ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେଜ୍ରିୱାଲଙ୍କ ନୂଆ ଠିକଣା ତିହାର ଜେ‌ଲ୍: ୨ ନମ୍ବର ଜେଲ୍‌ରେ ୧୧୨ ବର୍ଗଫୁଟ ପ୍ରକୋଷ୍ଠରେ ରହିବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨ ନମ୍ବର ତିହାର ଜେଲରେ ରହିବେ। ଭବିଷ୍ୟତରେ ତାଙ୍କୁ ଇଡି ରିମାଣ୍ଡରେ ନେବାର ସମ୍ଭାବନା ଥିବାରୁ ଆଜି ଦିଲ୍ଲୀସ୍ଥିତ ରାଉଜ ଏଭେନ୍ୟୁ ଅଦାଲତ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍‌ ପଠାଇ ଦେଇଛନ୍ତି। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବ। ଏହା ପୂର୍ବରୁ କେଜ୍ରିୱାଲ ଜେଲ୍‌ରେ ରହିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଇଡି ରିମାଣ୍ଡ ଶେଷ ହେବା ପରେ କେଜ୍ରିୱାଲଙ୍କୁ ସ୍ବତନ୍ତ୍ର ବିଚାରପତି କାବେରୀ ବାୱେଜାଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ରି‌ମାଣ୍ଡରେ ନେବାର ଆବଶ୍ୟକତା ଥିବାରୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ଇଡି ଅନୁରୋଧ କରିଥିଲା। ଏହାପରେ ଅଦାଲତ ତାଙ୍କୁ ଜେଲ୍‌ ପଠାଇ ଦେଇଛନ୍ତି। ଜେଲରେ କେଜ୍ରିୱାଲଙ୍କୁ ଘରୁ ଲାଇନେନ ବେଡ, ତକିଆ ଓ ରେଜେଇ ନେବାକୁ ଅନମୁତି ମିଳିଛି।

୨ ନମ୍ବର ଜେଲ୍‌ରେ ୧୧୨ ବର୍ଗଫୁଟ ପ୍ରକୋଷ୍ଠରେ ରହିବେ
୧୧ଟାରେ ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ୬ଟା ୩୦ରେ ରାତ୍ରିଭୋଜନ
ଘର ଖାଦ୍ୟ, ଶଯ୍ୟାକୁ ଅନୁମତି
ଭଗବତ ଗୀତା, ରାମାୟଣ ପଢ଼ିବେ

ଏଥିସହିତ ସେ ଜଣେ ମଧୁମେହ ରୋଗୀ ହୋଇଥିବାରୁ ରକ୍ତ ଶର୍କରା ମାପିବା ପାଇଁ ତାଙ୍କୁ ଆବଶ୍ୟକ ଯନ୍ତ୍ରପାତି ଓ ଔଷଧ ନେବାର ଅନୁମତି ରହିଛି। ପତ୍ନୀ ସୁନିତା କେଜ୍ରିୱାଲଙ୍କୁ ଭେଟିବା ପାଇଁ ତାଙ୍କୁ ଅନୁମତି ଦିଅଯାଇଛି। ଅପରାହ୍ଣରେ ତାଙ୍କୁ ଜେଲ୍‌କୁ ନିଆଯାଇଛି। ତାଙ୍କୁ ଗୀତା, ରାମାୟଣ ଏବଂ ସାମ୍ବାଦିକ ନୀରଜ ଚୌଧୁରୀଙ୍କ ଦ୍ବାରା ଲିଖିତ ହାଓ ପ୍ରାଇମ ମିନିଷ୍ଟର୍‌ସ ଡିସାଇଡ ପୁସ୍ତକ ଯୋଗାଇ ଦେବାକୁ ଅଦାଲତ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସେ ପିନ୍ଧିଥିବା ‌ଧାର୍ମିକ ଲକେଟ ମଧ୍ୟ ଜେଲ ଭିତରକୁ ନେବାକୁ ଅନୁମତି ମିଳିଛି। କେଜ୍ରିୱାଲ ସ୍ବତନ୍ତ୍ର ଖାଦ୍ୟ ଏବେ ଖାଉଥିବାରୁ ତାଙ୍କୁ ଘରେ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ। ସାଧାରଣତଃ ତିହାର ଜେଲରେ ରହୁଥିବା କଏଦୀମାନଙ୍କୁ ଭାତ କିମ୍ବା ୫ଟି ରୁଟି, ଡାଲି ଏବଂ ତରକାରି ଦିନକୁ ଦୁଇ ଥର ଦିଆଯାଇଥାଏ। ଏଥିସହିତ ସକାଳେ ଓ ସନ୍ଧ୍ୟାରେ ଚା ଓ ବିସ୍କୁଟ କିମ୍ବା ପାଉଁରୁଟି ଜେଲ୍‌ ନିୟମ ଅନୁସାରେ ଖାଇବାକୁ ଦିଆଯାଇଥାଏ।

ଅନ୍ୟ କଏଦୀଙ୍କ ଭଳି କେଜ୍ରିୱାଲଙ୍କୁ ସଂପ୍ରତି ସୂର୍ଯ୍ୟୋଦୟ ସମୟ ପାଖାପାଖି ସକାଳ ୬ଟା ୩୦ରେ ଶଯ୍ୟା ତ୍ୟାଗ କରିବାକୁ ପଡ଼ିବ। ୬ଟା ୪୦ ବେଳକୁ କଏଦୀମାନଙ୍କୁ ଜଳଖିଆ ଭାବେ ଚା’ ଓ ପାଉଁରୁଟି ଦିଆଯାଇପାରେ। ଏହାପରେ ସେ ଗାଧୋଇବେ। ଇଡି ହାଜତରେ ରହି ମଧ୍ୟ ସେ ସରକାର ଚଳାଉଥିବାରୁ ଯେଉଁଦିନ ଶୁଣାଣି ଥିବ ସେଦିନ ଅଦାଲତକୁ ଯିବେ କିମ୍ବା ତାଙ୍କ ଆଇନଜୀବୀଙ୍କୁ ଭେଟିପାରିବେ। ଏକ ରିପୋର୍ଟ ଅନୁଯାୟୀ, ସକାଳ ୧୧ଟାରେ ଜେଲ୍‌ରେ ମଧ୍ୟାହ୍ନ ଭୋଜନ ଦିଆଯାଇଥାଏ। ଏହାପରେ କଏଦୀମାନଙ୍କୁ ସେମାନଙ୍କ ‌କୋଠରୀରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରହିବାକୁ ହୋଇଥାଏ। ଅନ୍ୟ ବନ୍ଦୀମାନଙ୍କ ଭଳି କେଜ୍ରିୱାଲଙ୍କୁ ଅପରାହ୍ଣ ୩ଟା ୩୦ରେ ଚା’ ଓ ବିସ୍କୁଟ ଖାଇବାକୁ ଦିଆଯିବ। ଏହାପରେ ୪ଟା ବେଳେ ସେ ଆଇନଜୀବୀଙ୍କୁ ଭେଟିପାରିବେ।
ରାତ୍ରିଭୋଜନ ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଦିଆଯାଇଥାଏ। ଏହାପରେ ରାତି ପ୍ରାୟ ୭ଟା ବେଳକୁ ସେମାନଙ୍କୁ କୋଠରୀରେ ବନ୍ଦ କରି ଦିଆଯାଇଥାଏ। ଖାଇବା ଓ ଅନ୍ୟ କାର୍ଯ୍ୟ ନଥିଲେ କଏଦୀମାନେ ସକାଳ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଟିଭି ଦେଖିପାରିବେ। ତେବେ ‌ଅଳ୍ପ କେତୋଟି ଚାନେଲ୍‌ ଟିଭିରେ ଦେଖିବାକୁ ମିଳିଥାଏ। ୧ନଂ. ତିହାର ଜେଲରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ୭ନଂ. ଜେଲରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ୫ନଂ. ଜେଲ୍‌ରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ‌ ବିଆର୍‌ଏସ୍‌ ନେତ୍ରୀ କେ. କବିତା ୬ନଂ. ଜେଲ୍‌ ଓ ରାଜସାକ୍ଷୀ ବିଜୟ ନାୟାର ୪ନଂ. ଜେଲ୍‌ରେ ରହୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ