ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କାହିଁକି ଛିଡା ହୋଇ ପାଣି ପିଇବା ଉଚିତ ନୁହେଁ ? ଜାଣନ୍ତୁ କାରଣ

ଭୁବନେଶ୍ୱର ୧୬/୦୩ : ମାନବ ଶରୀରରେ ଜଳର ମାତ୍ର ପ୍ରାୟ ୬୦ ପ୍ରତିଶତ। ପାଣି ଶରୀରକୁ ଅକ୍ସିଜେନ୍ ଓ ପୋଷାକ ତତ୍ତ୍ୱ ଦେଇଥାଏ, ଅଙ୍ଗ ଓ କୋଷଗୁଡ଼ିକର ରକ୍ଷା କରିଥାଏ। ପାଣି ପିଇବା କେତେ ମହତ୍ତ୍ୱପୂର୍ଣ୍ଣ ଆମେ ସମସ୍ତେ ଜାଣିଛୁ। ସୁସ୍ଥ ଶରୀର ୱାଟର ଇନଟେକ୍ ଉପରେ ନିର୍ଭର କରିଥାଏ। କିନ୍ତୁ ଆପଣ ଆବଶ୍ୟକୀୟ ପରିମାଣର ପାଣି ପିଇବା ପରେ ବି ସୁସ୍ଥ ରହିବେ ବୋଲି କିଛି ମାନେନାହିଁ। ଆପଣଙ୍କ ଏକ ଛୋଟ ଭୁଲ ପାଇଁ ଆପଣଙ୍କ ଶରୀରକୁ ପାଣିର ସଠିକ ଲାଭ ନ ମିଳିପାରେ। ଯେପରିକି ଛିଡା ହୋଇ ପାଣି ପିଇବା ଅନେକ ଲୋକଙ୍କର ଅଭ୍ୟାସ। ଅଧିକାଂଶ ଲୋକ ଛିଡା ହୋଇ ପାଣି ପିଇଥାନ୍ତି। ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ। ଛିଡା ହୋଇ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଜାଣନ୍ତୁ।

ଯଦି ଆପଣ ଛିଡା ହୋଇ ପାଣି ପିଉଛନ୍ତି ତାହେଲେ ପାଣି ଦ୍ରୁତ ଗତିରେ ଗଳାରେ ଥିବା ଫୁଡ୍ ପାଇପ୍ ଦେଇ ପେଟକୁ ଯାଇଥାଏ। ଦ୍ରୁତ ଗତିରେ ଆସୁଥିବା ପାଣିର ପ୍ରେସର୍ ଯୋଗୁଁ ଆଖପାଖ ଅଙ୍ଗ ଓ ପେଟକୁ କ୍ଷତି ପହଞ୍ଚାଇଥାଏ। ଯେଉଁଥିପାଇଁ ପାଚନ ପ୍ରଣାଳୀ ପ୍ରଭାବିତ ହୋଇପାରେ। ଏଥିପାଇଁ ଛାତିରେ ଜ୍ବଳନ (ହାର୍ଟ ବର୍ନ) ଓ ଅଲସର୍ ସମସ୍ୟା ହୋଇପାରେ।

ଛିଡା ହୋଇ ପାଣି ପିଇଲେ ପାଣି ପ୍ରେସର ସହ ପେଟକୁ ଯାଇଥାଏ ଯାହାଫଳରେ ସବୁ ଅନଫିଲ୍ଟର ଜିନିଷ ବ୍ଲାଡରରେ ଜମା ହୋଇଯାଇଥାଏ ଏବଂ ଏହାର ସିଧା ପ୍ରଭାବ କିଡନୀ ଉପରେ ପଡିଥାଏ। କିଡନୀର କାମ ପାଣିକୁ ଛାଣିବା। ଛିଡା ହୋଇ ପାଣି ପିଇଲେ ତାହା ଠିକ ଭାବେ ଫିଲ୍ଟର ହୋଇପାରେନାହିଁ ଓ କିଡନୀରେ ଜମା ହୋଇଯାଇଥାଏ। ଯାହାଫଳରେ କିଡନୀ ସମସ୍ୟା ଓ ୟୁରିନ୍ ଇନଫେକ୍ସନ୍ ଓ ଜ୍ବଳନ ସମସ୍ୟା ହୋଇଥାଏ।

ଛିଡା ହୋଇ ପାଣି ପିଇଲେ ଭବିଷ୍ୟତରେ ଆଥରାିଟିସ୍ ସମସ୍ୟା ମଧ୍ୟ ହୋଇପାରେ। ଛିଡା ହୋଇ ପାଣି ପିଇଲେ ଶରୀରରେ ଫ୍ଲୁଏଡ୍ ବାଲାନ୍ସ ମଧ୍ୟ ବିଗିଡି ଯାଇଥାଏ। ଗଣ୍ଠିରେ ଥିବା ଫ୍ଲୁଏଡକୁ ଏହା ପ୍ରଭାବିତ କରିଥାଏ। ଯେଉଁଥିପାଇଁ ଆଙ୍ଗୁଠି, ଆଣ୍ଠୁ, ଅଣ୍ଟା ଆଦିରେ ଯନ୍ତ୍ରଣା ହୋଇଥାଏ।

ଛିଡା ହୋଇ ପାଣି ପିଇଲେ ଶୋଷ ମଧ୍ୟ ମେଣ୍ଟିନଥାଏ ଓ ବାରମ୍ବାର ଶୋଷ ହୋଇଥାଏ। ସେଥିପାଇଁ ବସି କି ଆରାମରେ ପାଣି ପିଇବା ଉଚିତ। ଏହା ସ୍ୱାସ୍ଥ୍ୟ ପାଇଁ ହିତକର।

(ଏହି ଖବର ରିସର୍ଚ୍ଚ ଓ ବିଶ୍ୱାସ ଆଧାରରେ ଲିଖିତ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ