ରାଜ୍ୟ

କେନ୍ଦୁଝରରେ ସନା ସସ୍‌ପେନ୍ସ: ବିଜେଡିକୁ ସମର୍ଥନ ଜାରି ରଖିବେ ନା ବିଜେପି ଯିବେ?

କେନ୍ଦୁଝର/ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କୁ ନେଇ ଏବେ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଲାଗିରହିଛି। ସେ ସନାତନ ବିଜେଡିକୁ ସମର୍ଥନ ଜାରି ରଖିବେ ନା ବିଜେପିକୁ ଯିବେ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିବା ସନାତନ ୨୦୧୪ ମସିହାରେ ସ୍ବାଧୀନ ପ୍ରାର୍ଥୀଭାବେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସମଗ୍ର ଜିଲ୍ଲାରେ ତାଙ୍କର ପତିଆରା ବୃଦ୍ଧି ପାଇଥିଲା। ସନାସେନା ନାମରେ କେନ୍ଦୁଝର ଜିଲ୍ଲାରେ ନିଜର ଏକ ବିଶାଳ ସଂଗଠନ ବି ଚଳାଇଥିଲେ। ନୂତନ ଦଳ ଗଠନ ପରେ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାର୍ଥୀ ଦେବାକୁ ଯୋଜନା କରିଥିଲେ। ଏହାପରେ ବିଜେଡିକୁ ଟକ୍କର ଦେବାପାଇଁ ୨୦୧୬ରେ ସେ ଗଢ଼ିଥିଲେ ଜନସମୃଦ୍ଧି ପାର୍ଟି। ହେଲେ, ୨ବର୍ଷ ପରେ ସନାତନ ନିଜ ଦଳରୁ ଇସ୍ତଫା ଦେଇଦେଲେ। ଗତ ନିର୍ବାଚନରେ ସେ ଲଢ଼ିନଥିଲେ। ବିଜେଡିରେ ସାମିଲ ହୋଇନଥିଲେ ମଧ୍ୟ ସମର୍ଥନ ଦେଇଆସୁଛନ୍ତି। ଏଥର କିନ୍ତୁ ସେ ନିଶ୍ଚିତ ଲଢ଼ିବେ ବୋଲି ତାଙ୍କ ସମର୍ଥକମାନେ ପ୍ରଚାର କରୁଛନ୍ତି।

ପ୍ରଶ୍ନ ଉଠୁଛି, ସନାତନ ବିଜେଡିକୁ ସମର୍ଥନ ଜାରି ରଖିବେ ନା ବିଜେପିକୁ ଯିବେ କରିବେ? ଗତ ନିର୍ବାଚନରେ ସନାତନ ବିଜେଡିକୁ ସମର୍ଥନ କରିଥିଲେ। କେନ୍ଦୁଝର ଲୋକସଭା ଓ ଚମ୍ପୁଆ ବିଧାନସଭା ଆସନରେ ସେ ନିଜ ପସନ୍ଦର ପ୍ରାର୍ଥୀ ଦେଇ ସେମାନଙ୍କୁ ବିଜୟୀ କରାଇଥିଲେ। ପରବର୍ତ୍ତୀ ସମୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ସେ ବିଜେଡିକୁ ସହଯୋଗ କରିଥିଲେ। ୫ବର୍ଷ ହେଲା ସନାତନ ବିଜେଡିକୁ ସହଯୋଗ କରିଆସୁଥିଲେ ମଧ୍ୟ ଅଦ୍ୟାବଧି ସେ ଦଳରେ ଯୋଗ ଦେଇନାହାନ୍ତି। ତେବେ, ଜାନୁଆରି ୨୮ତାରିଖରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ କାର୍ଯ୍ୟକ୍ରମରେ ବି ତାଙ୍କୁ ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ, କିଛିଦିନ ତଳେ ସେ ବିଜେପିକୁ ଯିବେ ଉଦ୍ୟମ ଚର୍ଚ୍ଚା ହେଉଥିଲା। ଏପରିକି ସେ ନୂଆଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ବକୁ ଭେଟି ତାଙ୍କୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ବ ଦେବାକୁ ସର୍ତ୍ତ ରଖିଥିବା କୁହାଯାଉଛି। ଘସିପୁରା ଓ ଆନନ୍ଦପୁରରେ ସନାତନଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ ମଧ୍ୟ ଏକାଧିକ ଥର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ‌ଭେଟି ଏନେଇ ଆଲୋଚନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖିଲେ ଆଗାମୀ ଦିନରେ ସନାତନ କ’ଣ ନିଷ୍ପତ୍ତି ନେଉଛନ୍ତି, ତା’ଉପରେ ସମସ୍ତଙ୍କ ନଜର ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।