ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ବନ୍ଧା ହେଲେ ଇଂରାଜି ଶିକ୍ଷକ

ସମ୍ବଲପୁର: କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୋଗରେ ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ବରେଇପାଲି ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ସ୍କୁଲରେ ଉପଜିଲ୍ଲାପାଳ ଓ ତହସିଲଦାର ପହଞ୍ଚିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ଇଂରାଜି ଶିକ୍ଷକ ଅରୁଣ କୁମାର ଯୋଶୀ କିଛି ଛାତ୍ରୀଙ୍କୁ ଉପସ୍ଥାପନା(ଆଙ୍କରିଂ) ଶିଖେଇବା ଲାଗି ଡାକିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଶରୀରର ଆପତ୍ତିଜନକ ସ୍ଥାନରେ ହସ୍ତଚାଳନା କରିଥିଲେ। ଏନେଇ ଛାତ୍ରୀଜଣଙ୍କ ପ୍ରଥମେ ଶ୍ରେଣୀ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। ମାତ୍ର ସେ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ପରେ ନିଜର ପିତାମାତାଙ୍କୁ କହିଥିଲେ। ଏହାପରେ ଅଭିଭାବକମାନଙ୍କ ସହ ମିଶି ଘଟଣା ସଂପର୍କରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏହାପରେ ଅଧ୍ୟକ୍ଷଙ୍କ ଲିଖିତ ଅଭିଯୋଗ ଆଧାରରେ ବରେଇପାଲି ଥାନା ପୁଲିସ ଇଂରାଜି ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ଉଠାଇଆଣି ଥାନାରେ ଅଟକ ରଖି ପଚରାଉଚରା କରିଛି। ପୁଲିସ ଆଗରେ ଶିକ୍ଷକ ନିଜର ଦୋଷ ସ୍ବୀକାର କରିଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।