ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୁଲଗାମ ଏନକାଉଣ୍ଟରରେ ୨ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ଦିନ ଜମ୍ମୁ- କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୨ ଜଣ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ୨ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୈବାର ଜଣେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ରହିଛି ବୋଲି ଶ୍ରୀନଗର ପୁଲିସ ସୂତ୍ରରୁ ପ୍ରକାଶ।

ଘାଟିରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ସେଠାରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ଦକ୍ଷିଣ କଶ୍ମୀର ଜିଲ୍ଲାର ଚେୟନ ଦେବସର ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ପରବର୍ତ୍ତୀ ସମୟରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି। କଶ୍ମୀର ପୁଲିସ ମହାନିରୀକ୍ଷକ ବିଜୟ କୁମାର ପୂର୍ବରୁ କହିଥିଲେ ଯେ ଫସି ରହିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ।

କୁମାର ଗଣମାଧ୍ୟମକୁ କହିଛନ୍ତି, ଏଲଇଟି ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କବାଦୀ ହେଉଛି ହାଇଦର। ଯିଏକି ସ୍ଥାନୀୟ ଅଞ୍ଚଳରେ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ରହିଥିଲା। ହାଇଦର ଦୁଇ ବର୍ଷରୁ ଅଧିକ ସମୟ ଧରି ଉତ୍ତର କଶ୍ମୀରରେ ସକ୍ରିୟ ରହିଥିଲା ଏବଂ ଅନେକ ଆତଙ୍କବାଦୀ ଅପରାଧରେ ଜଡିତ ଥିଲା ବୋଲି କଶ୍ମୀରର ଆଇଜିପି କୁମାର ଗଣମାଧ୍ୟମକୁ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ