ଲାଇଫ୍ ଷ୍ଟାଇଲ

କାହାକୁ କେବେ ମିଳିବ ସରକାରୀ ଚାକିରୀ, ଜାଣନ୍ତୁ ଜ୍ୟୋତିଷର ଏହି ୭ ସଙ୍କେତ

ସରକାରୀ ଚାକିରୀ ପ୍ରତି ଭାରତୀୟଙ୍କ ଦୁର୍ବଳତା ବ୍ରିଟିଶ ଶାସନ କାଳରୁ ରହି ଆସିଛି। ଶିଶୁଟି ସ୍କୁଲକୁ ଯାଇଥାଏ କେବଳ ବାବୁ ହେବା ଆଶାରେ। ତେବେ ସରକାରୀ ଚାକିରୀ କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଜୁଟେନି। ତେବେ ଜ୍ୟୋତିଷୀରେ ସରକାରୀ ଚାକିରୀ ନେଇ ଗ୍ରହ ଯୋଗର ବିସ୍ତୃତ ବର୍ଣ୍ଣନା ରହିଛି। କେଉଁ ଗ୍ରହ ଯୋଗରୁ ଉଚ୍ଚ ପଦପଦବୀର ଅଧିକାରୀ ହୋଇପାରିବେ ତାର ମଧ୍ୟ ବର୍ଣ୍ଣନା ରହିଛି। ତେବେ ଆସନ୍ତୁ ଜାଣିବା ଜ୍ୟୋତିଷୀୟ ଗ୍ରହ ଯୋଗରେ କେଉଁମାନେ କରିବେ ସରକାରୀ ଚାକିରୀ।

ଏଥିରୁ ପ୍ରଥମ ଯୋଗଟି ହେଉଛି ଯଦି ଜାତକଙ୍କ ଲଗ୍ନସ୍ୱାମୀ ବଳବାନ ହୋଇ ୧୦ମ ଭାବରେ ଅବସ୍ଥାନ କରିଥିବେ ଅଥବା ୧୦ମ ଭାବରେ ସମସ୍ତ ଶୁଭଗ୍ରହ ଥାଇ ଦଶମ ଭାବର ସ୍ୱାମୀ ବଳବାନ ହୋଇ ମିତ୍ର ରାଶି, କେନ୍ଦ୍ର ଅଥବା ତ୍ରିକୋଣରେ ଥିଲେ ଜାତକ ଦୀର୍ଘାୟୁ ହେବା ସହ ରାଜାଭଳି ଜୀବନ ବ୍ୟତୀତ କରିଥାନ୍ତି। ଯଦି ଜନ୍ମ କୁଣ୍ଡଳୀର ଲଗ୍ନ ଅଥବା ୧୦ମ ଭାବରେ ସୂର୍ଯ୍ୟଙ୍କ ପ୍ରଭୁତ୍ୱ ଥାଏ ତେବେ ଜାତକ ରାଜନେତା ଅଥବା ଗେଜେଟେଡ ଅଧିକାରୀ ହେବାର ଅଧିକ ସମ୍ଭାବନା ଥାଏ। ସେହିପରି ମଙ୍ଗଳଙ୍କ ପ୍ରଭୂତ୍ୱ ଥିଲେ ଜାତକ ପୋଲିସ ଅଥବା ସେନାରେ ଉଚ୍ଚାଧିକାରୀ ହୋଇଥାନ୍ତି।

ସେହିପରି ବୃହସ୍ପତିଙ୍କ ପ୍ରଭାବ ମଧ୍ୟ ବ୍ୟକ୍ତିକୁ ଉଚ୍ଚ ପଦପଦବୀରେ ଅଧିଷ୍ଠିତ କରାଇଥାନ୍ତି। ଅଧିକାଂଶ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଜାତକରେ ବୁଧାଦିତ୍ୟ ଯୋଗ ଥିବା ଦେଖାଯାଇଛି। ଏହା ଛଡା ଯଦି କୌଣସି ବ୍ୟକ୍ତିଙ୍କ ଜାତକର ୧୦ମ ଭାବକୁ ସୂର୍ଯ୍ୟ, ମଙ୍ଗଳ ଅଥବା ବୃହସ୍ପତିଙ୍କ ଦୃଷ୍ଟି ପଡୁଥାଏ ସେତେବେଳେ ବ୍ୟକ୍ତିଙ୍କ ସରକାରୀ ଚାକିରୀ ଲାଗି ତାଙ୍କର ପ୍ରବଳ ଯୋଗ ସୃଷ୍ଟି ହୋଇଥାଏ। ଏହା ଛଡା ଯେଉଁମାନେ ମେଷ, ବୃଷ, ମିଥୁନ, ସିଂହ,ତୁଳା ଓ ବିଛା ଲଗ୍ନରେ ଜନ୍ନ ହୋଇଥାନ୍ତି ସେମାନଙ୍କର ମଧ୍ୟ ସରକାରୀ ଚାକିରୀ ଲାଗି ଉତ୍ତମ ଯୋଗ ସୃଷ୍ଟି ହୋଇଥାଏ।

ଯେତେବେଳେ ଜାତକରେ ସୂର୍ଯ୍ୟ, ବୃହସ୍ପତି ଅଥବା ଚନ୍ଦ୍ରମା ଏକତ୍ର ହୋଇଥାନ୍ତି ସେତେବେଳେ ସରକାରୀ ଚାକିରୀ ଲାଗି ଉତ୍ତମ ଯୋଗ ସୃଷ୍ଟି ହୋଇଥାଏ। ଯଦି ଜନ୍ମଜାତକ ନାହିଁ ତେବେ ହାତରୁ ଜାଣିବାକୁ ହେଲେ ପାପୁଲିରେ ଦୋହରା ସୂର୍ଯ୍ୟ ରେଖା ଥାଇ ବୃହସ୍ପତି କ୍ଷେତ୍ରକୁ ଏକ ରେଖା ଛେଦ କରୁଥାଏ ତେବେ ସରକାରୀ ଚାକିରୀର ଏହା ଏକ ସୂଚକ ବୋଲି ବୁଝାଯାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ