କଳା ଓ ସଂସ୍କୃତି ରାଜ୍ୟ

କେନ୍ଦ୍ର ସାହିତ୍ୟ ଅକାଦେମି ପୁସ୍ତକ ପ୍ରଦର୍ଶନୀ ଉଦ୍‌ଘାଟିତ, ‘ସାହିତ୍ୟ ମଣିଷକୁ ଆୟୁଷ୍ମାନ କରେ’

କଟକ: ସାହିତ୍ୟ ମଣିଷକୁ ଆୟୁଷ୍ମାନ କରେ। ଏହା ଜୀବନକୁ ଉଚିତ ମାର୍ଗରେ ପରିଚାଳିତ କରିବା ସହିତ ଜୀବନକୁ ଚିତ୍ରିତ କରିବାରେ ସହାୟକ ‌‌ହୋଇଥାଏ। ସେଇଥି ପାଇଁ ତ ସାହିତ୍ୟ କାଳଜୟୀ ବୋଲି କହିଛନ୍ତି ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ସଂପାଦକ(ଫିଚର) ଡକ୍ଟର ଗୌରହରି ଦାସ। କେନ୍ଦ୍ର ସାହିତ୍ୟ ଅକାଦେମି ଓ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ପୁସ୍ତକ ପ୍ରଦର୍ଶନୀ ତଥା ସାରସ୍ବତ ସାଧକ ଜଗନ୍ନାଥ ପ୍ରସାଦ ଦାସଙ୍କ ପୁସ୍ତକ ‘ଏକତ୍ରିକା’ର ଆଲୋଚନା କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଡକ୍ଟର ଦାସ, ଜଗନ୍ନାଥ ପ୍ରସାଦ ଦାସଙ୍କୁ ଅନନ୍ୟ ସାହିତ୍ୟିକ ଭାବେ ବର୍ଣ୍ଣନା କରିଥିଲେ। ଜଗନ୍ନାଥ ପ୍ରସାଦ ଜୀବନକୁ ଯେମିତି ଦେଖିଛନ୍ତି, ବୁଝିଛନ୍ତି, ତାଙ୍କ ସାହିତ୍ୟରେ ସେହିଭଳି ଲେଖିଛନ୍ତି ବୋଲି ଡକ୍ଟର ଦାସ ମତବ୍ୟକ୍ତ କରିଥିଲେ। ଉତ୍କଳ ସାହିତ୍ୟ ସମାଜ ପରିସରରେ ଆୟୋଜିତ ପୁସ୍ତକ ପ୍ରଦର୍ଶନୀକୁ ଓଡ଼ିଶା ସାହିତ୍ୟ ଅକାଦେମିର ଉପସଭାପତି ଡକ୍ଟର ସଂଗ୍ରାମ ଜେନା ଉଦ୍‌ଘାଟନ କରିଥିଲେ।

କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ ଉତ୍ସବରେ ଅଧ୍ୟକ୍ଷତା କରି କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ସାହିତ୍ୟର ବିକାଶ ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛି ବୋଲି କହିଥିଲେ। ସମାରୋହରେ ସାହିତ୍ୟ ଅକାଦେମି ପକ୍ଷରୁ ପ୍ରକାଶିତ ତଥା ସଂଗ୍ରାମ ଜେନାଙ୍କ ସଂପାଦିତ ଜଗନ୍ନାଥ ପ୍ରସାଦ ଦାସଙ୍କ ଏକତ୍ରିକା, ଡକ୍ଟର ଗୋବିନ୍ଦ ଚାନ୍ଦଙ୍କ ରଚିତ ‘‌ଔପନ୍ୟାସିକ ଚନ୍ଦ୍ରମଣି ଦାସଙ୍କ ଜୀବନୀ’, ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହଙ୍କ ସଂପାଦିତ ‘ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟ’, ଶ୍ବେତା ମହାନ୍ତିଙ୍କ ଅନୁବାଦିତ ‘ଆନାଭାଓ ସାଠେ’, ଆଶି‌ଷ ରାୟଙ୍କ ଅନୁଦିତ ‘ଦିବ୍ୟଅସ୍ତ୍ର’ ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିବା ବ‌େଳେ ସଂଗଠନ ସଂପାଦକ ଆଦିତ୍ୟ ପ୍ରତାପ ଧଳ ଧନ୍ୟବାଦ ଦେଇଥିଲେ। ଏହି ପୁସ୍ତକ ପ୍ରଦର୍ଶନୀ ଓ ବିକ୍ରୟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,