ଭୁବନେଶ୍ୱର ୦୭/୦୩ : ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ। ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କଲେ ଜୀବନର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଆତ୍ମାର କାରକ ବୋଲି କୁହାଯାଇଛି। ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବି କୁହାଯାଏ। ଯେଉଁମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଶୁଭ ସ୍ଥିତିରେ ଥାଆନ୍ତି ସେମାନଙ୍କ ଜୀବନରେ ଯଶ, ବୈଭବର କୌଣସି ଅଭାବ ନଥାଏ। ଏମାନେ ରାଜାଙ୍କ ଭଳି ଜୀବନ ଅତିବାହିତ କରିଥାନ୍ତି। ଅପରପକ୍ଷରେ ସୂର୍ଯ୍ୟଙ୍କ ସ୍ଥିତି ଅଶୁଭ ଥିଲେ ବ୍ୟକ୍ତିଙ୍କୁ ଅହଙ୍କାରୀ କରିଦେଇଥାଏ। ବ୍ୟକ୍ତିଙ୍କୁ ଅପଯଶ ପ୍ରାପ୍ତ ହୋଇଥାଏ। ଏହାସହ ବ୍ୟକ୍ତି ନାନା ରୋଗରେ ପୀଡିତ ହୋଇଥାନ୍ତି। ସେଥିପାଇଁ ଶୁଭଫଳ ପ୍ରାପ୍ତ ପାଇଁ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଉଚିତ।
କୌଣସି ଗ୍ରହ ଅଶୁଭ ଫଳ ଦେବାକୁ ଲାଗିଲେ ତାର ଲକ୍ଷଣ ଓ ପ୍ରଭାବ ଦେଖାଦେଇଥାଏ। ସମୟ ଥାଉ ଥାଉ ଏହାର ସମାଧାନ କରିନେବା ଉଚିତ। ସୂର୍ଯ୍ୟ ଦୁର୍ବଳ ଏବଂ ଅଶୁଭ ସ୍ଥିତିକୁ ଆସିଲେ ପ୍ରକାଶିତ କରୁଥିବା ବସ୍ତୁ ହଠାତ ଖରାପ ହେବାକୁଲାଗେ। ଘରେ ତମ୍ବା ବସ୍ତୁ ଥିଲେ ସେସବୁ ହଜିଯାଇଥାଏ। ଯେଉଁଠାରୁ ପ୍ରକାଶ ଆସେ ସେସବୁ ଅବରୋଧ ହେବାକୁଲାଗେ। ବେଳେବେଳେ ଆଖି ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଉପୁଜିଥାଏ। ଭୋଜନ ଅଲଣା ଲାଗିଥାଏ। ପିତାଙ୍କୁ କଷ୍ଟ ହୋଇଥାଏ। ନିଜ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ସମ୍ପର୍କ ଖରାପ ହୋଇଥାଏ।
ସୂର୍ଯ୍ୟଦେବଙ୍କୁ ବିଧି ପୂର୍ବକ ପୂଜା କଲେ ସୂର୍ଯ୍ୟଙ୍କ ଅଶୁଭ ସ୍ଥିତି ଅନେକ ମାତ୍ରାରେ କମ ହୋଇଥାଏ। ସୂର୍ଯ୍ୟ ପୂଜା ପାଇଁ ରବିବାର ଅତ୍ୟନ୍ତ ଉତ୍ତମ। ରବିବାର ଦିନ ସୂର୍ଯ୍ୟଙ୍କୁ ପୂଜା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ରବିବାର ପ୍ରାତଃ କାଳରୁ ଉଠି ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ। ଜଳରେ ଲାଲ ଚନ୍ଦନ, ଲାଲ ଫୁଲ ମିଶାଇ ଅର୍ପଣ କଲେ ସୂର୍ଯ୍ୟ ପ୍ରସନ୍ନ ହୁଅନ୍ତି। ସୂର୍ଯ୍ୟଙ୍କୁ ସର୍ବଦା ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ। ଜଳ ଅର୍ପଣ ସହ ସୂର୍ଯ୍ୟଙ୍କ ମନ୍ତ୍ର ମଧ୍ୟ ଜପ କରିବା ଉଚିତ।
ସୂର୍ଯ୍ୟଙ୍କ ମନ୍ତ୍ର – ଓଁ ଘୁଣି ସୂର୍ଯ୍ୟ ଆଦିତ୍ୟ