ରାଜ୍ୟ ସ୍ପେଶାଲ ରିପୋର୍ଟ

କାଳବୈଶାଖୀ: ଅଜାଡ଼ିଲା, ଉଜାଡ଼ିଲା

ମାଲକାନଗିରି: ବାତ୍ୟା ଭଳି ମାଡ଼ିଆସିଲା କାଳବୈଶାଖୀ। ଯେତିକି ଢାଳିଲା ତା ଠାରୁ ଅଧିକ ଉଜାଡ଼ିଲା। କିଛି ମିନିଟ୍‌ ମଧ୍ୟରେ ଶତାଧିକ ଘରକୁ ମାଟିରେ ମିଶାଇଦେଲା। ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ରେ କାଳବୈଶାଖୀ ଭୀଷଣ ଆକାର ଧାରଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। କିଛି ଦିନ ହେଲା ଗରମ ହନ୍ତସନ୍ତ କରୁଥିଲା। ଗତକାଲି ସଂଧ୍ୟାରେ ହଠାତ୍‌ ପାଗ ପରିବର୍ତ୍ତନ ହୋଇଥିଲା। ପବନ ବହିବା ସହ ତୁହାକୁତୁହା ବଜ୍ରପାତରେ ପ୍ରକମ୍ପିତ ହୋଇଥିଲା ଖଣ୍ଡମଣ୍ଡଳ। ରାତି ହେବା ବେଳକୁ ଘଡ଼ିଘଡ଼ି ସହ ବର୍ଷା ପରିବେଶକୁ ସଂପୂର୍ଣ୍ଣ ଶୀତଳ କରିଛି। କିନ୍ତୁ କୁଟନିପାଲୀ ପଞ୍ଚାୟତରେ ବିପୁଳ କ୍ଷୟକ୍ଷତି ଘଟାଇଛି। କିଛି ଘଣ୍ଟା‌ର ବର୍ଷା ଓ ପବନରେ ଶତାଧିକ ଘର ଭାଙ୍ଗିଯାଇଛି। କୁଟନିପାଲୀ ଗାଁରେ ପ୍ରାୟ ୩୦ଘର ଭାଙ୍ଗି ଥିବା ବେଳେ କାଦପଦର ଗାଁରେ ୧୮ଟି ଘର ଭାଙ୍ଗିଥିବା ଜଣାପଡ଼ିଛି। କୋତାଗୁଡ଼ା ଗ୍ରାମରେ ୫ଟି, ଟିମାସପୁଟ ଗ୍ରାମରେ ୪ଟି, ନେତାଲଗୁଡା ଗ୍ରାମରେ ୬ଟି, ଦଳପତିପୁଟ ଗ୍ରାମରେ ୮ଟି, କୁଲାବେଡ଼ା ଗ୍ରାମରେ ୫ ଘର ଭାଙ୍ଗିଥିବା ପ୍ରାଥମିକ ସୂଚନା ମିଳିଛି। ଏହାବ୍ୟତୀତ ଅନ୍ୟ କେତେକ ଅଞ୍ଚଳରେ ଘର ଭାଙ୍ଗିବା ନେଇ ଖବର ମିଳୁଛି। ବ୍ଲକର ଅନ୍ୟ ପଞ୍ଚାୟତରେ ବି କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ଯାହାର ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନି।

ରାତିରେ ଘର ଭାଙ୍ଗିବା କାରଣରୁ ଜିନିଷପତ୍ର ଉଦ୍ଧ‌ାର କରିବାକୁ ଲୋକେ ସମୟ ପାଇନଥିଲେ। ସେହିପରି କୁଟନିପାଲୀ ଗାଁରେ ଗଛ ପଡ଼ି ଘର ଭାଙ୍ଗିବାରୁ ବନମାଳୀ ଭଗମିଆଙ୍କ ଝିଅ ଚନ୍ଦ୍ରମାଙ୍କ ମୁଣ୍ଡ ଫାଟି ଯାଇଥିଲା। ୧୨ଘଣ୍ଟା ଧରି କାଳବୈଶାଖୀର ପ୍ରଭାବ ଏଠାରେ ଦେଖିବାକୁ ମିଳିଥିଲା। ମାଥିଲି ବ୍ଲକ୍‌ରେ ୪୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନେକ ସ୍ଥାନରେ ବିରାଟ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। କ୍ଷତିଗ୍ରସ୍ତ ପରିବାର ଅସହାୟ ଅବସ୍ଥାରେ ରହିଥିଲା ବେଳେ ଖବର ଲେଖାଯିବା ସୁଦ୍ଧା ପ୍ରଶାସନ ପକ୍ଷରୁ କେହି ସେମାନଙ୍କ ନିକଟରେ ପହଞ୍ଚିନଥିଲେ। ଏମିତି ସ୍ଥିତିରେ ଗ୍ରାମବାସୀ ହିଁ କ୍ଷତିଗ୍ରସ୍ତଙ୍କୁ ଆଶ୍ରୟ ଦେଇଛନ୍ତି। ତୁରନ୍ତ ସରକାରୀ ସହାୟତା ପହଞ୍ଚାଇବାକୁ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।