କଳା ଓ ସଂସ୍କୃତି ଧର୍ମ

କାହିଁକି ପାଳନ କରାଯାଏ ଧନତେରାସ ? ଏହି ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ୭ଟି ଜିନିଷ

ଧନତେରାସ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ। ଏଥର ତ୍ରୟୋଦଶୀ ନଭେମ୍ବର ୧୨ ରାତି ୯.୩୦ରୁ ପର ଦିନ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ଯାଏଁ ରହିବ। ଏହା ପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ। ଏଥିପାଇଁ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ପୂର୍ବରୁ ଧନତେରାସ ପାଳନ କରାଯିବ। ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ପରେ ଛୋଟ ଦିପାବଳୀ ଅର୍ଥାତ୍ ନରକ ଚତୁର୍ଦ୍ଦଶୀ ଆରମ୍ଭ ହୋଇଯିବ।

ଧନତେରାସ ପର୍ବ ଧନ ଏବଂ ଆରୋଗ୍ୟ ସହ ଜଡ଼ିତ। ଧନ ପାଇଁ ଏହି ଦିନ କୁବେର ପୂଜା କରାଯାଇଥାଏ ଏବଂ ଆରୋଗ୍ୟ ପାଇଁ ଧନ୍ବନ୍ତରୀ ପୂଜା କରାଯାଇଥାଏ। ଏହି ଦିନ ମୂଲ୍ୟବାନ ଧାତୁ,ନୂଆ ବାସନ ଏବଂ ଆଭୂଷଣ କିଣାକିଣିର ବିଧାନ ଥାଏ। ଧନତେରାସରେ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ ହୋଇଥାଏ।

ଦିପାବଳୀ ପୂର୍ବରୁ ଲୋକେ ଘରର କୋଣକୁ ସଫା କରନ୍ତୁ କିନ୍ତୁ ଧନତେରାସ ଦିନ ଯଦି ଘରେ ଅସନା କିମ୍ବା ଖରାପ ଜିନିଷ ପଡ଼ିଥାଏ ତେବେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ଧନତେରାସ ପୂର୍ବରୁ ହିଁ ଏପରି ଜିନିଷ ବାହାର କରି ଦିଅନ୍ତୁ।

ଘରର ମୁଖ୍ୟ ଦ୍ବାର କିମ୍ବା ମୁଖ୍ୟ କକ୍ଷ ସାମନାରେ ଜମା ବେକାର ବସ୍ତୁ ରଖନ୍ତୁ ନାହିଁ। ମୁଖ୍ୟ ଦ୍ବାରକୁ ନୂଆ ଅବସର ସହ ଯୋଡ଼ି ଦେଖାଯାଇଥାଏ। କୁହାଯାଏ ଯେ ଘରର ମୁଖ୍ୟ ଦ୍ବାର ଜରିଆରେ ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏଥିପାଇଁ ଏହି ସ୍ଥାନ ସବୁବେଳେ ସଫା ସୁତୁରା ରଖିବା ଆବଶ୍ୟକ।

ଯଦି ଆପଣ ଧନତେରାସରେ କେବଳ କୁବେର ପୂଜା କରୁଛନ୍ତି ତେବେ ଏହି ଭୁଲ୍ କରନ୍ତୁ ନାହିଁ। କୁବେର ସହ ମାଆ ଲକ୍ଷ୍ମୀ ଏବଂ ଭଗବାନ ଧନ୍ବନ୍ତରୀ ପୂଜା ମଧ୍ୟ ନିଶ୍ଚୟ କରନ୍ତୁ ନଚେତ୍ ପୂରା ବର୍ଷ ରୋଗଗ୍ରସ୍ତ ରହିବେ।

ଏପରି ବିଶ୍ବାସ ରହିଛି ଯେ ଏହି ଦିନ କାଚ ବାସନ କିଣିବା ଅନୁଚିତ୍। ଧନତେରାସ ଦିନ ସୁନା ଚାନ୍ଦି କୌଣସି ଜିନିଷ କିମ୍ବା ନୂଆ ବାସନ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଧନତେରାସ ଦିନ କାହାକୁ ବି ଉଧାର ଦିଅନ୍ତୁ ନାହିଁ। ଏହି ଦିନ ନିଜ ଘରୁ ମାଆ ଲକ୍ଷ୍ମୀଙ୍କ ପ୍ରବାହ ବାହାର ହେବାକୁ ଦିଅନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କ ଉପରେ ଦେୟ ଏବଂ କରଜର ଭାର ବଢ଼ିପାରେ।

ଏହି ଦିନ ନକଲି ମୂର୍ତ୍ତି ପୂଜା କରନ୍ତୁ ନାହିଁ। ସୁନା,ଚାନ୍ଦି କିମ୍ବା ମାଟି ନିର୍ମିତ ମା ଲକ୍ଷ୍ମୀଙ୍କ ମୂର୍ତ୍ତର ପୂଜା କରନ୍ତୁ। ସ୍ବସ୍ତିକ ଏବଂ ଓଁ ଭଳି ପ୍ରତୀକକୁ କୁମକୁମ୍,ହଳଦୀ କିମ୍ବା କୌଣସି ଶୁଭ ଜିନିଷରେ ବନାନ୍ତୁ। ନକଲି ପ୍ରତୀକକୁ ଘରେ ଆଣନ୍ତୁ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ