ବରୁଣ ଧାଵନ୍ ଓ ସାରା ଅଲ୍ଲୀ ଖାନ୍ଙ୍କ ଅଭିନୀତ କୁଲି ନମ୍ବର ଵାନ୍ ଚଳଚ୍ଚିତ୍ର ଆସନ୍ତାକାଲି (ଶୁକ୍ରବାର) ଆମାଜନ୍ ପ୍ରାଇମ୍ରେ ମୁକ୍ତିଲାଭ କରିବ। ମାତ୍ର ରିଲିଜ୍ ହେବା ପୂର୍ବରୁ ଚଳଚ୍ଚିତ୍ରର କପି ରାଇଟ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର ନାସିକସ୍ଥିତ ସାଇ ସମର୍ଥ ଟକିଜ୍ ଏହାର ପାଇରେଟେଡ୍ କପି ଡାଉନଲୋଡ୍ କରିଛି। ଏହାକୁ ଆଗାମୀ ଦିନରେ ହଲରେ ମୁକ୍ତିଲାଭ କରାଇବାର ଯୋଜନା ମଧ୍ୟ ରହିଛି। ତେଣୁ କପିରାଇଟ୍ ଆକ୍ଟ-୧୯୫୭ ଉଲ୍ଲଙ୍ଘନ ଯୋଗୁଁ ଫିଲ୍ମ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ପୁଲିସ୍ରେ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। ୧୯୯୫ରେ ଡେଭିଡ୍ ଧାଵନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଗୋବିନ୍ଦା, କରିସ୍ମା କପୁର, ଶକ୍ତି କପୁର ପ୍ରମୁଖ ଅଭିନୟ କରିଥିଲେ।

