କଟକ ୨୫।୦୭: କୁତାଖାଇ ଗଳି ହତ୍ୟାକାଣ୍ଡ ଘଟଣାରେ ପୋଲିସର ଆକ୍ସନ । ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କଲା ପୋଲିସ । ଏହି ହତ୍ୟାକାଣ୍ଡରେ ପଡୋଶୀ ଘରର ଦୁଇ ଯୁବକଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କଲା ପୋଲିସ ।
ଖବର ଅନୁଯାୟୀ, ଗତ ୧୫ ତାରିଖରେ କୁତାଖାଇ ଗଳରେ ବି. ଗୁଣବତୀ ନାମକ ଜଣେ ମହିଳାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ସେବେଠୁ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଆଉ ଏବେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୨ଜଣଙ୍କୁ ବାନ୍ଧିଲା ପୋଲିସ । ଏହି ହତ୍ୟାକାଣ୍ଡରେ ପଡୋଶୀ ଘରର ଦୁଇ ଯୁବକଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରିଛି ପୋଲିସ । ତେବେ ଲାପଟାପ ଚୋରି ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।