ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦୁଝର ପୁଅଙ୍କ କମାଲ: ଇ-କମର୍ସ ସାଇଟ୍‌ ‘ଘିନିବା’ କରି ମାଲାମାଲ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କେନ୍ଦୁଝର : ରାଜଧାନୀ ନୂଆଦିଲ୍ଲୀରେ କମାଲ କରୁଛନ୍ତି କେନ୍ଦୁଝର ଦୁଇ ଯୁବକ। ଇ-କମର୍ସ କମ୍ପାନି ‘ଘିନିବା’ କରି ମାଲାମାଲ ହେଉଛନ୍ତି। ଗୋଟିଏବର୍ଷରେ ଏହି କମ୍ପାନି କୋଟିଏ ଟଙ୍କାର ବ୍ୟବସାୟ କରି ଇ-କମର୍ସ ପ୍ଲାଟ୍‌ଫର୍ମରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଆଗାମୀ ଦିନରେ ‘ଘିନିବା’ କେବଳ ‌ଭାରତ ନୁହେଁ, ବିଦେଶରେ ମଧ୍ୟ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି।

କେନ୍ଦୁଝର ସହର ପୁରୁଣାବଜାରର ଶୁଭେନ୍ଦୁ ସାହେବ ସେଠୀ ଏବଂ ଅବିନାଶ ରାଉତ ପିଲାବେଳୁ ଘନିଷ୍ଠ ସାଙ୍ଗ ଥିଲେ। ଶୁଭେନ୍ଦୁ ସ୍ଥାନୀୟ ମ୍ୟୁନିସିପାଲିଟି ହାଇସ୍କୁଲରୁ ମାଟ୍ରିକ ଏବଂ ଡିଡି କଲେଜରୁ ବାଣିଜ୍ୟରେ ସ୍ନାତକ ପାସ୍‌ କରିଥିଲେ। ଏହାପରେ ଚାଟାର୍ଡ ଆକାଉଣ୍ଟସ୍‌ ଆଣ୍ଡ କମ୍ପାନି ସେକ୍ରେଟାରି ପାଠ ପଢ଼ି ଏକ ବହୁ ରାଷ୍ଟ୍ରୀୟ କମ୍ପାନିରେ ନିଯୁକ୍ତି ପାଇଥିଲେ। ସେହିପରି ଅବିନାଶ ନିର୍ମଳା କନ୍‌ଭେଣ୍ଟ ସ୍କୁଲରୁ ମାଟ୍ରିକ ଓ ଡିଡି କଲେଜରୁ କଳାରେ ସ୍ନାତକ ପାସ୍‌ କରିଥିଲେ। ସେ ବେଙ୍ଗାଲୁରୁର ଏକ କମ୍ପାନିରେ କାମ କରୁଥିଲେ। wଶୁଭେନ୍ଦୁ ଚାକିରି କରିବାର ବର୍ଷକ ପରେ ଇସ୍ତଫା ଦେଇ ନିଜେ କିଛି କରିବାକୁ ଚିନ୍ତା କରିଥିଲେ।

ଏହାପରେ ସେ ଆରମ୍ଭ କରିଥିଲେ ଇଣ୍ଡିକେଓନ ନାମକ କମ୍ପାନି। ଏହି କମ୍ପାନି ପ୍ରାଥମିକ ପର୍ଯ୍ୟାୟରେ ବିଜ୍ଞାପନ ଭିତ୍ତିକ ବ୍ୟବସାୟରେ ସାମିଲ ଥିଲା। ପ୍ରଥମ ଛଅମାସ ଭଲ ବ୍ୟବସାୟ କରିଥିଲା। ମାତ୍ର, ପରବର୍ତ୍ତୀ ସମୟରେ ବ୍ୟବସାୟ ନ ହେବାରୁ ଇ-କମର୍ସରେ ମନୋନିବେଶ କରିଥିଲେ ଶୁଭେନ୍ଦୁ ଏବଂ ଅବିନାଶ। ଏଥିପାଇଁ ସେମାନେ ‘ଘିନିବା’ ନାମକ କମ୍ପାନି ଆରମ୍ଭ କରିଥିଲେ। ୨୦୧୮ରେ ‘ଘିନିବା’ ଭଲ ବ୍ୟବସାୟ କରିଥିଲା। ଗତବର୍ଷ ଏହି କମ୍ପାନି କୋଟିଏ ଟଙ୍କାର ବ୍ୟବସାୟ କରି ସଫଳତାର ପ୍ରଥମ ପାହାଚ ଚଢ଼ିଛି। ‘ଘିନିବା’ ଆଗାମୀ ଦିନରେ ‘ଆମାଜନ୍‌’ ଓ ‘ଫ୍ଲିପ୍‌କାର୍ଟ’ ଭଳି ଇ-କମର୍ସ ସଂସ୍ଥାକୁ ଟକ୍କର ଦେବ ବୋଲି ଉଭୟ କହିଛନ୍ତି
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।