ଦେଶ ବିଦେଶ ମନୋରଞ୍ଜନ

କାହିଁକି ଅଲଗା ହେଲେ ଟାଇଗର-ଦିଶା ? ସାମ୍ନାକୁ ଆସିଲା ବ୍ରେକଅପ୍‌ର କାରଣ…

ମୁମ୍ବାଇ ୨୯।୦୭: ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବ୍ରେକ୍‌ଅପ୍‌ ତାଙ୍କ ଫ୍ୟାନ୍ସଙ୍କ ମନକୁ ଭାଙ୍ଗି ଦେଇଛି। ଦୀର୍ଘ ୬ ବର୍ଷ ଧରି ଡେଟ୍‌ କରିବା ପରେ ହଠାତ୍‌ ଅଲଗା ହେବାର ନିଷ୍ପତ୍ତି କାହିଁକି ନେଲେ । ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ପ୍ରଶଂସକ । ବର୍ତ୍ତମାନ ସେମାନଙ୍କର ବ୍ରେକଅପ୍ ହେବାର କାରଣ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଯେ ଉଭୟଙ୍କ ବ୍ରେକଅପ୍ ବିବାହ ଯୋଗୁଁ ହୋଇଛି ।

ଟାଇଗର ଏବଂ ଦିଶାଙ୍କ ମଧ୍ୟରେ ଥିବା ସମ୍ପର୍କ ମଧ୍ୟରେ ମତଭେଦ ରହିଛି। ୬ ବର୍ଷର ଧରି ସମ୍ପର୍କରେ ରହିବା ପରେ ଉଭୟ ଅଲଗା ହୋଇଯାଇଛନ୍ତି । ଏହି ଖବର ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି। ହେଲେ ଉଭୟେ ସେମାନଙ୍କ ବ୍ରେକଅପ୍ ଖବର ଉପରେ ଚୁପ୍‌ ରହିଛନ୍ତି। ETimes ରିପୋର୍ଟ ଅନୁଯାୟୀ ତାଙ୍କର ଜଣେ ବନ୍ଧୁ ସେମାନଙ୍କ ବ୍ରେକଅପ୍ ହେବାର କାରଣ କହିଛନ୍ତି।

ତାଙ୍କ ବନ୍ଧୁଙ୍କ କହିବାନୁସାରେ, ଟାଇଗର ତାଙ୍କ ପିତା ଜ୍ୟାକି ଶ୍ରଫ ଏବଂ ମାଆ ଆୟେଶାଙ୍କ ଠାରୁ ଅଲଗା ରହିବା ଆରମ୍ଭ କରିବା ଦିନଠାରୁ ଦିଶାଙ୍କ ସହ ଲାଇଭ-ଇନ୍‌ରେ ରହୁଥିଲେ। ଉଭୟଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଥିଲା ​​। ଦୀର୍ଘ ବର୍ଷ ପରେ ଦିଶା ଭାବିଥିଲେ କି ବର୍ତ୍ତମାନ ସେମାନେ ବିବାହ କରି ନେବା ଉଚିତ୍ । କିନ୍ତୁ ଟାଇଗର ଏପର୍ଯ୍ୟନ୍ତ ବିବାହ ପାଇଁ ପ୍ରସ୍ତୁତ ନଥିଲେ। ଦିଶା ମଧ୍ୟ ଟାଇଗରଙ୍କ ସହ ଏ ବିଷୟରେ କଥା ହୋଇଥିଲେ, କିନ୍ତୁ ପ୍ରତ୍ୟେକ ଥର ତାଙ୍କର ଉତ୍ତର ‘ନା’ ଥିଲା। ଦିଶା ଏହି ବ୍ରେକଅପ୍ ବହୁତ ଭଲ ପଜିଟିଭ୍‌ରେ ନେଇଛନ୍ତି। ହେଲେ କିଏ ବା ଜାଣେ ଆଉ କିଛି ସମୟ ପରେ ଦୁହେଁ ପୁଣି ଏକାଠି ନଜର ଆସିପାରନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ