ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କେବଳ ଅଦା ନୁହେଁ ଚୋପା ମଧ୍ୟ ହୋଇଥାଏ ଲାଭଦାୟକ, ଜାଣନ୍ତୁ ପାଞ୍ଚଟି ଭିନ୍ନ ଉପାୟ…

ଭୁବନେଶ୍ୱର ୦୩/୦୩: ଅଦାରେ ଭିଟାମିନ୍, କ୍ୟାଲସିୟମ୍, ପୋଟାସିୟମ୍, କପର୍, ମ୍ୟାଗ୍ନେସିୟମ୍, ଆଇରନ୍, ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କିନ୍ତୁ ପ୍ରାୟତଃ ମହିଳାମାନେ ଅଦା ଚୋପାକୁ ଛେଲି ବ୍ୟବହାର କରିଥାନ୍ତି । ଏହାର ଚୋପାକୁ ଅଦରକାରୀ ଭାବି ଫିଙ୍ଗି ଦେଇଥାନ୍ତି । କିନ୍ତୁ ବାସ୍ତବରେ, ଅଦା ପରି, ଏହାର ଚୋପା ମଧ୍ୟ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ । ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ । ତେବେ ଚାଲନ୍ତୁ ଜାଣିବା ଅଦା ଚୋପା ବ୍ୟବହାର କରିବାର ବିଭିନ୍ନ ଉପାୟ…

୧) ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର, ଅଦା ଚୋପା ଇମ୍ୟୁନିଟି ସ୍ଟ୍ରଙ୍ଗ୍ କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ ପାଚନ ତନ୍ତ୍ର ମଜବୁତ ହୋଇ, ପେଟ ଯନ୍ତ୍ରଣା, ହଜମ, ଅମ୍ଳତା ଭଳି ସମସ୍ୟାକୁ ଦୁର କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଅଦା ଚୋପାକୁ ଧୋଇ ପାଣିରେ ଫୁଟାଇ ଚା ’ପ୍ରସ୍ତୁତ କରି ପିଅନ୍ତୁ ।

୨) ତରକାରୀକୁ ଆହୁରି ସ୍ୱାଦୀଷ୍ଟ କରିବା ପାଇଁ ଏହାର ବ୍ୟବହାର କରାଯାଇଥାଏ । ବ୍ରୋକୋଲି, ଫୁଲକୋବି ଇତ୍ୟାଦି ପନିପରିବାକୁ ଷ୍ଟିମ୍ କରିବା ପୂର୍ବରୁ ସେଥିରେ ଅଦା ଚୋପା ପକାନ୍ତୁ । ଏହା ଦ୍ୱାରା ତରକାରୀ ସ୍ୱାଦୀଷ୍ଟ ହୋଇଥାଏ ।

୩) ଅଦା ଚୋପାକୁ ସୁପ୍ ରେ ମିଶାଇ ଏହାର ସ୍ୱାଦ ବଢା ଯାଇପାରିବ । ଏଥିପାଇଁ ଅଦା ଚୋପାକୁ ପନିପରିବା ସହିତ ଫୁଟାନ୍ତୁ । ଏହା ପରେ ସୁପ୍ ପ୍ରସ୍ତୁତ କରି ପିଅନ୍ତୁ ।


୪) କାଶରୁ ମୁକ୍ତି ପାଇବା ପାଇଁ ଅଦାର ଚୋପାକୁ ଖରାରେ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । କାଶ ହେଲେ ସମାନ ପରିମାଣର ଅଦା ପାଉଡର ଏବଂ ମହୁ ମିଶାଇ ଏହାକୁ ଉଷୁମ ପାଣିରେ ପିଅନ୍ତୁ । ଏହାକୁ ଦିନକୁ ୨ ଥର ପିଅନ୍ତୁ । କିଛି ଦିନ କ୍ରମାଗତ ଭାବରେ କରିବା ଦ୍ୱାରା କାଶ, ଥଣ୍ଡା ଏବଂ ଗଳା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

୫) ଅଦାର ଚୋପାକୁ ଉଦ୍ଭିଦର କମ୍ପୋଷ୍ଟ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଅଦା ଚୋପାକୁ ବାହାରେ ପକାଇବା ପରିବର୍ତ୍ତେ ଏହାକୁ ଖତ ପରି ଉଦ୍ଭିଦ ମୁଳରେ ବ୍ୟବହାର କରନ୍ତୁ । ଏଥିରେ ଅଧିକ ଫସଫରସ୍ ରହିଥିବାରୁ ଫୁଲକୁ ଶୀଘ୍ର ବଢିବାରେ ସାହାଯ୍ୟ କରିଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ