ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେଜ୍ରିୱାଲଙ୍କ ସମସ୍ୟା ବଢ଼ିଲା: ଇଡି ଆପଲରୁ ଆଇଫୋନ୍ ବିଷୟରେ ସୂଚନା ମାଗିଲା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଙ୍କ ନ୍ୟାୟିକ ହେପାଜତରେ ଅଛନ୍ତି। ଫୋନ୍ ପାସୱାର୍ଡକୁ ନେଇ କେଜ୍ରିୱାଲଙ୍କ ସମସ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଇଡି ଆପଲରୁ କିଛି ନିର୍ଦ୍ଦିଷ୍ଟ ସୂଚନା ମାଗିଛି। ତାଙ୍କ ବ୍ୟକ୍ତିଗତ କମ୍ପ୍ୟୁଟର କିମ୍ବା ଡେସ୍କଟପ୍କୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ କୌଣସି ଇଲୋକ୍ଟ୍ରୋନିକ୍ସ ପ୍ରମାଣ ନାହିଁ। କିନ୍ତୁ ତାଙ୍କର ଚାରିଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ମାର୍ଚ୍ଚ ୨୧ ରେ ଗିରଫ ହୋଇଥିବା ରାତିରେ ତାଙ୍କ ବାସଭବନରୁ ପ୍ରାୟ ୭୦,୦୦୦ଟଙ୍କା ମିଳିଥିଲା ​​ଏହାକୁ ଇଡି ପାଖରେ ରଖିଥିଲା। ସୂତ୍ରରୁ ପ୍ରକାଶ ମୁଖ୍ୟମନ୍ତ୍ରୀ ତାଙ୍କ ଆଇଫୋନ୍ ଅଫ୍ କରିଛନ୍ତି ଏବଂ ତାଙ୍କ ପାସୱାର୍ଡ ମଧ୍ୟ ସେୟାର କରିନାହାନ୍ତି।
ଏହି ମାମଲା ସହ ଜଡିତ ବରିଷ୍ଠ ଅଧିକାରୀମାନେ ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି ଯେ ତାଙ୍କ ଟେଲିଫୋନ୍ ତଥ୍ୟ ଏବଂ ଚାଟ୍କୁ ହାତେଇବା ଦ୍ବାରା ଦ୍ବାରା ଆମ୍ ଆଦମୀ ପାର୍ଟି(ଏଏପି)ର ‘ନିର୍ବାଚନୀ ରଣନୀତି’ ଏବଂ ମେଣ୍ଟ ବିଷୟରେ ଇଡି ସୂଚନା ପାଇ ପାରିବ। ‌‌ଏହା ଦ୍ବାରା ଶାସକ ବିଜେପି ଉପକୃତ ହେବ। ତେଣୁ ଫୋନ୍‌ର ପାସୱାର୍ଡ କ୍ରେଜିୱାଲ ଦେବାକୁ ଅମଙ୍ଗ ହେଉଛନ୍ତି।

ଏହାକୁ ନେଇ କେଜ୍ରିୱାଲ ଚିନ୍ତିତ ଅଛନ୍ତି। ତେବେ ଆପଲ ନିଜ ଉପଭୋକ୍ତାଙ୍କ ଗୁପ୍ତ ଡାଟା ସେୟାର କରିବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। କେଜ୍ରିୱାଲ ମୋବାଇଲ ବନ୍ଦ କରିବା ସହିତ ପାସୱାର୍ଡକୁ ମଧ୍ୟ ଗୁପ୍ତ ରଖିଛନ୍ତି। ଏହା ଯୋଗୁ ଇଡ଼ି ବହୁ ତଥ୍ୟଠାରୁ ଦୂରରେ ରହିଯାଇଥିବା କୁହାଯାଉଛି। ଏସବୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ଇଡ଼ି ପାଇଁ କାଠିକର ପାଠ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ