ରାଜ୍ୟ

କୂଅରେ ପକାଇ ୨ ସନ୍ତାନ ହତ୍ୟା ମାମଲା: ମା’ ଗିରଫ

ଶେରଗଡ଼: ଦୁଇ ସନ୍ତାନଙ୍କୁ ହତ୍ୟା ମାମଲାରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଉଗୁଡ଼ା ଗ୍ରାମର ରଶ୍ମିତା ଗୌଡ଼ଙ୍କୁ ପୁଲିସ ଗିରଫ କରିଛି। ଶେରଗଡ଼ ଥାନା କେସ୍ ନମ୍ବର ୩୪୫ ଆଇପିସି ୩୦୨ ଓ ୩୦୭ ଦଫାରେ ହତ୍ୟା ମାମଲା ରୁଜୁ ପରେ ରଶ୍ମିତାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବ୍ରହ୍ମପୁର ବଡ଼ ମେଡିକାଲରୁ ରଶ୍ମିତା ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ରଶ୍ମିତା ଗତ ୨ ତାରିଖ ବିଳମ୍ବିତ ରାତିରେ ତାଙ୍କ ତିନି ସନ୍ତାନଙ୍କୁ କୂଅ ଭିତରକୁ ଫୋପାଡ଼ି ନିଜେ ମଧ୍ୟ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ତାଙ୍କ ଝିଅ ଆଲିଶା (୧୦ ମାସ) ଓ ପୁଅ ଆଶିଷ (୫ ବର୍ଷ)ର ମୃତ୍ୟୁ ଘଟିଥିଲା। ‌ତେବେ ରଶ୍ମିତା ଓ ବଡ଼ଝିଅ ଗୁଞ୍ଜନ (୯ ବର୍ଷ)ଙ୍କୁ ଗ୍ରାମବାସୀ ସୁରକ୍ଷିତ ଭାବେ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାକୁ ଫେରିବା ପରେ ରଶ୍ମିତା ନିଜ ଦୁଇ ପିଲାଙ୍କ ମୃତ୍ୟୁ ଖବର ଜାଣି ନିଜ ଜିଭକୁ କାଟି ପୁଣି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଅନ୍ୟ ପକ୍ଷରେ ଆଜି ରଶ୍ମିତାଙ୍କ ସ୍ବାମୀ ବଳରାମ ଗୌଡ଼ ଚେନ୍ନାଇରୁ ଗାଁକୁ ଫେରିଛନ୍ତି। ପରିବାରରେ ଆର୍ଥିକ ଅନଟନକୁ ନେଇ ରଶ୍ମିତା ଓ ବଳରାମଙ୍କ ମଧ୍ୟରେ ମୋବାଇଲ୍‌ରେ ପାଟିତୁଣ୍ଡ ହୋଇଥିଲା। ଏହାସହ ବଳରାମ ପ୍ରତିଦିନ ମଦ ପିଉଥିଲେ। ଘଟଣା ଦିନ ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଶେଷରେ ରଶ୍ମିତା ତିନି ସନ୍ତାନଙ୍କ ସହ ମିଶି ଆତ୍ମହତ୍ୟା କରିବାକୁ ଚରମ ପଦକ୍ଷେପ ନେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ବଳରାମଙ୍କୁ ଜେରା କଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଥାନାଧିକାରୀ ମନୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।