ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦୁଝର ଆସୁଥିଲା ଅଣ୍ଡା ବୋଝେଇ ଟ୍ରକ, ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ

ଦେବଗଡ଼ ୦୬।୦୮ : ଦେବଗଡ଼ ଏସ୍‌ପି ଅଫିସ ନିକଟରେ ସଡ଼କ ଦୁର୍ଘଟଣା । ଏକ ଅଣ୍ଡା ବୋଝେଇ ଟ୍ରକ ଏହି ଦୁର୍ଘଟଣାର ଶିକାର ହୋଇଛି । ଘଟଣାସ୍ଥଳରେ ଦେବଗଡ଼ ପୋଲିସ ପହଞ୍ଚି ଉଦ୍ଧାର ଆରମ୍ଭ କରିଛି ।

ଖବର ଅନୁଯାୟୀ, ଏକ ଟ୍ରକ ଅଣ୍ଡା ନେଇ କେନ୍ଦୁଝର ଅଭିମୁଖେ ଆସୁଥିଲେ । ଏହି ସମୟରେ ୪୯ ନମ୍ବର ଜାତୀୟ ରାଜପଥ ଦେବଗଡ଼ ଏସ୍‌ପି ଅଫିସ ନିକଟରେ ଟ୍ରକଟି ଦୁର୍ଘଟଣାର ଶିକାର ହୋଇଛି । ତେବେ ଏକ ବାର ଚକିଆ ଟ୍ରକ ପଛରୁ ଆସି ଧକ୍କା ଦେବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଡ୍ରାଇଭର କହିଛନ୍ତି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।