ଖେଳ ଦେଶ ବିଦେଶ

କିଟ୍‍-କିସ୍‍ ରଗ୍‌ବିର ଅନ୍ତୁଡ଼ିଶାଳ: ରାହୁଲ ବୋଷ

ଭୁବନେଶ୍ୱର : କିଟ୍‍ ପରିସରରେ ରଗ୍‌ବି ଇଣ୍ଡିଆର ଦୁଇ ଦିନିଆ କର୍ମଶାଳା (ରଗ୍‌ବି ଇଣ୍ଡିଆ ସିମ୍ପୋଜିଅମ୍‍ ଫର ଏକ୍‍ସଲେନସ- ରାଇଜ୍‍) ରବିବାର ଆରମ୍ଭ ହୋଇଛି। ଏଥିରେ ରଗ୍‌ବି ଇଣ୍ଡିଆ ମହାସଂଘ ସଭାପତି ରାହୁଲ ବୋଷ ଯୋଗଦେଇ କହିଲେ, ଓଡ଼ିଶାର ଭୁବନେଶ୍ୱର ବିଶେଷ କରି କିଟ୍‍ ଓ କିସ୍‍ ହେଉଛି ଭାରତୀୟ ରଗ୍‌ବିର ଅନ୍ତୁଡ଼ିଶାଳ। କିଟ୍‍ ଓ କିସ୍‍ ରଗ୍‌ବିର ପ୍ରଚାର ଓ ପ୍ରସାର ଦିଗରେ ସହଯୋଗ ଓ ପ୍ରୋତ୍ସାହିତ କରିଆସୁଛି। ଏହି କର୍ମଶାଳାରେ ୨୭ଟି ରାଜ୍ୟସ୍ତରୀୟ ସଂଘର କର୍ମକର୍ତ୍ତା ଯୋଗଦେଇଥିବା ବେଳେ ୨୦୨୨-୨୩ରେ ଭାରତୀୟ ରଗ୍‌ବିର ପ୍ରଚାର ଓ ପ୍ରସାର ଲାଗି ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଛି ତାହା ଉପରେ ଆଲୋଚନା କରାଯିବ। ଏଥିପାଇଁ ରଗ୍‌ବି ଇଣ୍ଡିଆ ପକ୍ଷରୁ ରାଜ୍ୟଗୁଡ଼ିକୁ କି ପ୍ରକାର ଆର୍ଥିକ ଓ ବୈଷୟିକ ସମେତ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇପାରିବେ ସେ ନେଇ ଆଲୋଚନା କରାଯିବ। ଏହା ବ୍ୟତୀତ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ ଦିଗରେ ରାଜ୍ୟଗୁଡ଼ିକରୁ ରଗ୍‌ବି ଇଣ୍ଡିଆ କ’ଣ ସବୁ ଆଶା କରୁଛି ତାହା ମଧ୍ୟ ଆଲୋଚନା ହେବ। ଏଥିଲାଗି ସାମୁହିକ ଆଲୋଚନା ହେବା ସହ ପ୍ରତ୍ୟେକ ରାଜ୍ୟ ସହ ପୃଥକ ଆଲୋଚନା କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ରଗ୍‌ବିକୁ ଆନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ପାଇଁ କିଟ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ରାହୁଲ ଉଚ୍ଚ ପ୍ରଶଂସା କରିଥିଲେ। ଅପରପକ୍ଷରେ ଶ୍ରୀ ସାମନ୍ତ କହିଲେ, ୨୦୦୫ ମସିହାରୁ ରଗ୍‌ବିକୁ କିଟ୍‍ ଓ କିସ୍‍ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରିଆସିବା ସହ ପ୍ରୋତ୍ସାହନ ଦେଇଆସୁଛି। ସେହିଦିନଠାରୁ ରଗ୍‌ବି ଇଣ୍ଡିଆ ସହ କିଟ୍‍ ଓ କିସ୍‍ ଜଡ଼ିତ ରହିଆସିଛି। କେବଳ ରଗବି ନୁହେଁ ଅନ୍ୟାନ୍ୟ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ମଧ୍ୟ କିଟ୍‍ ଓ କିସ୍‍ ପ୍ରୋତ୍ସାହନ ଦେଇ ଆସୁଛି। କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ କିଟ୍‍ ଓ କିସ୍‍ କ୍ରୀଡ଼ାର ହବ୍‍ ପାଲଟିଛି ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ୍‍ ରଗ୍‌ବି ଫୁଟ୍‌ବଲ୍‌ ଯୁନିଅନର ସମ୍ପାଦକ ଗେରାଲଡ ଆଣ୍ଟୋନି ପ୍ରଭୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାସିର୍‍ ହୁସେନ୍‍, ଓଡ଼ିଶା ରଗ୍‌ବି ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ର, ସମ୍ପାଦକ ଉପେନ୍ଦ୍ର ମହାନ୍ତି, କିଟ୍‍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ