ଖେଳ ଦେଶ ବିଦେଶ

କୁସ୍ତି ବିଶ୍ବକପ୍: ଅଂଶୁଙ୍କୁ ରୌପ୍ୟ

ବେଲଗ୍ରେଡ୍: ଭାରତୀୟ ମହିଳା କୁସ୍ତିବିତ୍‌ ଅଂଶୁ ମଲ୍ଲିକ (୫୭ କେଜି) ଏଠାରେ ଆୟୋଜିତ ବ୍ୟକ୍ତିଗତ ବିଶ୍ବକପ୍‌ରେ ରୌପ୍ୟ ପଦକ କରାୟତ୍ତ କରିଛନ୍ତି। ବୁଧବାର ରାତି‌ରେ ଖେଳାଯାଇଥିବା ସ୍ବର୍ଣ୍ଣ ପଦକ ମୁକାବିଲାରେ ‌ସେ ୧-୫ରେ ମୋଲଦୋଭାର ଆନାସ୍ତେସିଆ ନିଚିତାଙ୍କଠୁ ହାରିଯାଇଥିଲେ। କନିଷ୍ଠ ବର୍ଗରେ ଶ୍ରେଷ୍ଠତ୍ବ ଦେଇଥିବା ଅଂଶୁଙ୍କ ଏହା ବରିଷ୍ଠ ବର୍ଗରେ ତୃତୀୟ ପଦକ। ଅନ୍ୟ ଭାରତୀୟ ମହିଳା କୁସ୍ତିବିତ୍‌ଙ୍କ ମଧ୍ୟରେ ପିଙ୍କି (୫୫ କେଜି) କାଂସ୍ୟ ପଦକ ମୁକାବିଲାରେ ପହଞ୍ଚିଥିଲେ ମଧ୍ୟ ରୁଷିଆର‌ ଭେରୋନିକା ଚୁମିକୋଭାଙ୍କଠୁ ହାରି ପଦକରୁ ବଞ୍ଚିତ ହୋଇଥିଲେ। ସରିତା (୫୯ କେଜି), ସୋନମ ମଲ୍ଲିକ (୬୨ କେଜି) ଓ ସାକ୍ଷୀ ମଲ୍ଲିକ (୬୫ କେଜି) କ୍ବାର୍ଟର ଫାଇନାଲ୍‌ ବାଧା‌ ଅତିକ୍ରମ କରିବାରେ ବିଫଳ ହୋଇଥିଲେ। ଭେଟେରାନ ଗୁରଶରନପ୍ରୀତ (୭୨ କେଜି) ରିପିଚେଜ୍‌ ରାଉଣ୍ଡରେ ଗେନିଲା ଜାଖାର୍ଚେଙ୍କୋଙ୍କଠୁ ହାରି ଯାଇଥିଲେ। ନିର୍ମଳା ଦେବୀ (୫୦ କେଜି) ଓ କିରଣ (୭୬ କେଜି) ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ