କଳା ଓ ସଂସ୍କୃତି ଧର୍ମ

କାଳାଷ୍ଟମୀରେ ପଢନ୍ତୁ କାଳଭୈରବ ଚାଳିଶା, ସବୁ ଦୁଃଖରୁ ମିଳିବ ମୁକ୍ତି: ଜାଣନ୍ତୁ କେବେ ଅଛି କାଳାଷ୍ଟମୀ

ଭୁବନେଶ୍ୱର ୦୩/୦୨ : କାଳାଷ୍ଟମୀ ଆସନ୍ତାକାଲି ଅର୍ଥାତ ଫେବୃଆରୀ ୪ ତାରିଖ ଗୁରୁବାର ଦିନ ପଡୁଛି। କାଳାଷ୍ଟମୀ ଭଗବାନ କାଳ ଭୈରବଙ୍କୁ ସମର୍ପିତ। କାଳ ଭୈରବ ଭଗବନ ଶିବଙ୍କ ସ୍ୱରୂପ। ପୌରାଣିକ କଥା ଅନୁସାରେ, କାଳ ଭୈରବ ଭଗବାନ ଶିବଙ୍କ ପଞ୍ଚମ ଅବତାର। କାଳ ଭୈରବଙ୍କୁ ଶିବଙ୍କ ବିଗ୍ରହ ରୂପ ବୋଲି କୁହାଯାଏ। କାଳ ଭୈରବଙ୍କ ଦୁଇଟି ରୂପ ଅଛି, ବଟୁକ ଭୈରବ ଓ କାଳ ଭୈରବ। ବଟୁକ ଭୈରବ ଭକ୍ତଙ୍କୁ ଅଭୟ ପ୍ରଦାନ କରନ୍ତି। ସେ ସୌମ୍ୟ ରୂପରେ ପ୍ରସିଦ୍ଧ। କାଳ ଭୈରବ ଅପରାଧିକ ପ୍ରବୃତି ଉପରେ ନିୟନ୍ତ୍ରଣ କରୁଥିବା ଭୟଙ୍କର ଦଣ୍ଡନାୟକ।

ଭଗବାନ ଭୈରବଙ୍କ ଭକ୍ତଙ୍କ ଯେଉଁମାନେ ଅନିଷ୍ଟ କରନ୍ତି ସେମାନଙ୍କୁ ୩ଟି ଲୋକରେ କୌଣସି ସ୍ଥାନ ମିଳେନାହିଁ। ସେମାନଙ୍କୁ କେହି ବି ୩ଟା ଲୋକରେ ଶରଣ ଦେଇପାରନ୍ତିନି। ପୌରାଣିକ କଥା ଅନୁସାରେ କାଳାଷ୍ଟମୀ ଦିନ ଭଗବାନ ଭୈରବଙ୍କ ପୂଜାର୍ଚ୍ଚନା କଲେ ଜୀବନରେ ଆସିବାକୁ ଥିବା ସମସ୍ତ ବାଧା ନାଶ ହୋଇଥାଏ ଏବଂ ବ୍ୟକ୍ତି ସୁଖୀ ଓ ନିରୋଗୀ ଜୀବନଯାପନ କରିଥାଏ।

କାଳ ଭୈରବଙ୍କ ପୂଜା ପରେ ଭୈରବ ଚାଳିଶା ନିଶ୍ଚୟ ପାଠ କରିବା ଉଚିତ। ପୂଜା ପରେ କାଳ ଭୈରବଙ୍କ ଆଳତୀ ମଧ୍ୟ କିବା ଉଚିତ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ