ଅପରାଧ ଦେଶ ବିଦେଶ

କିଏ ଏହି କୁବେର ଅଫିସର? ଚର୍ଚ୍ଚାରେ IAS ପୂଜା ସିଂଘଲ

ନୂଆଦିଲ୍ଲୀ ୧୦/୦୫ : ଆଇଏଏସ୍‌ଙ୍କ ଘରେ ଟଙ୍କା ପାହାଡ। ଘର ସାରା ବିଡ଼ା ବିଡ଼ା ଟଙ୍କା । ଯୁଆଡେ ଆଖି ବୁଲେଇବ ସିଆଡେ ଟଙ୍କା। ଟଙ୍କାର ପାହାଡରେ ଠିଆ ହୋଇଥିଲେ ଆଇଏଏସ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ ପରେ ମିଳିଲା ଘରୁ ନଗଦ ୨୫ କୋଟି ନୋଟ୍। ଏତେ ଟଙ୍କାକୁ ମଣିଷ ନୁହେଁ ଗଣିବା ପାଇଁ ଲାଗିଲା ମେସିନ୍‌। ବେଆଇନ ଖଣି ଖନନ ମାମଲାରେ ଝାଡ଼ଖଣ୍ଡର ବରିଷ୍ଠ ଆଇଏଏସ୍‌ ଅଫିସର ପୂଜା ସିଂଘଲଙ୍କ ଘରେ ରେଡ୍‌ ହୋଇଛି। ତାଙ୍କ ସହ ସଂପୃକ୍ତ ବ୍ୟକ୍ତିଙ୍କ ୨୦ଟି ଠିକଣାରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିଛି। ୮ଟି ସ୍ବତନ୍ତ୍ର ଟିମ୍‌ ଶୁକ୍ରବାର ସକାଳେ ଏକକାଳୀନ ଚଢ଼ଉ ଆରମ୍ଭ କରିଥିଲେ। ଝାଡ଼ଖଣ୍ଡର ରାଞ୍ଚି, ଖୁଣ୍ଟି, ରାଜସ୍ଥାନର ଜୟପୁର, ହରିୟାଣାର ଫରିଦାବାଦ ,ଗୁରୁଗ୍ରାମ, ପଶ୍ଚିମ ବଂଗର କୋଲାକାତା, ବିହାରର ମୁଜାଫରପୁର ଏବଂ ଦିଲ୍ଲୀ ଏନ୍‌ସିଆର ଅଂଚଳରେ ଏହି ଚଢ଼ଉ ହୋଇଛି। ଆଇଏଏସ୍‌ ପୂଜା ସିଂଘଲଙ୍କ ବାସଭବନରୁ ନଗଦ ୨୫ କୋଟି ଟଙ୍କା ଜବତ ହୋଇଛି। ଝାଡ଼ଖଣ୍ଡର ଉଦ୍ୟୋଗ ଓ ଖଣି ସଚିବ ଥିବା ପୂଜା ସିଂଘଲ ରାଜ୍ୟ ଖଣି ବିକାଶ ନିଗମର ଅଧ୍ୟକ୍ଷା ମଧ୍ୟ ରହିଛନ୍ତି। ପୂର୍ବରୁ ପୂଜା ସିଂଘଲ ବିଜେପି ସରକାରରେ କୃଷି ସଚିବ ପଦରେ ଥିଲେ।

ପୂଜା ସିଙ୍ଗଲ ୨୦୦୦ ବ୍ୟାଚ୍ର ଆଇଏଏସ୍‌ ଅଫିସର। ଖୁଣ୍ଟି ଜିଲ୍ଲାରେ ଡେପୁଟି କମିଶନର ଭାବରେ ସେ କାମ ଆରମ୍ଭ କରିଥିଲେ। IAS ପୂଜା ସିଙ୍ଗଲ ମଧ୍ୟ ଝାଡଖଣ୍ଡ ରାଜ୍ୟ ଖଣିଜ ବିକାଶ ନିଗମର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ, ଚତ୍ରା, ଖୁଣ୍ଟି ଏବଂ ପାଲାମୁ ଜିଲ୍ଲାରେ ଡେପୁଟି କମିଶନର ଭାବେ କାର୍ଯ୍ୟ କରିବା ସମୟରେ ଆଇଏଏସ୍ ପୂଜା ସିଙ୍ଗଲଙ୍କ ନାଁରେ ଆର୍ଥିକ ଅନିୟମିତତାର ଅଭିଯୋଗ ହୋଇଥିଲା। ପାଲାମୁର ଡେପୁଟି କମିଶନର ଭାବରେ ପୂଜା ସିଙ୍ଗଲ ପ୍ରାୟ ୮୩ ଏକର ଜମି ଖଣି ଖନନ ପାଇଁ ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଥିଲା।
ଆଇଏଏସ୍ ପୂଜା ସିଙ୍ଗଲ ରାଞ୍ଚିରେ ପଲ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଅଭିଷେକ ଝାଙ୍କୁ ବିବାହ କରିଛନ୍ତି। ଆଇଏଏସ୍‌ ଅଫିସର ରାହୁଲ ପୁରବାରଙ୍କୁ ଛାଡପତ୍ର ଦେବା ପରେ ଅଭିଷେକ ଝାଙ୍କୁ ବିବାହ କରିଛନ୍ତି ପୂଜା। ଅଭିଷେକଙ୍କ ରାଟୁ ରୋଡ ବାସଭବନରେ ଏକ ଲୁଚି ରହିଥିବା ସ୍ଥାନକୁ ଇଡି ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି। ପଲ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲର ନିର୍ଦ୍ଦେଶକଙ୍କ ମଧ୍ୟରେ ଥିବା ପୂଜା ସିଙ୍ଗଲଙ୍କ ଭାଇ ସିଦ୍ଧାର୍ଥ ସିଙ୍ଗଲ ମଧ୍ୟ MNREGA ପାଣ୍ଠିରୁ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ