ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦୁଝର ରାଜନୀତି: ଥରେ ବିଧାୟକ, ପରେ ଅଖୋଜା

କେନ୍ଦୁଝର (ସୁବ୍ରତ ସ୍ବାଇଁ): ରାଜ୍ୟ ରାଜନୀତିରେ କେନ୍ଦୁଝରର ନେତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ହାଇପ୍ରୋଫାଇଲ ବିଧାୟକ ସନାତନ ମହାକୁଡ଼ଙ୍କ ଠାରୁ ଆରମ୍ଭ କରି ଅତି ସମ୍ବେଦନଶୀଳ ଘସିପୁରା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିବା ବଦ୍ରିନାରାଣ ପାତ୍ର ଓ ଦେଶର ସର୍ବକନିଷ୍ଠ ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥାଏ। ଏଭଳି ସ୍ଥିତିରେ ଆଦିବାସୀ ବହୁଳ ଏହି ଜିଲ୍ଲାରେ ଏକାଧିକ ରାଜନେତା ମାତ୍ର ଥରଟିଏ ବିଧାୟକ ହେବା ପରେ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ପଦବି ଯିବା ପରେ ସେମାନଙ୍କ ରାଜନୈତିକ ଯାତ୍ରା ସମାପ୍ତ ହୋଇଯାଉଛି। ସେମାନଙ୍କୁ ଆଉ ସଭାସମିତି କିମ୍ବା କୌଣସି କାର୍ଯ୍ୟକ୍ରମରେ ଆଉ ଦେଖିବାକୁ ମିଳୁ ନଥିବାରୁ ଧୀରେଧୀରେ ସେମାନେ ଜନମାନସରୁ ଉଭେଇ ଯାଇଛନ୍ତି। ଏପରି ନେତାଙ୍କ ତାଲିକାରେ ଅଛନ୍ତି ତେଲକୋଇର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ। ବେଦବ୍ୟାସଙ୍କ ବାପ‌ା ଥିଲେ ତେଲକୋଇର ଛଅଥରର ବିଧାୟକ ନୀଳାଦ୍ରି ନାୟକ।

ବାପାଙ୍କ ମୃତ୍ୟୁ ପରେ ସହାନୁଭୂତି ଦେଖାଇ ବିଜେଡି ବେଦବ୍ୟାସଙ୍କୁ ୨୦୧୪ରେ ବିଧାୟକ ପ୍ରାର୍ଥୀ କରିଥିଲା। ସେ ବିଜୟୀ ହୋଇଥିଲେ। ବିଧାୟକ ଥିବାବେଳେ ତାଙ୍କୁ କାଁ ଭାଁ ନିଜ ଅଞ୍ଚ‌ଳରେ ଦେଖିବାକୁ ମିଳୁଥିଲା। ପଦବି ଯିବା ପରେ ତାଙ୍କୁ ଆଉ କେହି ଖୋଜୁନାହାନ୍ତି। ସେ ଏବେ ବି ବିଜେଡିରେ ଥିଲେ ମଧ୍ୟ ତାଙ୍କୁ ଦଳର କୌଣସି କାର୍ଯ୍ୟକ୍ରମ ଓ ସଭାସମିତିରେ ଦେଖିବାକୁ ମିଳୁନି। ମୋଟାମୋଟି ଭାବେ ଦଳରେ ସେ କୋଣଠେସା ହୋଇଯାଇଛନ୍ତି।

ସେହିପରି କେନ୍ଦୁଝର ନିର୍ବାଚନମଣ୍ଡଳୀର ଦୁଇଜଣ ପୂର୍ବତନ ବିଧାୟକ ହେଉଛନ୍ତି ସୁବର୍ଣ୍ଣ ନାୟକ ଓ ଅଭିରାମ ନାୟକ। ସୁବର୍ଣ୍ଣ ନାୟକ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ ବିଧ‌ାୟକ ଥିଲେ। ଇଞ୍ଜିନିୟର ଚାକିରି ଛାଡ଼ି ସୁବର୍ଣ୍ଣ ବିଜେଡିରେ ମିଶିଥିଲେ। ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। କିନ୍ତୁ ଚିଟ୍‌ଫଣ୍ଡ ଦୁର୍ନୀତି‌ରେ ଛନ୍ଦି ହେବା ପରେ ଦଳରେ ତାଙ୍କର ପତିଆରା ହ୍ରାସ ପାଇଥିଲା। ସେବେଠାରୁ ଏକାଧିକ ଥର ଉଦ୍ୟମ ସତ୍ତ୍ବେ ସେ ଆଉ ରାଜନୀତିରେ ସମ୍ମୁଖ ଭାଗକୁ ଆସିପାରୁ ନାହାନ୍ତି। ୨୦୧୯ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ବି ଅତ୍ୟନ୍ତ ନଗଣ୍ୟ ଭୋଟ ପାଇଥିଲେ। ଯାହା ସେ ଲୋକଲୋଚନରୁ ହଜି ଯାଇଥିବାରୁ ପ୍ରମାଣ ଦେଇଥିଲା।

ସେହିପରି ପୂର୍ବତନ ବିଧାୟକ ଅଭି‌ରାମ ନାୟକଙ୍କ ସ୍ଥିତି ମଧ୍ୟ ସମାନ। ସୁବର୍ଣ୍ଣଙ୍କ ପରେ ଅଭିରାମଙ୍କୁ ବିଜେଡି ୨୦୧୪ରେ ବିଧାୟକ ପ୍ରାର୍ଥୀ କରିଥିଲା। ୨୦୧୯ ନିର୍ବାଚନରେ ତାଙ୍କ ଟିକଟ କଟି ଯାଇଥିଲା। ବିଧାୟକ ପଦବି ଯିବା ଓ ଦଳୀୟ ଟିକଟ କଟିବା ପରେ ତାଙ୍କୁ ଆଉ କୌଣସି ରାଜୖନତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।