ଦେଶ ବିଦେଶ ମନୋରଞ୍ଜନ

କାହିଁକି କମୁଛି ‘ତାରକ୍‌ ମେହଟ୍ଟା କା ଉଲଟା ଚଷମା’ର ଟିଆରପି, ଖୁଲାସା କଲେ ରୀତା ରିପୋର୍ଟର

ମୁମ୍ବାଇ ୨୧।୦୨ : କମେଡି ଟିଭି ସିରିଏଲ୍ ‘ତାରକ ମେହେଟ୍ଟା କା ଓଲଟା ଚଷମା’ ସବୁଠାରୁ ଲୋକପ୍ରିୟ ଶୋ’। ଏହା ୨୦୦୮ରୁ ପ୍ରସାରିତ ହୋଇ ଆସୁଛି। ଏହି ଶୋ ଦର୍ଶକଙ୍କୁ ବର୍ଷ ବର୍ଷ ଧରି ମନୋରଞ୍ଜନ କରୁଥିଲା । ତଥାପି, ଏହା ଆଜି ବି ଟିଆରପିର ଦୌଡ ତାଲିକାରେ ରହିଛି। ଏହି ସିରିଏଲ ବିଷୟରେ ଏବେ ଏକ ରିପୋର୍ଟ ଆସିଛି। କୁହାଯାଉଛି କି ‘ତାରକ ମେହେଟ୍ଟା କା ଓଲଟା ଚଷମା’ର ନିର୍ମାତାମାନେ ଏହି ଶୋକୁ ଜବରଦସ୍ତ ଟାଣୁଛନ୍ତି କି? କଣ ଦର୍ଶକମାନେ ଏହାକୁ ଦେଖିବାରେ ବିରକ୍ତ ହେଉଛନ୍ତି କି?

ଅଭିନେତ୍ରୀ ପ୍ରିୟା ଅହୁଜା ଏଭଳି କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଯିଏ ଟିଭି ସିରିଏଲରେ ରୀତା ଭୂମିକାରେ ଜଣେ ସାମ୍ବାଦିକା ହୋଇ ଅଭିନୟ କରୁଛନ୍ତି । ଏବଂ ସେ ଏହି ସିରିଏଲର ନିର୍ଦ୍ଦେଶକଙ୍କ ପତ୍ନୀ ଅଟନ୍ତି । ଏନେଇ ପ୍ରିୟା କୁହନ୍ତି, କି ‘ମୁଁ ଆଜି ପର୍ଯ୍ୟନ୍ତ ଟିଆରପି ଖେଳକୁ ବୁଝିପାରୁ ନାହିଁ, କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ତାରକ ମେହେଟ୍ଟା କା ଓଲଟା ଚଷମାଙ୍କ ସମୟ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଏହି ସିରିଏଲର ଟିଆରପିରେ ଉପର-ତଳ ହେଉଥିବ କାହିଁକି ନା ବର୍ତ୍ତମାନ ଦର୍ଶକମାନେ ଟିଭି ସିରିଏଲ୍ ବ୍ୟତୀତ ବହୁତ କିଛି ଦେଖୁଛନ୍ତି । ନ୍ୟାସନାଲ ଟିଭିରେ ଯେକୌଣସି ସିରିଏଲ ଦେଖିବା ପୂର୍ବରୁ ସେମାନେ ଆପକୁ ଯାଇ ସେହି ସିରିଏଲ ଦେଖୁଛନ୍ତି ।

ଏହା ବ୍ୟତୀତ ସିରିଏଲରେ ନଟୁ ଏବଂ ଦୟା ବେନ୍ ଭଳି ଚରିତ୍ରର ଅନୁପସ୍ଥିତି ଯୋଗୁଁ ଶୋ’ର କୌଣସି କ୍ଷତି ହୋଇଛି କି ? ଏହାକୁ ନେଇ ପ୍ରିୟା କହିଛନ୍ତି ଯେ, ‘ହଁ, କିଛି ଦର୍ଶକ ଅଛନ୍ତି ଯେଉଁମାନେ ତାଙ୍କ ପ୍ରିୟ ଚରିତ୍ର ଦେଖିବାକୁ ଆସନ୍ତି । କିନ୍ତୁ ଏହି ଶୋ’ରେ ପ୍ରାୟ ସମସ୍ତେ ପ୍ରିୟ ।ହେଲେ ସିରିଏଲରେ ନଟୁ କାକା ହୋଇଥିବା ଘନଶ୍ୟାମ ନାୟକ ଆଜି ଆମ ସହିତ ନାହାଁନ୍ତି କି ଦିଶା ମଧ୍ୟ ୨୦୧୭ରୁ ଏହି ସିରିଏଲକୁ ଛାଡି ଦେଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ