ରାଜ୍ୟ

କୁଆଡ଼େ ଯିବେ ରାଜନାରାୟଣ: ବିନା ବ୍ୟାନର୍‌ରେ ସମାବେଶ

ଚଣ୍ଡିଖୋଲ: ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ତଥା ପିସିସି ସମ୍ପାଦକ କ୍ୟାପ୍‌ଟେନ୍‌ ରାଜନାରାୟଣ ମହାପାତ୍ର ଆଜି ବଡ଼ଚଣା ମହୋତ୍ସବ ପଡ଼ିଆରେ ଜନ ସମାବେଶ କରି ଚର୍ଚ୍ଚାକୁ ଆସିଛନ୍ତି। ଚର୍ଚ୍ଚାର ବଡ଼କାରଣ ହେଉଛି, ମଞ୍ଚରେ ନା କୌଣସି କଂଗ୍ରେସ ନେତା ଥିଲେ ନା ଦଳୀୟ ବ୍ୟାନର୍‌ ଲଗାଯାଇଥିଲା। ତେବେ, ସମାବେଶରେ ‘ଅମର ହଟାଓ-ବଡ଼ଚଣା ବଞ୍ଚାଅ’ ନାରା ଦିଆଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ‘ବଡ଼ଚଣା ପ୍ରଗତି ମଞ୍ଚ’ ନାମରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ରାଜନାରାୟଣ ଦୁଇ ରାଜନୈତିକ ଦଳର  ମଙ୍ଗୁଆଳ ସାଜିଥିବା ଦୁଇ ଅମରଙ୍କୁ ହଟାଇ ବଡ଼ଚଣାର ପ୍ରଗତି ରଥକୁ ଆଗେଇ ନେବାକୁ ଆହ୍ବାନ ଦେଇଥିଲେ।

ଏଥିସହିତ, ଯେଉଁମାଟିରୁ ବିଜୟଲାଭ କରି ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ  ଯଦୁମଣି ମଙ୍ଗରାଜ ଉପବାଚସ୍ପତି ପଦରେ ଅଳଙ୍କୃତ ହୋଇଥିଲେ, ହେଲେ ବ୍ୟାପକ ଦୁର୍ନୀତି ଯୋଗୁ ଏହା ତା’ର ଗୌରବ ହରାଇଥିବା କହିଥିଲେ। ଏହି ସମାବେଶକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଯୁବନେତା ନିରଞ୍ଜନ ବିଶ୍ୱାଳ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଏଥିରେ ମଞ୍ଚର କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ଉପସଭାପତି ଦୀନବନ୍ଧୁ ମହାରଣା, ସମ୍ପାଦକ କୃପାସିନ୍ଧୁ ବିଶ୍ୱାଳ ଓ ବିଜୟାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।