ଅପରାଧ ରାଜ୍ୟ

କିଏ କହୁଛି ସତ ? ପରିବାର ଲୋକ କହିଲେ ହାଜତ ମୃତ୍ୟୁ, ଶ୍ରମିକ ନେତା କହୁଛନ୍ତି ଦୁର୍ଘଟଣା

ଜଗତସିଂହପୁର ୦୧।୦୫ : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଯୁବକ ହେଲେ ବୃନ୍ଦାବନ କଲୋନୀର ପ୍ରହ୍ଲାଦ ଗେଡିଙ୍କ ପୁଅ ମନୋରଞ୍ଜନ ଗେଡି। ଜଗତସିଂହପୁର ଜିଲ୍ଲା ପାରାଦୀପ ବୃନ୍ଦାବନ କଲୋନୀର ଘଟଣା ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଶନିବାର ସନ୍ଧ୍ୟାରେ ଅଠରବାଙ୍କୀ ନିକଟରୁ ସ୍ଥାନୀୟ ଅଭୟଚାନ୍ଦ ପୁର ଥାନା ପୋଲିସ ମନୋରଞ୍ଜନଙ୍କୁ କୌଣସି ଏକ ଅଭିଯୋଗରେ ଗିରଫ କରି ଥାନାକୁ ଆଣିଥିଲା । ପୋଲିସ ପୁଅକୁ ହାଜତରେ ପିଟି ପିଟି ମାରି ଦେଇ ଥିବାର ମୃତକଙ୍କ ତାଙ୍କ ବାପା ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି। ତେବେ ମୃତ୍ୟୁର ସଠିକ କାରଣ ଅସ୍ପଷ୍ଟ ରହି ଥିବା ବେଳେ ପୋଲିସ କିଛି କହିବା ପାଇଁ ମନା କରିଦେଇଛି। ମୃତ ମନୋରଞ୍ଜନ ପାରାଦୀପ ସ୍ଥିତ ପିଆଇସିଟିରେ ଶ୍ରମିକ ଭାବରେ କାମ କରନ୍ତି ।

ଅନ୍ୟପକ୍ଷରେ ମନୋରଞ୍ଜନଙ୍କର ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସ୍ଥାନୀୟ ଜଣେ ଶ୍ରମିକ ନେତା ସଫେଇ ଦେଇଛନ୍ତି । ମୃତଦେହକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅଣାଯାଇ ରାତି ୨ଟାରେ ବ୍ୟବଚ୍ଛେଦ କରା ଯାଇଥିବାର ଜଣାଯାଇଛି । ଏତେ ରାତିରେ ତରବରିଆ ଭାବରେ କାହିଁକି ଶବ ବ୍ୟବଛେଦ କରା ଗଲା ତାକୁ ନେଇ ସନ୍ଦେହ ଅଧିକ ଘନୀଭୂତ ହୋଇଛି । ତେବେ ମନୋରଞ୍ଜନଙ୍କର ହାଜତରେ ମୃତ୍ୟୁ ହୋଇଛି ନା ଦୁର୍ଘଟଣା ଜନିତ ତାର ସଠିକ ତଦନ୍ତ ହେବାକୁ ସାଧାରଣରେ ଦାବି ହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।