ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦୁଝରରେ ଅଖଚକ ବନ୍ଦ: ଷ୍ଟେସନରେ ୨ଟି ଟ୍ରେନ୍‌କୁ ଅଟକ ରଖି ପ୍ରତିବାଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଶୁଆକାଟିସ୍ଥିତ ଓଏମ୍‌ସି ଖଣିରୁ ‌କେନ୍ଦୁଝର ସଦର ବ୍ଲକ୍‌ ଗୋହାଲଡିହି ରେଳସାଇଡିଂ ପର୍ଯ୍ୟନ୍ତ ରେଳପଥ ସଂଯୋଗୀକରଣକୁ ବିରୋଧ କରି ଆଜି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦିଆଯାଇଛି।  ବନ୍ଦକୁ ୧୫ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। ତେବେ ବନ୍ଦରୁ ଆମ୍ବୁଲାନ୍ସ, ଅଗ୍ନିଶମ, କ୍ଷୀରଗାଡ଼ି, ସ୍କୁଲ ଓ କଲେଜ ବସ୍‌ ସମେତ ଜରୁରୀ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନ୍‌କୁ ଅଟକ ରଖି ପ୍ରତିବାଦ କରିଛନ୍ତି ଆନ୍ଦୋଳକକାରୀ। ବନ୍ଦର ପ୍ରଭାବରେ ଦୋକାନବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।

ଏହି ରେଳପଥ ହେଲେ ହଜାରହଜାର ଟ୍ରକ ମାଲିକ ଏବଂ ଏହା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ପ୍ରାୟ ୩ ଲକ୍ଷ ଲୋକ ପ୍ରଭାବିତ ହେବେ। ଏହି ବନ୍ଦକୁ ବଣିକ ସଂଘ, ବସ୍‌ ମାଲିକ ସଂଘ, ଅଟୋ ଚାଳକ ସଂଘ, ମେକାନିକ ସଂଘ, ମିନିବସ୍‌ ମାଲିକ ସଂଘ, ଶୁଆକାଟି ଆଞ୍ଚଳିକ ଟ୍ରକ୍‌ ମାଲିକ ସଂଘ, ଜିଲ୍ଲା ଡ୍ରାଇଭର ସଂଘ, ଯୋଡ଼ା ଟ୍ରକ୍‌ ମାଲିକ ସଂଘ, ମାଟୁଆ, ଯୋଡ଼ା ଆଞ୍ଚଳିକ ଟ୍ରକ୍‌ ମାଲିକ ସଂଘ, ଭଦ୍ରାସାହି ଓ ବଡ଼ବିଲ ଟ୍ରକ୍‌ ମାଲିକ ସଂଘ ପ୍ରମୁଖ ସମର୍ଥନ ଜଣାଇନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।