ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଛନ୍ତି ସ୍ୱାସ୍ଥ୍ୟ ହେଉଛି ମଣିଷର ସବୁଠୁ ବଡ ଓ ଗୁରୁତ୍ୱପୂର୍ଣ୍ଣ ସମ୍ପଦ | ଯଦି ସ୍ୱାସ୍ଥ୍ୟ ଠିକ ରହିବ ତାହେଲେ ମଣିଷର ବଞ୍ଚିରହିବାର ଆଶା ବହୁରି ବଢିଯିବ| ତେବେ ଆଜି କାଲି ସମାଜରେ ବହୁତ ପ୍ରକାର ରୋଗ ଦେଖିବାକୁ ମିଳୁଛି ଆଉ ଯାହା ପାଇଁ ମଣିଷ କମ ବୟସରୁ ମଧ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି |ସେହି ପ୍ରକାରର ଆମ ଶରୀର ଭିତରେ ଥିବା ଗୋଟିଏ ଅଙ୍ଗ ଯଥା କିଡ଼ନୀ ରୋଗ ବିଷୟରେ ଆସନ୍ତୁ ଆଲୋଚନା କରିବା ଓ ଆଜି ଜାଣିବା ଆମ ଜାଣତରେ କିମ୍ବା ଅଜାଣତରେ ହେଉଥିବା କେଉଁ ସବୁ ଭୁଲ ପାଇଁ ଆମ ଶରୀରରେ ବହୁତ କ୍ଷତି ହେବା ସହିତ ଆମେ ମୃତ୍ୟୁ ମୁଖରେ ମଧ୍ୟ ପଡୁଛୁ |
ଆମେ ଜାଣିଛୁ କି କୀଡୀନି ଆମ ଶରୀରରେ ଗୋଟିଏ ବହୁତ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ କରିଥାଏ ତାହା ହେଉଛି ରକ୍ତ ସଫାକରିବାର କାମ ଓ ରକ୍ତ ସଫା ହେଲା ପରେ ବଳକା ହେଉଥିବା ଅଦରକାରୀ ଜିନିଷ କୁ ମୂତ୍ର ଆକାରରେ ଶରୀରର ବାହାରକୁ ନିଷ୍କାସନ କରିଥାଏ | ତେବେ ଆଜି ଆମେ ଜାଣିବା କେଉଁ ସବୁ କାରଣ ପାଇଁ ଆମର କୀଡୀନି ଖରାପ ହେଉଛି | ବିଶେଷ କରି କିଡ଼ନୀ ଖରାପର ନଅଟି ବିଶେଷ କାରଣ ରହିଛି ତାହା ହେଉଛି |କମ ପାଣି ପିଇବା, କମ ପାଣି ପିଇବା ଯୋଗୁ କିଡ଼ନୀ ରକ୍ତ ସଫା କରିବାର କାର୍ଯ୍ୟ ଠିକ ଭାବରେ କରିପାରେନାହିଁ ଆଉ ଗୋଟିଏ କିଡ଼ନୀ ର କାମ ହେଉଛି ଶରୀରରେ ଲବଣର ବାଲାନ୍ସକୁ ବଜାଈ ରଖିବା କମ ପାଣି ପିଇବା ଯୋଗୁ ଏହି ସବୁ କାମ କିଡ଼ନୀ ଠିକ ଭାବରେ କରିପାରିନଥାଏ |
ଦ୍ୱିତୀୟରେ ହେଉଛି ପରିସ୍ରକୁ ଅଟକାଇ ରଖିବା , ଯାହା ଫଳରେ କିଡ଼ନୀ ଉପରେ ତାହା ଏକ ଚାପ ପକେଇଥାଏ ଯାହାକୁ ହାଇଡ୍ରୋରିଫଲେକସିସ କୁହାଯାଏ | ଯାହାକୁ ଫଳରେ ପରିସ୍ରା ନ ବାହାରିବାରୁ ଚାପ ଯୋଗୁ ଉପରକୁ ଉଠିଯାଏ ଓ ଏହା ଆମ କିଡ଼ନୀକୁ ନଷ୍ଟ କରିଦିଏ | ତୃତୀୟରେ ହେଉଛି ଅଧିକ ଲୁଣ ଖାଇବା ଆମେ ଜାଣିଛୁ ଲୁଣରେ ପ୍ରଚୁର ପରିମାଣରେ ସୋଡିୟମ ଥାଏ ଆଉ ଯାହା କୀଡୀନି ର ବଡ ଶତ୍ରୁ, ତେଣୁ ଆମେ ଆମ ଶରୀରରେ ସୋଡିୟମ ର ମାତ୍ର ବଢିଗଲେ ଆମେ ତାକୁ ଶରୀରରୁ ବାହାର କରିଦେଉ | ଆଉ ଗୋଟିଏ ହେଉଛି ଅଧିକ ପରିମାଣରେ ପ୍ରୋଟିନ ଖାଇବା ,ପ୍ରୋଟିନ ଖାଇବା ଆମ ଶରୀର ପାଇଁ ଭଲ କିନ୍ତୁ ଅଧିକ ଖାଇବା ଯୋଗୁ ପାକସ୍ଥଳୀ ତାହାକୁ ହଜମ କରିପାରେନି ଯାହା ଫଳରେ ତାହା କିଡ଼ନୀ ଉପରେ ପ୍ରଭାବ ପକାଏ |
ଆଉ ଗୋଟିଏ ସମସ୍ୟା ହେଉଛି କେଫୋରିନ ଜାତୀୟ ଖାଦ୍ୟ ଯଥା କଫି, ଚକୋଲେଟ ଅଧିକ ଖାଇବା ଫଳରେ ଏହା ଆମ ଶରୀରରେ ରକ୍ତ ଚାପକୁ ବଢ଼େଇ ଦିଏ, ଯାହା ଆମ କିଡ଼ନୀକୁ ଖରାପ କରାଇଥାଏ | ଆଉ ଗୋଟିଏ ସମସ୍ୟା ହେଉଛି ଧୁମ୍ରପାନ କରିବା ଯାହା ଫଳରେ ରକ୍ତ ଚାପ ବଢିଥାଏ ଓ ତାହା ଆମ ହାଟରେଟକୁ ମଧ୍ୟ ବଢାଏ ଯାହା ଆମ କିଡ଼ନୀର କ୍ଷତି କରାଇଥାଏ,ଆଉ ଗୋଟିଏ ହେଲା ଅଧିକ ପେନକିଲର ସବୁବେଳେ ବ୍ୟବହାର କରିଲେ ଓ ମଦ୍ୟ ପାନ କରିବା ଯୋଗୁ ମଧ୍ୟ ତାହା କିଡ଼ନୀ ଉପରେ ବିଶେଷ ପ୍ରଭାବ ପିକେଇଥାଏ |
ତେଣୁ ବନ୍ଧୁଗଣ ସ୍ୱାସ୍ଥ୍ୟ ଭଳି ଗୋଟିଏ ମୂଲ୍ୟବାନ ସମ୍ପଦକୁ ଆମର ଏହି ଟିକେ ଅସାବଧାଁନତା କାରଣରୁ ଖରାପ ହେବାକୁ ଦିଅନ୍ତୁ ନାହିଁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହିତ ଅଳ୍ପ ବୟସରେ ଘଟୁଥିବା ମୃତ୍ୟୁକୁ ବଞ୍ଚନ୍ତୁ