କଳା ଓ ସଂସ୍କୃତି ଦେଶ ବିଦେଶ

କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ: ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ରାହୁଲ ଗାନ୍ଧୀ, ନିତିନ ଗଡ଼କରୀ, ମମତା ବାନାର୍ଜୀ

ନୂଆଦିଲ୍ଲୀ ୦୮/୧୨ : ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାବତଙ୍କ ସମେତ ୧୪ ଜଣ ଥିଲା। ଦୁର୍ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ନିତିନ ଗଡ଼କରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନେକ ନେତା ଦୁଃଖ ପ୍ରକାଶ କରିଛନ୍ତି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ କରିଛନ୍ତି ଯେ,”ଚପରରେ ସିଡିଏସ ଜେନେରାଲ ବିପିନ ରାବତ, ତାଙ୍କ ପତ୍ନୀ ଓ ଅନ୍ୟମାନେ ସୁରକ୍ଷିତ ଥାଆନ୍ତୁ ବୋଲି ପ୍ରାର୍ଥନା କରୁଛି। ଆହତମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।”

କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ ସିଡିଏସ ବିପିନ ରାବତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଶୁଣି ସେ ମର୍ମାହତ। ସମସ୍ତେ ସୁରକ୍ଷିତ ଥାଆନ୍ତୁ, ସେଥିପାଇଁ ଭଗବାନଙ୍କ ପାଖରେ ପ୍ରାଥନା କରୁଛି।

ମମତା ବାନାର୍ଜୀ ଟ୍ୱିଟ କରିଛନ୍ତି, “କୁନ୍ନୁରରୁ ବହୁତ ଦୁଃଖଦ ଖବର ଆସିଛି। ସାରା ଦେଶ ବିପିନ ରାବତ ଓ ତାଙ୍କ ପତ୍ନୀ ସମେତ ହେଲିକପ୍ଟରରେ ଥିବା ସମସ୍ତଙ୍କ ପାଇଁ ପ୍ରାଥନା କରୁଛନ୍ତି। ଆହତମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।”

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,