ଅପରାଧ ଦେଶ ବିଦେଶ

କିଏଭରେ ପୁଣି ଆତଙ୍କ ଖେଳାଇଲା ପୁଟିନ ସେନା, ବିମାନରୁ କଲା ମିସାଇଲ ଆକ୍ରମଣ

କିଏଭ୍‌,୦୬/୦୬: ୟୁକ୍ରେନ୍‌ ରାଜଧାନୀ କିଏଭ୍‌ରେ ଶାନ୍ତି ଭଙ୍ଗ କରି ପୁଣି ଆତଙ୍କ ଖେଳାଇଛି ପୁଟିନ୍‌ ସେନା । ଘନଘନ ମିସାଇଲ ମାଡ଼ରେ ଥରିଉଠିଛି ସହର । ପୁଣି ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଧାଁଦଉଡ଼ । ଶେଷଥର ପାଇଁ ଏପ୍ରିଲ ୨୮ରେ ଏହିଭଳି ମିସାଇଲ ଆକ୍ରମଣ କରିଥିଲେ ରୁଷୀୟ ସୈନ୍ୟ ।

କିଏଭ୍‌ ମେୟର ଭିଟାଲି କ୍ଲିସ୍‌କୋଙ୍କ ସୂଚନା ଅନୁସାରେ ରବିବାର ଭୋର ସମୟରେ ରାଜଧାନୀ ଉପରେ ହମ୍‌ଲା ହୋଇଛି । ଅଚାନକ ରୁଷ ସେନା ବିମାନରୁ ମିସାଇଲ ମାଡ଼ କରି ବ୍ୟାପକ ଭିତ୍ତିଭୂମି କ୍ଷତି ଘଟାଇଛନ୍ତି । ଏଥିରେ କେହି ପ୍ରାଣ ହରାଇ ନାହାନ୍ତି । ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଆକ୍ରମଣ ଯୋଗୁ ରାଜଧାନୀ ପୁଣି ଅଶାନ୍ତ ହୋଇପଡ଼ିଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏପ୍ରିଲ ୨୮ରେ କିଏଭ୍‌ ଗସ୍ତ କରିଥିଲେ । ତାହ ପରଠାରୁ ଏଭଳି ବଡ଼ଧରଣର ଆକ୍ରମଣ ହୋଇ ନ ଥିଲା ।

କିଏଭ୍‌ ଉପରୁ ଦୃଷ୍ଟି ହଟାଇ କେବଳ ପୂର୍ବାଞ୍ଚଳ ଡୋନ୍‌ବାସ୍‌ ଉପରେ ପୁଟିନ୍‌ ସେନା ଫୋକସ୍‌ କରିବେ ବୋଲି କୁହାଯାଉଥିଲା । କିନ୍ତୁ ସେ ସବୁ ଭୁଲ ପ୍ରମାଣିତ ହୋଇଛି । ଏବେ ବି କିଏଭ୍‌ ଉପରେ ହମଲା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଆଗ୍ରହୀ ଥିବା ସ୍ପଷ୍ଟ ହୋଇଛି । କେବଳ ପୂର୍ବାଞ୍ଚଳ ନୁହେଁ ବରଂ ଦେଶବ୍ୟାପୀ ଯୁଦ୍ଧ ଚଳାଇବା ଲାଗି ରୁଷ ସେନା ରଣନୀତି ତିଆରି କରିଛି ।

ରୁଷ ସେନା କିଏଭ୍‌ର ଡାରନିସ୍କି ଓ ଦିନିପ୍ରୋଭସ୍କି ଉପରେ ଆଜି ମିସାଇଲ ମାଡ଼ କରିଛି । ସେମାନେ କେବଳ ଭିତ୍ତିଭୂମି ଉପରେ ଟାର୍ଗେଟ୍‌ କରିଛନ୍ତି । ଏହାପରେ ଘଟଣାସ୍ଥଳରେ ଜରୁରି ସେବା ବ୍ୟବସ୍ଥା ପହଞ୍ଚା ଯାଇଛି । କିଏଭ୍‌ର ପୂର୍ବ ପଟେ ଥିବା ଡାରନିସ୍କିରେ ଆକାଶ ଧୂଆଁମୟ ହୋଇଯାଇଛି । ଏଠାକାର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୁତାବକ ଘନଘନ ବିସ୍ଫୋରଣ ଶବ୍ଦ ଶୁଣିବା ପରେ ସେ ଝରକା ବାହାରକୁ ଚାହିଁଥିଲେ । ପୂର୍ବରୁ ଯଦିଓ ଏହି ଅଞ୍ଚଳରେ ଆକ୍ରମଣ ହୋଇଥିଲା, ସେତେଟା କ୍ଷତି ହୋଇ ନ ଥିଲା । କିନ୍ତୁ ଏଥର ଆକ୍ରମଣ ଭିନ୍ନ ଜଣାପଡୁଛି । ପୂର୍ବ ୟୁକ୍ରେନ୍‌ରେ ବି ଆକ୍ରମଣ ପୂର୍ବଭଳି ଜାରି ରହିଛି ।

ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ମୁତାବକ, କିଏଭ୍‌ ଉପରେ ଆକ୍ରମଣ କରି ରୁଷ୍‌ର ସୈନ୍ୟମାନେ ୟୁକ୍ରେନ୍‌ର ବିପୁଳ କ୍ଷତି ଘଟାଇଛନ୍ତି । ସଦ୍ୟ ହମ୍‌ଲାରେ ଟି-୭୨ ଟ୍ୟାଙ୍କ ଓ ଅନ୍ୟ ଯୁଦ୍ଧ ଯାନ ସାମିଲ ରହିଛି । ପୂର୍ବ ୟୁରୋପୀୟ ଦେଶଗୁଡ଼ିକ ପକ୍ଷରୁ ଏହି ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ