କହିଛନ୍ତି ଯେ, ଭାରତୀୟ ପିଙ୍ଗଳ କୋଡ୍‌ (ସିଆର୍‌ପିସି)ରେ ପ୍ରଦତ୍ତ ପଦ୍ଧତି ଅନୁସାରେ ଜଣେ ସାମ୍ବାଦିକଙ୍କ ଫୋନ୍‌ ଜବତ କରାଯାଇପାରିବ। କିନ୍ତୁ ସେହି ମାର୍ଗଦର୍ଶିକାର ଅନୁସରଣ ବିନା କେବଳ ଫୋନରେ କୌଣସି ଅପରାଧ ବିଷୟରେ ସୂଚନା ଅଛି ବୋଲି ଜଣେ ସାମ୍ବାଦିକଙ୍କ ମୋବାଇଲ ଫୋନ୍‌କୁ ପୁଲିସ ଜବତ କରିପାରିବ ନାହିଁ।

ଜଷ୍ଟିସ୍ ପିଭି କୁହ୍ନିକୃଷ୍ଣନ୍‌ଙ୍କ ଜଣିକିଆ ବେଞ୍ଚ କହିଲେ ଯେ, ସାମ୍ବାଦିକମାନେ ସବୁ ପ୍ରକାର ଅପରାଧ ବିଷୟରେ ସୂଚନା ପାଇଥାଇପାରନ୍ତି। କିନ୍ତୁ ସେହି କାରଣରୁ ପୁଲିସ ତାଙ୍କ ଫୋନ୍‌କୁ ଜବତ କରିପାରିବ ନାହିଁ। ଯଦି ଜଣେ ସାମ୍ବାଦିକଙ୍କ ଫୋନ୍ ତଦନ୍ତ ପାଇଁ ଦରକାର ପଡ଼େ ତେବେ ସେଥିପାଇଁ ଉପଯୁକ୍ତ ପ୍ରକ୍ରିୟା ରହିଛି, ଯାହାକୁ ଅନୁସରଣ କରିବାକୁ ପଡ଼ିବ।

ମାଲୟାଲମ୍ ଖବରକାଗଜ ମଙ୍ଗଳମ୍ ଡେଲିର ସାମ୍ବାଦିକ ଜି ଭିଶାକାନଙ୍କ ଏକ ପିଟିସନ ଉପରେ ବିଚାର କରି କୋର୍ଟ ଉପରୋକ୍ତ ମତ ଦେଇଛନ୍ତି। ଭିଶାକାନଙ୍କ ଅଭିଯୋଗ ଅନୁସାରେ ଜୁଲାଇ ୭ ତାରିଖରେ ତିନିଜଣ ପୁଲିସ ବିନା ସର୍ଚ୍ଚ ୱାରେଣ୍ଟରେ ତାଙ୍କ ଘରେ ପଶି ୧ ଘଣ୍ଟା ଧରି ତଲାସି କରିଥିଲେ। ସେମାନେ କ’ଣ ଖୋଜୁଛନ୍ତି ତାହା ପ୍ରକାଶ ବି କରି ନ ଥିଲେ। ପରେ ଜଣେ ପୁଲିସ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଥାନାକୁ ଡକାଇଥିଲେ ଏବଂ ତାଙ୍କ ଫୋନ ଦାଖଲ କରିବାକୁ କହିଥିଲେ। ସେ ତାଙ୍କ ମୋବାଇଲ ଫୋନକୁ ରଖି ଏକ ତାରିଖବିହୀନ ରସିଦ ଦେଇଥିଲେ।

କୋର୍ଟ ସୋମବାର ଦିନ ମାମଲାର ଶୁଣାଣି କରିବା ପରେ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ ମୋବାଇଲ ଫୋନ ଜବତ କଲ ବୋଲି କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ୨୧ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ