ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦ୍ର ସରକାରଙ୍କୁ ପୁଣିଥରେ ପ୍ରଣବଙ୍କ ଟାର୍ଗେଟ୍‌: ଏମ୍‌ଏସ୍‌ପି ପ୍ରସଙ୍ଗରେ ବିଜେଡି ସଂଗ୍ରାମ କରିଛି, କେନ୍ଦ୍ର ଶୁଣିନି

ସମ୍ବଲପୁର: ଆଜି ପୁଣିଥରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ପ୍ରାର୍ଥୀ ତଥ‌ା ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଆଜି ସନ୍ଧ୍ୟାରେ ମ୍ୟୁନିସିପାଲଟି ଛକ ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ କର୍ମୀମାନଙ୍କ ଉତ୍ସ‌ାହ ବୃଦ୍ଧି କରିବା ସହିତ ପ୍ରତି ଘରକୁ ଯାଇ ବିକାଶର ବାର୍ତ୍ତା ପହଞ୍ଚାଇବାକୁ ସେ କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି। ଶ୍ରୀ ଦାସ କହିଥିଲେ, କେନ୍ଦ୍ର ସରକାରଙ୍କ କୃଷିବୀମା କରିବାକୁ ଚାଷୀମାନେ ହଇରାଣ ହେଉଥିଲେ ହେଁ କେନ୍ଦ୍ର ଚାଷୀଙ୍କ କଥା ଶୁଣୁନି। ଏମ୍‌ଏସ୍‌ପି ବୃଦ୍ଧି କରିବା ପାଇଁ ବିଜେଡି ଅନେକଥର ସଂଗ୍ରାମ କରିଛି। କିନ୍ତୁ, କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନି । ଆପଣମାନେ ଏଠାରୁ ସାଂସଦ, ବିଧାୟକ ନିର୍ବାଚିତ କରି ପଠାଇଲେ, କିନ୍ତୁ ଆପଣଙ୍କ ଅଭାବ ଅସୁବିଧା ସଂପର୍କରେ ସେମାନେ ଦିନେହେଲେ ବି ସ୍ୱର ଉତ୍ତୋଳନ କଲେନାହିଁ। ଏବେ ବିକାଶ ବିରୋଧୀଙ୍କୁ ଉଚିତ ଜବାବ ଦେବାକୁ ସମୟ ଆସିଛି ବୋଲି ପ୍ରଣବ ପ୍ରକାଶ କହିଥିଲେ।

ସମୃଦ୍ଧ ସମ୍ବଲପୁରର ସ୍ବପ୍ନ ଦେଖାଇଲେ ରୋହିତ
ମହାନଦୀରେ ବ୍ୟାରେଜ, ମଲ୍ଟିସ୍ପେଶାଲିଟି କଥା ଉଠାଇଲେ

ସେହିଭଳି, ରାଜ୍ୟ ସରକାର କରିଥିବା ଯୋଜନା ସଂପର୍କରେ କହିଥିଲେ ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ। ସେ କହିଥିଲେ, ସମ୍ବଲପୁରରେ ବିଜେଡି ଆସେ ତା’ହେଲେ ଏକ ସମୃଦ୍ଧ ସମ୍ବଲପୁର ଗଢ଼ିବାକୁ ସରକାରଙ୍କ ଯୋଜନା ରହିଛି। ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ସୁଦୃଢ଼ କରିବାକୁ ଭିମ୍‌ସାରକୁ ୧୦୦୦ କୋଟି ପ୍ରଦାନ କରାଯାଇଥିବାବେଳେ ଆହୁରି ୬୦୦୦ କୋଟି ଟଙ୍କା ପ୍ରଦାନ କରାଯିବ। ସମ୍ବଲପୁରରେ ଏକ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରାଯିବ। ମହାନଦୀରେ ବ୍ୟାରେଜ ନିର୍ମାଣ କରାଯିବ ବୋଲି କହିଥିଲେ। ଏହାସହିତ ସମ୍ବଲପୁରକୁ ଅପରାଧମୁକ୍ତ ଅଞ୍ଚଳ କରିବାକୁ ପଦକ୍ଷେପ ନିଆଯିବ। ସହରର ପ୍ରତିଟି ଗଳିକନ୍ଦିରେ ସିସିଟିଭି କ୍ୟାମେରା ଲଗାଯିବ। ସମସ୍ତ ରାସ୍ତା, ଡ୍ରେନ ନୂଆ କରି ନିର୍ମାଣ କରାଯିବ। ସହରରେ ଥିବା ସମସ୍ତ ପୋଖରୀର ପୁନଃଉଦ୍ଧାର କରାଯିବ। ବର୍ତ୍ତମାନ ସୁଦ୍ଧା ୧୦ ହଜାର ଗରିବ ପରିବାର ପଟ୍ଟା ପାଇଥିବାବେଳେ ଆହୁରି ୩୦ ହଜାର ପରିବାର ପଟ୍ଟା ପାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସଭାରେ ପର୍ଯ୍ୟବେକ୍ଷକ ‌ସୌଭାଗ୍ୟ ନାୟକ, ବରିଷ୍ଠ ନେତା ଗୋକୁଳ ମେହେର, ସିଦ୍ଧାର୍ଥ ଦାସ, କବିତା ପୁରୋହିତ, ଉଷା ପ୍ରଧାନ, ରାଖୀ ମୁଣ୍ଡା, ସଂଯୁକ୍ତା ମେହେର, ସିପ୍ରା ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ। ସମ୍ମିଳନୀରେ ବହୁ ସଂଖ୍ୟାରେ ବିଜେଡ କର୍ମୀ ସାମିଲ ହୋଇଥିଲେ। ଏହି ଅବସରରେ ଦଳରେ କେତେକ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ତଥା ଅନ୍ୟ ଦଳର କର୍ମୀ ସାମିଲ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।