ରାଜ୍ୟ

କାୟାକଳ୍ପରେ ଏମ୍‌ସ ଭୁବନେଶ୍ବରକୁ ତୃତୀୟ ସ୍ଥାନ

ଭୁବନେଶ୍ବର: କାୟାକଳ୍ପ (ବି ଶ୍ରେଣୀ)ରେ ଏମ୍‌ସ ଭୁବନେଶ୍ବର ତୃତୀୟ ସ୍ଥାନ ଅଧିକାର କରିଛି। ୨୨ଟି ନୂତନ ଏମ୍‌ସ ସମେତ ଜାତୀୟସ୍ତରୀୟ ୫୦ରୁ ଅଧିକ ଡାକ୍ତରଖାନା ମଧ୍ୟରେ ଏମ୍‌ସ ଭୁବନେଶ୍ବର, ଏମ୍‌ସ ଋଷିକେଶ, ଏମ୍‌ସ ରାୟପୁର ଓ ଏମ୍‌ସ ପାଟନା ତୃତୀୟ, ଏମ୍‌ସ ଭୋପାଳ ଦ୍ବିତୀୟ ଏବଂ ଦାଦରନଗର ହାବେଳିସ୍ଥିତ ଶ୍ରୀ ବିନୋବା ଭାବେ ସିଭିଲ ହସ୍ପିଟାଲ, ସିଲଭାସା ପ୍ରଥମ ସ୍ଥାନ ଅଧିକାର କରିଥିବା ସୂଚନା ଦେଇଛନ୍ତି ଏମ୍‌ସ ଭୁବନେଶ୍ବର ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା। ଏଥିରେ ପୁରସ୍କାର ରାଶି ସ୍ବରୂପ ୩୯.୫୦ ଲକ୍ଷ, ୧ ଲକ୍ଷ ଏବଂ ୨ ଲକ୍ଷ ଟଙ୍କା ମିଳିବ। କୋଭିଡ୍‌ ଯୋଗୁଁ ଦୁଇ ବର୍ଷ କାୟାକଳ୍ପ ଟିମ୍‌ ଅନୁଧ୍ୟାନ କରି ପାରିନଥିଲେ। ଏହା ପୂର୍ବରୁ ୨୦୧୮ ଏବଂ ୨୦୧୯ ମସିହାରେ ଏମ୍‌ସ ଭୁବନେଶ୍ବର ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଥିଲା।

ଡାକ୍ତରଖାନାର ସ୍ବଚ୍ଛତାକୁ ଗୁରୁତ୍ବ ଦେଇ ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ବର୍ଗର ଡାକ୍ତରଖାନାକୁ କାୟାକଳ୍ପ ପୁରସ୍କାର ଦିଆଯାଏ। ଏଥିରେ ଡାକ୍ତରଖାନାର ରକ୍ଷଣାବେକ୍ଷଣ, ସଂକ୍ରମଣ ନିୟନ୍ତ୍ରଣ, ସ୍ବାସ୍ଥ୍ୟରକ୍ଷା ପାଇଁ ସ୍ବଚ୍ଛତା, ଆବର୍ଜନା ପରିଚାଳନା ଓ ଜନମତକୁ ଆଧାର କରି ଡାକ୍ତରଖାନାର ମୂଲ୍ୟାଙ୍କନ କରାଯାଏ। ଡାକ୍ତରଖାନାର ନିଜର ମୂଲ୍ୟାଙ୍କନ, ସ୍ବାସ୍ଥ୍ୟ ଅନୁଷ୍ଠାନର ପରସ୍ପରର ମୂଲ୍ୟାଙ୍କନ ଏବଂ ଶେଷରେ କାୟକଳ୍ପ ଟିମ୍‌ ଆସି ସ୍ଥିତି ସମୀକ୍ଷା କରନ୍ତି। ସେହି ଅନୁଯାୟୀ ନମ୍ବର ମିଳିଥାଏ। ଏହି ପୁରସ୍କାର ରାଶିକୁ ଡାକ୍ତରଖାନାର ବିକାଶ ପାଇଁ ଖର୍ଚ୍ଚ କରାଯାଏ। କିଛି ମାସ ପୂର୍ବରୁ କାୟାକଳ୍ପ ଟିମ ଆସି ଏମସ ଡାକ୍ତର, କର୍ମଚାରୀ ଏବଂ ରୋଗୀଙ୍କୁ ଏହାର ସ୍ବଚ୍ଛତା ନେଇ ମତାମତ ନେଇଥିଲେ। କାୟାକଳ୍ପର (ଏ ଶ୍ରେଣୀ)ର ଡାକ୍ତରଖାନା ମଧ୍ୟରେ ଏମ‌୍‌ସ ଦିଲ୍ଲୀ ପ୍ରଥମ, ରାମ ମନୋହର ଲୋହିଆ ଡାକ୍ତରଖାନା ଦ୍ବିତୀୟ ଏବଂ ସଫଦରଜଙ୍ଗ ହସ୍ପିଟାଲ ତୃତୀୟ ସ୍ଥାନ ଅଧିକାର କରିଛି। ଏଥିରେ ପୁରସ୍କାର ରାଶି ସ୍ବରୂପ ୩ ଲକ୍ଷ, ୧.୫୦ ଲକ୍ଷ ଏବଂ ୫୦ ହଜାର ଟଙ୍କା ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, କାୟକଳ୍ପ ପ୍ରୋତ୍ସାହନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୯.୫୮ କୋଟି ଟଙ୍କା ରିଲିଜ୍‌ ପାଇଁ ଅନୁମୋଦିତ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।