ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କାୟା ମେଲାଉଛି ମଙ୍କିପକ୍ସ : ଆମେରିକାର ଦୁଇ ଶିଶୁଙ୍କ ଠାରେ ଚିହ୍ନଟ ହେଲା ଘାତକ ଭାଇରସ

ନୂଆଦିଲ୍ଲୀ ୨୩/୦୭: ସାରା ବିଶ୍ୱରେ ମଙ୍କିପକ୍ସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ କବଳରେ କେବଳ ବୟସ୍କ ନୁହେଁ ବରଂ ଛୋଟ ଶିଶୁ ବି ଆସିଛନ୍ତି । ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, କାଲିଫର୍ଣ୍ଣିଆର ଜଣେ ଶିଶୁ ଓ ଆଉ ଜଣେ ନବଜାତକ ଶିଶୁଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି ।

ଆମେରିକା ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଦେଶରେ ପ୍ରଥମ ଥର ଶିଶୁଙ୍କଠାରେ ମଙ୍କିପକ୍ସ ଭାଇରସ ମିଳିଛି । ଏହାପୂର୍ବରୁ ଏଥିରେ କେବଳ ବୟସ୍କମାନେ ଆକ୍ରାନ୍ତ ହେଉଥିଲେ । ତେବେ ଯେଉଁ ଦୁଇ ଶିଶୁଙ୍କଠାରେ ଭାଇରସ ଚିହ୍ନଟ ହୋଇଛି ସେମାନଙ୍କର ପରସ୍ପର ସହ କୌଣସି ସମ୍ପର୍କ ନାହିଁ । ଉଭୟ ଶିଶୁ ଏବେ ସୁସ୍ଥ ଅଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଅଧିକାରୀମାନେ ଆହୁରି କହିଛନ୍ତି ଯେ, ମଙ୍କିପକ୍ସ ଜଣେ ଅନ୍ୟଜଣଙ୍କ ସମ୍ପର୍କରେ ଆସିବା କାରଣରୁ ବ୍ୟାପିଥାଏ । ଏବେସୁଦ୍ଧା ୬୦ରୁ ଅଧିକ ଦେଶରେ ଏହି ଭାଇରସ ଆତଙ୍କ ଖେଳାଇ ସାରିଛି । ୧୪୦୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ଆଫ୍ରିକାରେ ୫ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ସେହିପରି ଅଧିକାରୀମାନେ କହିଛନ୍ତି ଯେ, ମଙ୍କିପକ୍ସରେ ଏବେ ଶିଶୁ ସଂକ୍ରମିତ ହେଉଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆମେରିକାରେ ଏବେସୁଦ୍ଧା ୨୫୯୩ ମାମଲା ସାମ୍ନାକୁ ଆସିଛି । ଏହାମଧ୍ୟରୁ ଅଧିକାଂଶ ପୁରୁଷ ରହିଛନ୍ତି । ଏଥତ୍ ବ୍ୟତୀତ କିଛି ମହିଳା ଓ କିନ୍ନର ମଧ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ