ନୂଆଦିଲ୍ଳୀ: ଦିଲ୍ଲ ହାଇକୋର୍ଟ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରିବେ। ତାଙ୍କ ଆବେଦନରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ହେପାଜତକୁ ଚ୍ୟାଲେଞ୍ଜ କରିଛନ୍ତି ଏବଂ ମଧ୍ୟବର୍ତ୍ତୀକାଳୀନ ସହାୟତା ଲୋଡିଛନ୍ତି। ଜଷ୍ଟିସ୍ ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ ସମ୍ମୁଖରେ ଏହି ମାମଲା ତାଲିକାଭୁକ୍ତ ହୋଇଛି ରହିଛି ଏବଂ ସକାଳ ୧୦.୩୦ ପରେ ଏହର ଶୁଣାଣି କରାଯିବ।
କେଜ୍ରିୱାଲଙ୍କ ଆବେଦନର ଉତ୍ତରରେ ଇଡି ମଙ୍ଗଳବାର ଏକ ଲମ୍ବା ଉତ୍ତର ଦାଖଲ କରି ଦାବି କରିଛି ଯେ ଅାପ୍ ସୁପ୍ରିମୋ ହେଉଛନ୍ତି “ମଦ ନୀତି ଦୁର୍ନୀତିର କିଙ୍ଗପିନ” ତଥା ଅର୍ଥ ହେରଫେର ଅପରାଧରେ ଜଣେ “ଷଡଯନ୍ତ୍ରକାରୀ”।
ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇଥିବା ଏବଂ ବର୍ତ୍ତମାନ ତିହାର ଜେଲରେ ଥିବା କେଜ୍ରିୱାଲ ଗିରଫ ବେଆଇନ ବୋଲି ଦର୍ଶାଇ ତାଙ୍କୁ ମୁକ୍ତ କରିବାକୁ କହିଥିଲେ। ତେବେ, ଅର୍ଥ ଦୁର୍ନୀତି ଧାରା (ପିଏମ୍ଏଲ୍ଏ) ଏବଂ ସମ୍ବିଧାନ ଅନୁଯାୟୀ ପ୍ରକ୍ରିୟାକରଣ ଆବଶ୍ୟକତା ଅନୁଯାୟୀ ତାଙ୍କୁ ମୁକ୍ତ କରାଯାଇପାରିବ ନାହିଁ ବୋଲି ଇଡି ଯୁକ୍ତି ବାଢ଼ିଛି।
ନିକଟ ଅତୀତରେ ଜାତୀୟ ରାଜଧାନୀର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ତାଙ୍କ ସରକାରୀ ବାସଭବନରେ ଖୋଜାଖୋଜି ପରେ ଦିଲ୍ଲୀର ମଦ ନୀତି ସହ ଜଡିତ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡ଼ି ଗିରଫ କରିଥିଲା। କେଜ୍ରିୱାଲଙ୍କ ଗିରଫ ହେବା ପରେ ଦିଲ୍ଲୀର ମନ୍ତ୍ରୀ ଅତିଶୀ କହିଥିଲେ ଜାତୀୟ ରାଜଧାନୀର କେତେକ ଅଞ୍ଚଳରେ ଜଳ ଏବଂ ଜଳ ନିଷ୍କାସନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ କେଜ୍ରିୱାଲ୍ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିନା କାଗଜ ଓ କମ୍ପ୍ୟୁଟର୍ରେ ସେ କିପରି ନିର୍ଦ୍ଦେଶ ଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।