ରାଜ୍ୟ ସ୍ପେଶାଲ ରିପୋର୍ଟ

କାଶୀନଗର ବ୍ଲକ୍‌ରେ‌ ଡେଙ୍ଗୁ ଆତଙ୍କ, ‘ସାରା’ ଗ୍ରାମରୁ ୮ ଦିନରେ ୨୭ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ରେ ଡେଙ୍ଗୁ ଜ୍ବରର ଆତଙ୍କ ଦେଖାଦେଇଛି। ବ୍ଲକ୍ ଅଧୀନ ‘ସାରା’ ଗ୍ରାମରୁ ଗତ ୧୪ ତାରିଖରୁ ଆଜିସୁଦ୍ଧା ତଥା ୮ ଦିନ ଭିତରେ ୨୭ ଜଣ ଡେଙ୍ଗୁ ଜ୍ବର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଗ୍ରାମରେ ଆତଙ୍କ ଖେଳିଯାଇଥିବା ସହ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ‌ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୀମାନ୍ତ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସବୁଠୁ ଚିନ୍ତାର ବିଷୟ ହେଉଛି, ଏଯାବତ୍ ଗ୍ରାମରେ ୫୩ ଜଣ ଜ୍ବରରେ ଆକ୍ରାନ୍ତ ହୋଇସାରିଲେଣି।

ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ପ୍ରାଥମିକ ଅନୁଧ୍ୟାନରୁ ୨୭ ଜଣଙ୍କ ନମୁନାରେ ଡେଙ୍ଗୁ ଚିହ୍ନଟ ହୋଇଛି। ତଥାପି ଅଧିକ ପରୀକ୍ଷଣ ପାଇଁ ନମୁନା ଭୁବନେଶ୍ବର ପଠାଯାଇଛି। ସେହିପରି ଜ୍ବରରେ ଆକ୍ରାନ୍ତ ପ୍ରତି ଲୋକଙ୍କୁ ଆବଶ୍ୟକ ଔଷଧ ପ୍ରଦାନ ସାଙ୍ଗକୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା.ପ୍ରଦୀପ କୁମାର ପାତ୍ର କହିଛନ୍ତି।  ଏହାସହ ‘ସାରା’ ଗ୍ରାମରେ ମଶା ମାରିବାକୁ ଧୂଆଁ ଛଡ଼ାଯିବା ସହ ପାଣି ଜମି ରହିଥିବା ସ୍ଥାନକୁ ସଫା କରାଯାଇଛି। ଡେଙ୍ଗୁ ଲାର୍ଭା ଖୋଜି ନଷ୍ଟ କରାଯାଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

ପ୍ରକାଶଥାଉକି, ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାରୁ ମୋଟ ୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରୁ ଗୁମ୍ମା ବ୍ଲକ୍‌ରୁ ୩ଜଣ, ମୋହନାରୁ ୫ ଜଣ, କାଶୀନଗର ବ୍ଲକ୍‌ରୁ ୩୨ ଜଣ ଏବଂ ପାରଳାଖେମୁଣ୍ଡିରୁ ଜଣେ ଅଛନ୍ତି। ଆଉ ଜଣେ ରୋଗୀ ରାଜ୍ୟ ବାହାରୁ ଆସିଛନ୍ତି। କିଛିଦିନ ତଳେ ଗୁମ୍ମା ବ୍ଲକ୍‌ର ନାମନଗଡ଼ରେ ୧୧ରୁ ଅଧିକ ଲୋକ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଜଣେ ଯୁବକ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।