ଖେଳ

କିପରି କରୋନା ସଂକ୍ରମିତ ହେଲେ ଋଷଭ ପନ୍ତ, ଫୁଟବଲ ଷ୍ଟାଡିୟମରୁ ନା କ୍ଲିନିକରୁ ?

ଲଣ୍ଡନ : ଟିମ ଇଣ୍ଡିଆର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଓ ଜଣେ ସହାୟକ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଟିମ ଇଣ୍ଡିଆର ଚିନ୍ତା ବଢିଯାଇଛି । ଅନ୍ୟ କୌଣସି ସଦସ୍ୟଙ୍କ ଶରୀରରେ କୌଣସି ଲକ୍ଷଣ ନଥିଲେ ବି ଆଗକୁ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ଟିମ ମ୍ୟାନେଜମେଣ୍ଟର କଠୋର କଟକଣା ସତ୍ତ୍ବେ ପନ୍ତ କିପରି ସଂକ୍ରମିତ ହେଲେ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଗତ କାଲି ଖବର ପ୍ରକାଶ ପାଇଥିଲା ଯେ ପନ୍ତ ଲଣ୍ଡନ ସ୍ଥିତି ଓ୍ବିମ୍ବଲି ଷ୍ଟାଡିୟମକୁ ୟୁରୋ କପ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ । ସେଠାରେ ସେ ବିନା ମାସ୍କରେ ଦର୍ଶକଙ୍କ ଗହଳିରେ ବସି ମ୍ୟାଚ ଉପଭୋଗ କରିଥିଲେ ।

କିନ୍ତୁ ଆଜି ପ୍ରକାଶିତ ଆଉ ଏକ ଗମମାଧ୍ୟମ ରିପୋର୍ଟ ଅନୁସାରେ ସେ ଗତ ୫ ଓ ୬ ତାରିଖରେ ଲଣ୍ଡନର ଏକ ଦନ୍ତ ଚିକିତ୍ସା କ୍ଲିନିକକୁ ଯାଇଥିଲେ । ସେଠାରୁ ସେ ସଂକ୍ରମିତ ହୋଇଥିବା ସଂଦେହ କରାଯାଉଛି । କ୍ଲିନିକରୁ ଆସିବା ପରଦିନ ଅର୍ଥାତ ୭ ତାରିଖରେ ସେ ଲଣ୍ଡନରେ ୨ୟ ଡୋଜ ଟିକା ନେଇଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ