ଅପରାଧ ଦେଶ ବିଦେଶ ମନୋରଞ୍ଜନ

କିଏ ଲେଖିଥିଲା ସଲ୍‌ମାନ୍‌ ଖାନ୍‌ଙ୍କୁ ଧମକପୂର୍ଣ୍ଣ ଚିଠି ? ପୋଲିସ କଲା ଖୁଲାସା

ମୁମ୍ୱାଇ ୦୮/୦୬ : ବଲିଉଡ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ଘର ବାହାରେ ମିଳିଥିବା ଧମକ ପୂର୍ଣ୍ଣ ଚିଠି ମାମଲାର ସମାଧାନ ହୋଇଛି। ଏହି ମାମଲାରେ ସୌରଭ ଓରଫ ମହାକାଲ ନାମକ ଯୁବକର ନାଁ ସାମ୍ନାକୁ ଆସିଛି ଯାହାକୁ ପୋଲିସ ଗିରଫ କରିଛି। ପୋଲିସ ପଚରା ଉଚୁରାରେ ଧମକପୂର୍ଣ୍ଣ ଚିଠି ପଛରେ ରହିଥିବା ସମସ୍ତ ରହସ୍ୟ ସାମ୍ନାକୁ ଆସିଛି ।

ବୁଧବାର ପୁଣେ ଗ୍ରାମୀଣ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫେରାର ଥିବା ସୌରଭ ମହାକାଲକୁ ଗିରଫ କରିଛି। ଏହି ଅଭିଯୁକ୍ତ ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାରେ ଯଡ଼ିତ ଥିଲା। ବର୍ତ୍ତମାନ ତାକୁ ଅଧିକ ପଚରାଉଚୁରା କରାଯାଇଛି ଯାହାପରେ ଅନେକ ରହସ୍ୟ ପଦାକୁ ଆସିପାରେ।

ସେହିପରି ମୁମ୍ୱାଇ କ୍ରାଇମବ୍ରାଞ୍ଚ୍‌ ସଲିମ ଖାନ୍‌ ଓ ତାଙ୍କ ପୁଅ ଅଭିନେତା ସଲମାନ ଖାନ୍‌ଙ୍କୁ ମିଳଥିବା ଧମକପୂର୍ଣ୍ଣ ଚିଠି ମାମଲାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ପଚରାଉଚୁରା କରିବା ପାଇଁ ବୁଧବାର ଦିଲ୍ଲୀ ଆସିଥିଲା। ମୁମ୍ୱାଇ ପୋଲିସ ସଲିମ ଖାନ୍‌ ଓ ସଲମନ ଖାନ୍‌ଙ୍କ ବୟାନକୁ ରେକର୍ଡ କରିଛି ଏବଂ ସଲମାନଙ୍କ ଖାନ୍‌ଙ୍କ ବାନ୍ଦ୍ରାରେ ଥିବା ଘରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ପୋଲିସ ସଲମନଙ୍କ ୨ଜଣ ଅଙ୍ଗ ରକ୍ଷିଙ୍କର ବୟାନ ମଧ୍ୟ ରେକର୍ଡ କରିଛି।

ପୋଲିସ ଅନୁସାରେ କୁହାଯାଇଛିଯେ ଧମକପୂର୍ଣ୍ଣ ଚିଠିରେ ଲେଖାଯାଇଥିଲା ଯେ ‘‘ସଲିମ ଖାନ, ସଲମନ ଖାନ ବହୁତ ଶୀଘ୍ର ଆପଣଙ୍କର ମୁସେୱାଲାଙ୍କ ଭଳି ପରିସ୍ଥିତି ହେବ ଜି.ବି ଏଲ.ବି…’’। ଜି.ବି ଏଲ.ବି ର ପୁରାନାମ ଗ୍ୟଙ୍ଗଷ୍ଟର ଗୋଲ୍ଡି ବରାର୍ ଓ ଲରେନ୍ସ ବିଷ୍ଣୋଇ ହୋଇଥିବ ବୋଲି ଅନୁମାନ କରାଯାଇଉଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମେ ୨୯ରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ