ନୂଆଦିଲ୍ଳୀ ୨୩।୦୧ : ବଲିଉଡର ଦେଶୀ ଗର୍ଲ ପିସି ତଥା ପ୍ରିୟଙ୍କା ଚୋପ୍ରା ମା’ ହୋଇଛନ୍ତି । ଏହି ଖବର ସେ ନିଜେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ମାଧ୍ୟମରେ ସେ ଏକ ନୋଟ ଲେଖି ଏହି ଖୁସି ଖବର ଜଣାଇଛନ୍ତି। ଯାହା ତାଙ୍କ ଫ୍ୟାନ୍ସମାନେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ତାହା ପୁଣି ସରୋଗେସି ମାଧ୍ୟମରେ ସେ ମା’ ହୋଇଥିବା ନେଇ ସୂଚନା ଦେଇଛନ୍ତି । ତାଙ୍କ ଘରକୁ କୁନି ଅତିଥି ଆସିଥିବା ନେଇ ଦୁହେଁ ଖୁବ୍ ଖୁସି ଅଛନ୍ତି ।କିନ୍ତୁ ଦୁହେଁ ଜଣାଇ ନଥିଲେ ଯେ ତାଙ୍କର ପୁଅ କି ଝିଅ ହୋଇଥିଲା । କିନ୍ତୁ ଆମେରିକାର ଏକ ୱେବସାଇଟ୍ରେ କୁହାଯାଇଛି କି ଦୁହେଁ ଦକ୍ଷିଣ କାର୍ଲିଫୋର୍ଣ୍ଣିଆରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ଫର୍ଟିଲିଟି ଇଶୁ ତଥା ପ୍ରଜନନ ସମସ୍ୟାକୁ ନେଇ କିଛି ପୋଷ୍ଟ ଦେଖିବାକୁ ମିଳିଛି ।
ବାସ୍ତବରେ ପ୍ରିୟଙ୍କା ଏବଂ ନିକ ବାପା ମାଆ ହେବା ପାଇଁ ସରୋଗେସିର ମାଧ୍ୟମ ଆପଣାଇଥିଲେ । ଏବଂ ସେବେଠାରୁ ସୋସିଆଲ ମିଡିଆରେ ଦୁହିଁଙ୍କର ଏପରି କିଛି ପୋଷ୍ଟ ଦେଖିବାକୁ ମିଳିଥିଲା, ଯେଉଁଠାରେ କୁହାଯାଉଛି ଯେ ପ୍ରିୟଙ୍କା ଫର୍ଟିଲିଟି ସମସ୍ୟା କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି ‘ପ୍ରିୟଙ୍କାଙ୍କର କୌଣସି ପ୍ରକାରର ପ୍ରଜନନ ସମସ୍ୟା ତଥା ଫର୍ଟିଲିଟି ଇଶୁ ନାହିଁ, କିନ୍ତୁ ତାଙ୍କର ବର୍ତ୍ତମାନ ୩୯ ବର୍ଷ ହୋଇଛି । ଏହା ତାଙ୍କ ପାଇଁ ସହଜ ନୁହେଁ। ସେହି ସମୟରେ ତାଙ୍କର ବ୍ୟସ୍ତବହୁଳ କାମ ଯୋଗୁଁ ଏହା ଅଧିକ କଷ୍ଟକର ହୋଇଯାଇଥାନ୍ତା । ଦୁହେଁ ପରସ୍ପରଙ୍କ ଏକାଠି ସମୟ ବିତାଇବା ମଧ୍ୟ ବହୁତ କମ୍ ହୋଇପାରୁଛି । ଏହାକୁ ଦୃଷ୍ଟିରେ ରଖି ଦୁହେଁ ଦମ୍ପତି ସରୋଗେସିର ରାସ୍ତା ବାଛିଥିଲେ।
ଅନ୍ୟପଟେ କୁହାଯାଉଛି ଯେ ନିକ ଏବଂ ପ୍ରିୟଙ୍କା ଏକ ଏଜେନ୍ସି ସାହାଯ୍ୟରେ ମହିଳାଙ୍କୁ ଭେଟିଥିଲେ । ଉକ୍ତ ମହିଳାଙ୍କ ଏହା ହେଉଛି ପଞ୍ଚମ ସରୋଗେସି। ଦୁହେଁ ତାଙ୍କୁ ଭେଟିଥିଲେ ଏବଂ ସେମାନେ ମଧ୍ୟ ତାଙ୍କୁ ପସନ୍ଦ କରିଥିଲେ । ସବୁଠାରୁ ବଡ କଥା ହେଲା ଶିଶୁଟି ଏପ୍ରିଲରେ ଜନ୍ମ ହେବାର ଥିଲା, କିନ୍ତୁ ପିଲାଟି ଜନ୍ମ ହେବା ତାରିଖରୁ ପୂର୍ବରୁ ତଥା ପ୍ରି ମାଚର ଡେଲିଭରି ହୋଇଥିଲା । କହିବାକୁ ଗଲେ ପ୍ରିୟଙ୍କା ଏବଂ ନିକ ପିତାମାତା ହୋଇଥିବାରୁ ପ୍ରଶଂସକମାନେ ବହୁତ ଖୁସି ଏବଂ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

