ଅପରାଧ ରାଜ୍ୟ

କେନାଲ ରାସ୍ତାରେ ପଡିଛି ମୃତଦେହ, ପରିଚୟ ଖୋଜୁଛି ପୋଲିସ

ଉଦଳା ୧୪।୦୬: କେନାଲ ରାସ୍ତାରେ ପଡିଛି ଯୁବକଙ୍କ ମୃତଦେହ। ମୟୁରଭଞ୍ଜି ଜିଲ୍ଲା ଉଦଳା ଥାନା ଚୁଳିଆପୋଷି କେନାଲ ରାସ୍ତାରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଚୁଳିଆପୋଷି କେନାଲ ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ପରେ ଉଦଳା ଥାନାକୁ ମୃତଦେହ ପଡିଥିବା ନେଇ ଖବର ଦିଆଯାଇଥିଲା । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ମୃତ ଯୁବକଙ୍କ ଘର କପ୍ତିପଦା ଥାନା ମହିଷାସୁରୀ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଥିବା ବେଳେ ନାଙ୍କ ନାମ ଏବେ ସୁଦ୍ଧା ଜଣାପଡିନାହିଁ । ମୃତ ଯୁବକ ଜଣକ ଗୋରୁ ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ସ୍ଥାନୀୟଲୋକଙ୍କ ନିକଟରୁ ପୋଲିସ୍ ଜାଣିବାକୁ ପାଇଛି । ହେଲେ ଯୁବକଙ୍କର ମୃତ୍ୟୁ କିପରି ହେଲା, ତାହା ଅସ୍ପଷ୍ଟ ରହିଥିବା ରହିଛି । ଏପିରିକି ଯୁବକଙ୍କ ମୃତଦେହ କେନାଲ ରାସ୍ତାକୁ କାହିଁକି ଏବଂ କିପରି ଆସିଲେ ତାହାର ଖୋଳତାଡ କରୁଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।