ରାଜ୍ୟ

କୁଆଖାଇରୁ ଉଦ୍ଧାର ହେଲା ନିଖୋଜ ଦୁଇ ସାଙ୍ଗଙ୍କ ମୃତଦେହ: ସମୁଦାୟ ୪ ସାଙ୍ଗଙ୍କ ଗଲା ଜୀବନ

ବାଲିଅନ୍ତା ବଜାର: ଗତ ମେ’ ୨୭ ତାରିଖ ଅପରାହ୍ଣରେ କୁଆଖାଇ ନଦୀରେ ବୁଡ଼ି ୨ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ସେଦିନର ସେହି ହୃଦୟବିଦାରକ ଘଟଣା ସ୍ଥାନୀୟ ଲୋକଙ୍କ ମନରୁ ନ ଲିଭୁଣୁ, ଗତକାଲି ଅପରାହ୍ଣରେ ପୁଣି ୪ ଜଣ ଛାତ୍ର ଏହି ନଦୀରେ ବୁଡ଼ିଯାଇଛନ୍ତି। ବାଲିଅନ୍ତା ଥାନା ନିକଟ ବଇଁଚୁଆ ଧବଳାହାର ନିକଟରେ ଘଟିଛି ଏଭଳି ଅଘଟଣ। ୨ ଛାତ୍ରଙ୍କ ମୃତଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳୁ ୨ ଛାତ୍ରଙ୍କ ମୃତଦେହ ଦମକଳାବାହିନୀ ଉଦ୍ଧାର କରିଛି | ଗତକାଲି ଝାଡ଼ଖଣ୍ଡ ଜାମ୍‌ସେଦପୁରର ଆରିଆନ୍‌ ମିଶ୍ର(୨୫) ଓ କଟକର କୁମାର ଅବିନାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ବାଲେଶ୍ବରର ରୋହିତ ପରିଡ଼ା(୨୪) ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ(୨୩)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନଦୀପଠାରେ ଭୋଜି ସାରି ଗାଧୋଉଥିବା ବେଳେ ଘଟିଥିବା ଏହି ଦୁର୍ଘଟଣାରୁ ଜଣେ ଛାତ୍ର ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଅଟଳାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର ୯ ଜଣ ଛାତ୍ର ଧବଳାହାର ନିକଟସ୍ଥ ନଦୀପଠା ଜଙ୍ଗଲ ଭିତରେ ଗତକାଲି ଭୋଜି କରୁଥିଲେ।

ଭୋଜି ସରିବା ପରେ ୪ ଛାତ୍ର କଲେଜକୁ ଫେରିଯାଇଥିଲେ। ସମୟ ଅପରାହ୍ଣ ୫ଟା ହୋଇସାରିଥିଲେ ବି ଅନ୍ୟ ପାଞ୍ଚ ଜଣ କୁଆଖାଇ ନଦୀରେ ଗାଧୋଇବାକୁ ରହିଯାଇଥିଲେ। ସେଠାରେ ନଦୀର ଗଭୀରତା ଅଧିକ ବୋଲି ସେମାନେ ଜାଣିପାରିନଥିଲେ। ତେଣୁ ଅସାବଧାନତାବଶତଃ ସେମାନେ ଆଗପଛ ହୋଇ ଗଭୀର ଜଳକୁ ଚାଲିଯାଇଥିଲେ ଏବଂ ଗଣ୍ଡରେ ପଡ଼ିଯାଇଥିଲେ। ଭଲରେ ପହଁରା ଜାଣିନଥିବାରୁ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ। ସେମାନେ ବୁଡ଼ିଯାଉଥିବା ଦେଖି ଜଣେ ଛାତ୍ର ଚିତ୍କାର କରି ଲୋକଙ୍କୁ ଡାକ ପକାଇଥିଲେ। ସେତେବେଳେ ନଦୀରେ ମାଛ ଧରୁଥିବା କିଛି ଲୋକ ଧାଇଁ ଆସି ଖୋଜାଖୋଜି କରିଥିଲେ ଏବଂ ଦୁଇ ଛାତ୍ରଙ୍କୁ ପାଣିରୁ ଟେକି ଆଣିଥିଲେ। ମାତ୍ର ସେତେବେଳକୁ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ବିଜୁଳି ବେଗରେ ନିକଟସ୍ଥ ଗାଁଗୁଡ଼ିକରେ ଖେଳିଯାଇଥିଲା ଏବଂ ଶହଶହ ସଂଖ୍ୟାରେ ଲୋକଙ୍କ ସୁଅ ଛୁଟିଥିଲା। ତଥାପି କିଛି ସ୍ଥାନୀୟ ଯୁବକ ମାଛଧରାଳୀମାନଙ୍କ ସହ ମିଶି ଗଭୀର ଜଳକୁ ଯାଇ ଅନ୍ୟ ଦୁଇ ଛାତ୍ରଙ୍କୁ ଖୋଜିଥିଲେ। କିନ୍ତୁ ପାଇନଥିଲେ। ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ଓ ପୁଲିସ ସେଠାରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ପ୍ରାୟ ୨ ଘଣ୍ଟା କାଳ ଖୋଜିଥିଲେ ବି ନିଖୋଜ ଛାତ୍ରଦ୍ବୟଙ୍କ ପତ୍ତା ମିଳିନଥିଲା। ଆଜି ସକାଳୁ ଦମକଳ ବାହିନୀ ଦୁଇ ଛାତ୍ରଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।