ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୁସ୍ତିଯୋଦ୍ଧା ବନାମ ବ୍ରିଜଭୂଷଣ: ପୋକ୍‌ସୋ ଆଇନରେ ପ୍ରମାଣର ବୋଝ

ନୂଆଦିଲ୍ଲୀ: ଗତ କିଛିମାସ ହେଲା ଭାରତୀୟ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତିଯୋଦ୍ଧା ସଂଘ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବି କରି ଆନ୍ଦୋଳନ କରିଆସୁଛନ୍ତି। ବ୍ରିଜଭୂଷଣ ମଧ୍ୟ ଜଣେ ବିଜେପି ସାଂସଦ ଏବଂ ତାଙ୍କ ନାମରେ ମହିଳା ଆଥ୍‌ଲେଟ୍‌ଙ୍କୁ ଯୌନ ଶୋଷଣ କରିବା ନେଇ ଦୁଇଟି ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଶିଶୁ ଯୌନ ଶୋଷଣ ବିରୋଧୀ (ପୋକ୍‌ସୋ) ଆଇନର ଧାରା ୧୦ ଓ ଆଇପିସିର ଧାରା ୩୫୪ ଅନୁଯାୟୀ ମାମଲା ରୁଜୁ ହୋଇଛି।

ବ୍ରିଜଭୂଷଣ ନିଜ ବିରୋଧରେ ଥିବା ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସେ ଫାଶୀଖୁଣ୍ଟରେ ଝୁଲିବାକୁ ମଧ୍ୟ ପ୍ରସ୍ତୁତ।
ତେବେ ପୋକ୍‌ସୋ ଆଇନରେ ଅଭିଯୁକ୍ତଙ୍କୁ ନିଜେ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାର ଦାୟିତ୍ବ ନିଜ ମୁଣ୍ଡକୁ ନେବାକୁ ପଡ଼ିଥାଏ। ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ୧୮୭୨ରେ ପ୍ରମାଣର ବୋଝ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ଆଇନ ଅନୁଯାୟୀ ଯେ କେହି ନିଜ ସପକ୍ଷରେ ରାୟ ପାଇବାକୁ ହେଲେ ସେଥିପାଇଁ ଉପଯୁକ୍ତ ପ୍ରମାଣ ଦେବାକୁ ହେବ।

ତେବେ ଅନ୍ୟ ଆପରାଧିକ ଅଭିଯୋଗ କ୍ଷେତ୍ରରେ ଯେପର୍ଯ୍ୟନ୍ତ ପ୍ରମାଣ ମିଳିନାହିଁ, ସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ଧରିନିଆଯାଇଥାଏ। କିନ୍ତୁ ପୋକ୍‌ସୋ ଆଇନରେ ଏହା ସମ୍ପୂର୍ଣ୍ଣ ଓଲଟା। ଏହି ଧାରା ୨୯ ଅନୁଯାୟୀ ଯେପର୍ଯ୍ୟନ୍ତ ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି ପ୍ରମାଣ ମିଳିନାହିଁ, ସେ ପର୍ଯ୍ୟନ୍ତ ତାଙ୍କୁ ଦୋଷୀ ବୋଲି ଧରିନିଆଯାଇଥାଏ। ପିଲାମାନଙ୍କ ପ୍ରତି ଯୌନ ‌ଶୋଷଣ କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହେବା ହାର ବହୁତ କମ୍ ଥିବାରୁ ଏପରି ନିୟମ ରହିଛି। ଏଣୁ ଏହି ପ୍ରମାଣର ବୋଝ ଅଭିଯୁକ୍ତ ଉପରେ ରହିଥାଏ। ଅଭିଯୁକ୍ତଙ୍କୁ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ପଡ଼ିଥାଏ।

ବ୍ରିଜଭୂଷଣଙ୍କ କ୍ଷେତ୍ରରେ ଅଭିଯୋଗ ଉପରେ ଏବେ ତଦନ୍ତ ଚାଲିଛି। କୌଣସି କୋର୍ଟରେ ଏପର୍ଯ୍ୟନ୍ତ ଚାର୍ଜସିଟ ଦିଆଯାଇ ନାହିଁ କିମ୍ବା ଶୁଣାଣି ବି ଆରମ୍ଭ ହୋଇ ନାହିଁ। ତେଣୁ ଏ କ୍ଷେତ୍ରରେ ତାଙ୍କୁ ଦୋଷୀ ବୋଲି ଧରି ନିଆଯାଇପାରିବ ନାହିଁ। ବିଭିନ୍ନ ହାଇକୋର୍ଟଙ୍କ ରାୟ ଅନୁସାରେ ଯେପର୍ଯ୍ୟନ୍ତ ଅଭିଯୋଗ ଉପରେ ଶୁଣାଣି ଆରମ୍ଭ ହୋଇ ନାହିଁ, ସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ଧରିନିଆଯାଇ ପାରିବ ନାହିଁ। ଏପରି କି ପୋକ୍‌ସୋ ଆଇନ ଅନୁଯାୟୀ ଚାର୍ଜସିଟ୍ ପ୍ରଦାନ ପୂର୍ବରୁ ଯଦି ଅଭିଯୁକ୍ତଙ୍କୁ ଗିରଫ ବି କରାଯାଇଥାଏ, ତେବେ ବି ତାଙ୍କୁ ଦୋଷୀ ବୋଲି ଧରି ନିଆଯାଇପାରିବ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ