ଅପରାଧ ରାଜ୍ୟ

କିଆବୁଦା ମୂଳେ ପଡିଛି ନିଖୋଜ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ବୁଧବାର ରାତିରୁ ଥିଲେ ନିଖୋଜ

ଚଣ୍ଡିଖୋଲ ୧୪।୭: କିଆବୁଦା ମୂଳେ ପଡିଛି ନିଖୋଜ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ସୁନାରୀ ଗାଁରେ ଘଟିଛି ଏଭଳି ଘଟଣା । ମୃତ ମହିଳା ହେଲେ ସୁରେନ୍ଦ୍ର ଦାଶଙ୍କ ପତ୍ନୀ ଗୀତାଞ୍ଜଳି ଦାଶ । ସେ ବୁଧବାର ରାତିରୁ ନିଖୋଜ ଥିବାବେଳେ ବୁଧବାର ଧର୍ମଶାଳା ଥାନାରେ ତାଙ୍କ ଭାଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ଭଉଣୀ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ

ସୂଚନାଯୋଗ୍ୟ ଯେ, ସୁନାରୀ ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଗୀତାଞ୍ଜଳି ୧୬ବର୍ଷ ତଳେ ବାରବାଟୀ ବାଙ୍କସାହି ଗ୍ରାମର ସୁରେନ୍ଦ୍ର ଦାଶଙ୍କୁ ବିବାହ କରିଥିଲେ। ତେବେ ଗତ ୫/୬ବର୍ଷ ହେବ ଗୀତାଞ୍ଜଳି ପାରିବାରିକ କଳହ ଯୋଗୁଁ ଏକମାତ୍ର ଝିଅକୁ ଧରି ବାପଘରେ ଆସି ରହୁଥିଲେ । ଗୀତାଞ୍ଜଳି ବାପଘରେ ରହିବା ପରେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ତେବେ ମଙ୍ଗଳବାର ହଠାତ ଘରୁ କୁଆଡେ ଚାଲିଯାଇଥିଲେ । ତେବେ ଗୁରୁବାର ସକାଳୁ ଘରଠାରୁ କିଛି ଦୂରରେ ଥିବା କିଆବୁଦା ମୂଳେ ଦରପୋଡ଼ା ଅବସ୍ଥାରେ ଏକ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏହା ଗୀତାଞ୍ଜଳିଙ୍କର ବୋଲି ଜଣାପଡିଥିଲା । ନିକଟରେ ପ୍ଲାଷ୍ଟିକ ଜାର ପଡିଥିବା ବେଳେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।