ଖେଳ ଦେଶ ବିଦେଶ

କିଏ ଟେନସନରେ, ଆଉ କିଏ ଖୁସି : ଆଇପିଏଲ ନିଲାମୀ ବେଳେ ଖେଳାଳିଙ୍କ ଫଟୋ ସେୟାର କଲେ ରୋହିତ

ନୂଆଦିଲ୍ଲୀ,୧୪/୦୨: ଆଉ କିଛି ଦିନ ପରେ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି୨୦ ସିରିଜ୍ ଆରମ୍ଭ ହେବ । ଏହା ମଧ୍ୟରେ ଆଇପିଏଲ ନିଲାମୀ ସରିଛି । ବିଭିନ୍ନ ଦଳ ନୂଆ ନୂଆ ଖେଳାଳିଙ୍କୁ ଦଳରେ ନେଇଛନ୍ତି । ଏହାମଧ୍ୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ୟୁଜବେନ୍ଦ୍ର ଚହଲ, ଇଶାନ କିଷାନ, ଶାର୍ଦ୍ଦୁଳ ଠାକୁର, ରିଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟରଙ୍କୁ ଦେଖିବାକୁ ମିଳିଛି । ସେମାନେ ଏକ ରୁମରେ ବସିଥିବା ନଜର ଆସିଛନ୍ତି ।

ଫଟୋରେ ଶ୍ରେୟସ ଆୟର ଓ ଇଷାନ କିଷାନଙ୍କୁ ଖୁସି ହେଉଥିବା ଦେଖିବାକୁ ମିଳିଛି । କାରଣ ଇଶାନଙ୍କୁ ମୁମ୍ବାଇ ଓ ଶ୍ରେୟସଙ୍କୁ କେକେଆର କିଣିଥିଲା । ଇଶାନଙ୍କ ପାଇଁ ୧୫ କୋଟି ୨୫ ଲକ୍ଷ ଓ ଶ୍ରେୟସଙ୍କ ପାଇଁ ଫ୍ରାଞ୍ଚାଇଜି ୧୨.୨୫ କୋଟି ଟଙ୍କା ଖର୍ଚ୍ଚ କରିଛି ।

ଏହି ଫଟୋ ସେୟାର କରି ରୋହିତ ଲେଖିଥିଲେ ଯେ, କିଛି ଜଣ ଚିନ୍ତାରେ ଆଉ କିଛି ଖୁସିରେ ଅଛନ୍ତି । ସେହିପରି ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ରିଟେନ୍ କରିଥିଲା । ସେ ଦିଲ୍ଲୀର କ୍ୟାପ୍ଟେନ୍ ଥିଲେ । କିନ୍ତୁ ଫଟୋ ସେୟାର ବେଳେ ସୂର୍ଯ୍ୟକୁମାର, ଶାର୍ଦ୍ଦୁଳ ଓ ଚହଲଙ୍କୁ କେହି କିଣିନଥିଲେ ।

ତେବେ ଶେଷରେ ସୂର୍ଯ୍ୟକୁମାର ଯାଦବଙ୍କୁ ମୁମ୍ବାଇ କିଣିଥିଲା । ସେହିପରି ଶାର୍ଦ୍ଦୁଳ ଠାକୁର ଓ ଚହଲଙ୍କୁ ଅନ୍ୟ ଫ୍ରାଞ୍ଚାଇଜି କିଣିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ