ରାଜ୍ୟ ସ୍ପେଶାଲ ରିପୋର୍ଟ

କୃତିତ୍ବ ହାସଲ କଲେ ଓଡ଼ିଆ: କଠିନ ପରିଶ୍ରମ ପରେ ସଫଳ

ଭୁବନେଶ୍ବର: ପ୍ରକାଶ ପାଇଛି ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ। ମୋଟ ୧୦୧୧ଟି ପଦବିର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେଥିପାଇଁ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ‌ଦେଶର ଅନ୍ୟ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଆପ୍ଟିପ୍ଲସର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟସ୍ତରରେ ଦୁଇ ନମ୍ବର ରୢାଙ୍କରେ ଥିବା ଗାରିମା ଲୋହିଆ ଆପ୍ଟିପ୍ଲସର ଛାତ୍ରୀ ଥିଲେ। ଓଡ଼ିଶା‌ ଆପ୍ଟିପ୍ଲସରୁ ଛାତ୍ରୀ କସ୍ତୁରୀ ପଣ୍ଡା ୬୭ତମ ରୢାଙ୍କରେ ଥିବା ବେଳେ ସୁଶ୍ରୀ ସୁଲଗ୍ନା ଖୁଣ୍ଟିଆ ୨୪୮ତମ, ଆୟୁଷୀ ପ୍ରଧାନ ୩୩୪ତମ ଓ ତେ‌ଜସ୍ବିନୀ ବେହେରା ୫୧୬ତମ ରୢାଙ୍କରେ ରହି ଶିକ୍ଷାନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି।

ଆପ୍ଟିପ୍ଲସର ଛାତ୍ରଛାତ୍ରୀ ଏହା ପୂର୍ବରୁ ଓଏଏସ୍‌ ପରୀକ୍ଷାରେ ମଧ୍ୟ ବାଜିମାତ୍‌ କରିଥିଲେ। ୩୦୦ରୁ ଅଧିକ ଛାତ୍ରଛାତ୍ରୀ ସଫଳତାର ସହ ପ୍ରଥମ, ଦ୍ବିତୀୟ ଓ ଚତୁର୍ଥ ରୢାଙ୍କରେ ସ୍ଥାନରେ ରହିଥିଲେ। ଏଥିସହ ଭାରତୀୟ ତଥା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୩-୨୪ ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆପ୍ଟିପ୍ଲସରେ ଏନ୍‌ସିଇଆରଟି ଫାଉଣ୍ଡେସନ କୋର୍ସ ସହ ଆଡଭାନ୍ସ ଲେବୁଲ୍‌ର ପାଠ୍ୟକ୍ରମ ଦିଆଯାଉଛି। ସମସ୍ତ ପ୍ରକାର ଆବଶ୍ୟକ ପାଠ୍ୟପୁସ୍ତକ ସହ ଲାଇବ୍ରେରି ସୁବିଧା, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥାଏ। ଦିଲ୍ଲୀର ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକାଙ୍କ ଦ୍ବାରା ଶିକ୍ଷାଦାନ କରାଯାଇଥାଏ। ଆପ୍ଟିପ୍ଲସର ନିର୍ଦ୍ଦେଶକ ସୁସିଜିତ୍‌ ସାହୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟସ୍ତରରେ ପ୍ରତିଷ୍ଠିତ କରିବା ଲାଗି ଆପ୍ଟିପ୍ଲସ୍‌ ସର୍ବଦା ପ୍ରୟାସ ଜାରି ରହିଛି। ଜାତୀୟ ସ୍ତରରେ ନାମ କାରିଥିବା ଅଧ୍ୟାପକମାନେ ଏଠାକୁ ଆସି ପିଲାଙ୍କୁ ଶିକ୍ଷା ପ୍ରଦାନ କରିଥାନ୍ତି। ଯେଉଁଥିପାଇଁ ପ୍ରତିଟି ପରୀକ୍ଷାରେ ଆପ୍ଟିପ୍ଲସର ପିଲାମାନେ ସଫଳତା ଦୋହରାଉଛନ୍ତି। ଏହି ସଫଳତାର ଧାରା ଜାରି ରଖିବାକୁ ଆମେ ସଂକଳ୍ପବଦ୍ଧ‌ ବୋଲି ମତ ପ୍ରକାଶ କରିଛନ୍ତି।

ଶିକ୍ଷା ଓ ମହିଳା ବିକାଶ କ୍ଷେତ୍ରରେ କାମ କରିବାକୁ ଲକ୍ଷ୍ୟ: କସ୍ତୁରୀ

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶ୍ରେଷ୍ଠ ଶହେରେ ସ୍ଥାନ ପାଇଥିବା ଭୁବନେଶ୍ବରର କସ୍ତୁରୀ ପଣ୍ଡା ଶିକ୍ଷା ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ‌ସେ କହିଛନ୍ତି, ଛୋଟବେଳୁ ଇଚ୍ଛା ଥିଲା ଆଇଏଏସ୍‌ ହୋଇ ଲୋକଙ୍କ ସେବା କରିବା ପାଇଁ। ଏବେ ସେ ସୁଯୋଗ ମିଳିଛି। ‌ଶିକ୍ଷା ଓ ମହିଳାଙ୍କ ବିକାଶ ଦିଗରେ କାମ କରିବି ବୋଲି ଲକ୍ଷ୍ୟ ରଖିଛି। ଯେଉଁଠି ବି ସୁଯୋଗ ମିଳିବ, ସେଠାରେ ଭଲ କରିବାକୁ ପ୍ରୟାସ କରିବି। ମୋତେ କେଉଁ କ୍ୟାଡର୍‌ ମିଳୁଛି, ତାହାକୁ ଅପେକ୍ଷା। ହାଉସିଂ ଓ ଅର୍ବାନ ବିଭାଗର ଯୁଗ୍ମ ସଚିବ ବାପା ଶାରଦା ପ୍ରସାଦ ପଣ୍ଡା ଓ ମା’ କାଜେରି ପଣ୍ଡାଙ୍କ ପ୍ରେରଣା ମୋତେ ଆଗକୁ ବଢ଼ାଇବାରେ ସହାୟକ ହୋଇଥିଲା। କସ୍ତୁରୀ ରାଉରକେଲା ଏନ୍‌ଆଇଟିରୁ ବି-ଟେକ୍‌ ମଧ୍ୟ ପାସ୍‌ କରିଛନ୍ତି।

୫୧୬ତମ ସ୍ଥାନରେ ଓଏଏସ୍‌ ଟପ୍‌ର ତେଜସ୍ବିନୀ
୨୦୨୨ର ଓଡ଼ିଶା ପ୍ରଶାସନିକ ସେବା(ଓପିଏସ୍‌) ଟପ୍‌ର ତେଜସ୍ବିନୀ ବେହେରା ୫୧୬ତମ ରୢାଙ୍କରେ ରହିବା ସହ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେ କହିଛନ୍ତି, ପରୀକ୍ଷା ଭଲ ହୋଇଥିଲା। ତଥାପି ଫଳକୁ ନେଇ ମନରେ ଟିକିଏ ଆଶଙ୍କା ଥିଲା। କିନ୍ତୁ ତାଲିକାରେ ନାଁ ଦେଖି ବହୁତ ଖୁସି ଲାଗିଲା।
ଏବେ ଯେଉଁ ରୢାଙ୍କ ମିଳିଛି, ସେଥିରେ ଇଣ୍ଡିଆନ୍‌ ରେଭିନ୍ୟୁ ସର୍ଭିସ୍‌ ମିଳିବ ବୋଲି ମୋର ଆଶା। ମାର୍କ ଲିଷ୍ଟ ଆସିବା ପରେ ଜଣାପଡ଼ିବ କେଉଁ ବିଷୟରେ କମ୍‌ ମାର୍କ ରହିଲା। ତାହାକୁ ଦୃଷ୍ଟିରେ ରଖି ଆଗକୁ ଆଉ ଟିକିଏ ଭଲ କରିବାକୁ ଚେଷ୍ଟା କରିବି। ଭେଟେରିନାରି ସର୍ଭିସ୍‌ର ଅତିରିକ୍ତ ନିର୍ଦ୍ଦେଶକ ବାପା ଲୋକନାଥ ବେହେରା ଓ ଗୃହିଣୀ ମା’ ଜୟନ୍ତୀ ବେହେରାଙ୍କ ପ୍ରେରଣା ଯୋଗୁଁ ଆଜି ଏଭଳି ସଫଳତା ପାଇଛି। ଦୁଇ ଭାଇଙ୍କର ମଧ୍ୟ ସହଯୋଗ ରହିଛି। ସବୁ ପରେ ଆପ୍ଟିପ୍ଲସ୍‌ର କୋଚିଂ ମୋତେ ବେଶ୍‌ ସହାୟକ ହୋଇଛି। ରଞ୍ଜିତା ମାଡାମ୍‌ ପରିବାର ଭଳି ମୋତେ ସହଯୋଗ ଯୋଗାଇ ଦେଇଛନ୍ତି। ଏଠାରେ କୋଚିଂ ସେଣ୍ଟର ଭଳି ମୋ‌ତେ ପଢ଼ାଯାଇନି, ବରଂ ଆପ୍ଟିପ୍ଲସ ମୋତେ ଇମୋସନାଲ ସପୋର୍ଟ ଦେଇଛି। ମହିଳାଙ୍କ ସଶକ୍ତୀକରଣ ଉପରେ କାମ କରିବାକୁ ଲକ୍ଷ୍ୟ ରଖିଛି।

ଲୋକଙ୍କ ସେବା ପାଇଁ ଇଞ୍ଜିନିୟରିଂ ଚାକିରି ଛାଡ଼ିଥିଲି: ଆୟୁଷୀ
କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ କ୍ୟାରିୟର୍‌ ଆରମ୍ଭ କରିଥିଲି। ହେଲେ ମନ ମାନିଲାନି। ଅନୁଭବ ହେଲା, ଦୁନିଆ ସହ ମୁଁ ‌ଜଡ଼ିତ ହୋଇପାରୁନି। ତେଣୁ ଲୋକଙ୍କ ସେବା ପାଇଁ କାମ କରିବି ବୋଲି ମନ ବଳାଇଲି। ୨୦୨୦‌ରେ ଚାକିରି ଛାଡ଼ି ୟୁପିଏସ୍‌ସି ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲି ବୋଲି କହିଛନ୍ତି ୩୩୪ତମ ସ୍ଥାନରେ ଥିବା ଆୟୁଷୀ ପ୍ରଧାନ। ସେ କହିଛନ୍ତି, ପ୍ରଥମ ପ୍ରୟାସରେ ଭଲ ହୋଇଥିଲେ ମଧ୍ୟ ଅଳ୍ପ କିଛି ମାର୍କ ପାଇଁ ଚୂଡ଼ାନ୍ତ ତାଲିକାରୁ ବାଦ୍‌ ପଡ଼ିଗଲି। ତଥାପି ହାରି ନଥିଲି। ବାପା, ମା’ଙ୍କ ପ୍ରେରଣା ସାଙ୍ଗକୁ ଆପ୍ଟିପ୍ଲସର କୋଚିଂ ମୋ‌ତେ ଆଗକୁ ବଢ଼ିବାରେ ସହାୟ ହୋଇଥିଲା। ରୢାଙ୍କକୁ ନେଇ ମୁଁ ସନ୍ତୁଷ୍ଟ ନୁହେଁ। ୪ଦିନ ପରେ ହେବାକୁ ଥିବା ପ୍ରିଲିମ୍‌ ପରୀକ୍ଷା ଲାଗି ଏବେଠାରୁ ପ୍ରସ୍ତୁତ ଜାରି ରହିଛି। ଆଉ ଥରେ ପରୀକ୍ଷା ଦେଇ ଭଲ କରିବାକୁ ଉଦ୍ୟମ କରୁଛି। ଯେଉଁ କ୍ଷେତ୍ରରେ ବି ଚାକିରି ପାଇଲେ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେବି। ଯେଉଁମାନେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେବାକୁ ଚାହୁଛନ୍ତି, ସେମାନଙ୍କୁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ନିଜ ଉପରେ ବିଶ୍ବାସ ରହିଲେ କେବେ‌ ନା କେବେ ସଫଳତା ମିଳିବ ବୋଲି ଆକ୍ସିସ୍‌ ବ୍ୟାଙ୍କରେ କାର୍ଯ୍ୟରତ ଚିତ୍ତ ରଞ୍ଜନ ପ୍ରଧାନଙ୍କ ସୁକନ୍ୟା ଆୟୁଷୀ କହିଛନ୍ତି।

୮୮୭ ରୢାଙ୍କରେ ସିଦ୍ଧାନ୍ତ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡ଼ୋଳା ଗ୍ରାମର ରାଜେନ୍ଦ୍ର ବେଶ୍ରା ଓ ଅଞ୍ଜନା ନାଗଙ୍କ ପୁଅ ସିଦ୍ଧାନ୍ତ ବେଶ୍ରା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ୮୮୭ ରୢାଙ୍କରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେ ବର୍ତ୍ତମାନ ଟାଟା ଷ୍ଟିଲର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ରହିଛନ୍ତି। ପ୍ରଥମଥର ପାଇଁ କୋକସରା ବ୍ଲକର ଜଣେ ପୁଅ ୟୁପିଏସ୍‌ସି ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବାରୁ ଖୁସିର ଲହର ଖେଳିଯାଇଛି।

୬୭୦ ରୢାଙ୍କରେ ପ୍ରଥମା
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୁରୁଣାପଡ଼ାର ପ୍ରଥମା ପ୍ରତୀକ୍ଷା ପ୍ରଧାନ ଚଳିତବର୍ଷ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୬୭୦ ତମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମା ଭବାନୀପାଟଣା ବ୍ରଜ ବିହାର ଶିଶୁ ବିଦ୍ୟାମନ୍ଦିରରୁ ମାଟ୍ରିକ୍‌ ପାସ୍‌ ପରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଯୁକ୍ତ ୨ ବିଜ୍ଞାନରେ ପାସ୍‌ କରିଥିଲେ। ପରେ ସେ ଭବାନୀପାଟଣା ସରକାରୀ କୃଷି ମହାବିଦ୍ୟାଳୟରେ ଡିଗ୍ରି ପାସ୍‌ କରିଥିଲେ। ତାଙ୍କ ବାପା ଗୋକୁଳାନନ୍ଦ ପ୍ରଧାନ ଓ ମା’ ରଶ୍ମିତା ପ୍ରଧାନ ଉଭୟ ଶିକ୍ଷକ ଅଟନ୍ତି।

୯୩୧ ରୢାଙ୍କରେ ହରେକୃଷ୍ଣ
ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ହାତୀବନ୍ଧା ଗ୍ରାମର ହରେକୃଷ୍ଣ ମେହେର ସିଭିଲ୍‌ ସର୍ଭିସ୍ ପରୀକ୍ଷାରେ ୯୩୧ ରୢାଙ୍କରେ କୃତିତ୍ବ ଅର୍ଜନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ହରେକୃଷ୍ଣଙ୍କ ପିତା ସଦାଶିବ ମେହେର ଜଣେ ଚାଷୀ ଓ ମାଆ ଯୁକ୍ତି ମେହେର ଗୃହିଣୀ ଅଟନ୍ତି। ସେ ଆଗରୁ ଦିଲ୍ଲୀରେ ଇଞ୍ଜିନିୟର, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ମୁମ୍ବାଇରେ କଷ୍ଟମ ଅଫିସର ଭାବରେ କାର୍ଯ୍ୟରତ ଅଛନ୍ତି। ହରେକୃଷ୍ଣଙ୍କ ଏହି ସଫଳତା ପାଇଁ ବଡ଼ଭାଇ ଧବଲେଶ୍ୱର ଓ କ୍ଷୀରସିନ୍ଧୁ ତଥା ପରିବାର ଲୋକ ଖୁସିବ୍ୟକ୍ତ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।