ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ମାଲକାନଗିରି ୦୭/୧୨: ମାଲକାନଗିରି ଜିଲା ମାଥିଲି ବ୍ଲକ କିଆଙ୍ଗ ପଞ୍ଚାୟତରେ ଗତ କିଛିଦିନ ହେଲା ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଗତ ୬ଦିନ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଥିବାର ଜଣାପଡ଼ିଛି ।
କିଆଙ୍ଗ ଗ୍ରାମର ଡମ୍ବରୁ ପୂଜାରୀଙ୍କର ଗତ କିଛିଦିନ ହେଲା ଗୋଡ଼ ହାତସବୁ ଫୁଲି ଯାଇ ମୁଣ୍ଡ ଘୁରାଇ ଜ୍ଵର ହେଉଥିଲା । ତାଙ୍କର ଦେହ ଅସୁସ୍ଥ ହେବା ଦେଖି ପରିବାର ଲୋକେ ଗତ କାଲି ପ୍ରଥମେ ମାଥିଲି ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।
ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରୁ ଡ଼ମ୍ବରୁ ପୂଜାରୀଙ୍କର ମୃତ୍ୟୁ ହୋଇଛି । ଠିକ ସେହିପରି କିଆଙ୍ଗ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ଗୌରୀ ପୂଜାରୀ ମଧ୍ୟ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ଅନ୍ତ୍ୟେଷ୍ଟି କାମ ସରିବା ପରେ ପୁଅ ଭଗବାନ ପୂଜାରୀ ମଧ୍ୟ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ହାତ ଗୋଡ଼ ସବୁ ଫୁଲି ମୁଣ୍ଡ ଜନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ମାଥିଲି ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ସେ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ଦିନ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ଏବେ ସେ ପଞ୍ଚାୟତରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବାର ଜଣା ପଡ଼ିଛି ।
ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ଓ ସେପ୍ଟମ୍ବର ମାସରେ ମାଥିଲି ବ୍ଲକସ୍ଥ ସଲିମ ପଞ୍ଚାୟତ ହଲଦୀକୁଣ୍ଡ,ସର୍ଗିଗୁଡା ଗ୍ରାମରେ ଅଜଣାରୋଗରେ ଆକ୍ରାନ୍ତ ହୋଇ ବେସରକାରୀ ଭାବେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସରକାରୀ ଭାବେ କୁହାଯାଇଥିଲା ୯ଜଣଙ୍କର ମୃତ୍ୟୁ ହୋଇଛି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l