ଦେଶ ବିଦେଶ ମନୋରଞ୍ଜନ

କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ବଖାଣିଲେ ଅଭିନେତ୍ରୀ ଇଶା : କହିଲେ-ଏକା ଭେଟିବାକୁ ଚାହୁଁଥିଲେ ଅଭିନେତା, ଡିମାଣ୍ଡ ପୂରା ହେବାରୁ..

ମୁମ୍ବାଇ ୦୪।୦୩ : ବଲିଉଡରେ କାଷ୍ଟିଂ କାଉଚ୍‌ କୌଣସି ନୂଆ ଘଟଣା ନୁହେଁ । କାଷ୍ଟିଂ କାଉଚ୍‌ ଆଉ ବଲିଉଡ ବହୁ ପୂରୁଣା ସଂମ୍ପର୍କ । ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ ନେଇ ମୁହଁ ଖୋଲି ସାରିଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ବଲିଉଡର ଅଭିନେତ୍ରୀ ଇଶା କୋପିକର୍‌। ଦୀର୍ଘ ଦିନ ପରେ ତାଙ୍କ ସହ ଘଟିଥିବା କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ବଖାଣିଛନ୍ତି । ବି-ଟାଉନର ଜଣେ ନାମୀଦାମୀ ଅଭିନେତା ତାଙ୍କୁ ଏକାକୀ ଭେଟିବାକୁ ଡାକିଥିଲେ। ତେବେ ତାଙ୍କ ଅଫ୍‌ର୍‌କୁ ଇଶା ରିଜେକ୍ଟ କରିବା ପରେ ତାଙ୍କୁ ଫିଲ୍ମରୁ ହଟାଇ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି।

କହିଛନ୍ତି କି, ‘୨୦୦୦ ମସିହାରେ ଜଣେ ପ୍ରଡ୍ୟୁସର ତାଙ୍କ ସହ ଭେଟିବାକୁ ଡାକିଥିଲେ। ମୁଁ ଜଣେ ହିରୋଙ୍କ ସହ କଥା ହୋଇଥିଲି। ଏହାପରେ ସେହି ଅଭିନେତା ଜଣକ ମୋତେ ଏକୁଟିଆ ଭେଟିବା ପାଇଁ ଡାକିଥିଲେ। କିନ୍ତୁ ମୁଁ ଅଭିନେତାଙ୍କ କଥାରେ ରାଜି ହୋଇନଥିଲି। ମୁଁ ମୋ ଅଭିନୟ ପ୍ରତିଭା ପାଇଁ ଇଣ୍ଡଷ୍ଟ୍ରିରେ ଅଛି ବୋଲି ପ୍ରଡ୍ୟୁସରଙ୍କୁ ଫୋନ୍‌ କରି କହିଥିଲି। ଏହାପରେ ମୋତେ ସେହି ଫିଲ୍ମରୁ ବାହାର କରି ଦିଆଯାଇଥିଲା। କୁହାଯାଇଥିଲା କି ମୁଁ ଜଣେ ଭଲ ଅଭିନେତ୍ରୀ ନୁହେଁ, ଯାହାକୁ ଲୋକେ ଭୁଲ ବୁଝିଛନ୍ତି । ଏହି କାରଣ ଯୋଗୁଁ ଅନେକ ଅଫର ମୋ ହାତରୁ ଚାଲିଯାଇଛି ବୋଲି ଇଶା କହିଛନ୍ତି।’

ମିଡିଆ ରିପୋର୍ଟ ଅନୁଯାୟୀ, ଦୀର୍ଘ ଦିନ ଧରି ବଡ ପରଦା ଠାରୁ ଦୂରେଇ ରହିଥିଲେ ଅଭିନେତ୍ରୀ ଇଶା କୋପିକର। ହେଲେ ଗତ କଛି ମାସ ପରେ ସେ ଓଟିଟି ପ୍ଲାଟଫର୍ମରେ ଅଭିନୟ ଜଗତକୁ କମ୍‌ବ୍ୟାକ୍‌ କରିଛନ୍ତି । କିନ୍ତୁ ବିବାହ ପରଠାରୁ ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ